ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସତ୍ୟ ନାରାୟଣ ମହାପାତ୍ର ଓ ଧ୍ୟାନାନନ୍ଦ ପଣ୍ଡା ସିନିଅର ଫେଲୋସିପ ପାଇଁ ମନୋନୀତ

ଭବାନୀପାଟଣା,୧୯/୦୬: କେନ୍ଦ୍ର ସଂସ୍କୃତି ବିଭାଗ ପକ୍ଷରୁ ଆଜି ସିନିଅର ଫେଲୋସିପ ଓ ଜୁନିୟର ଫେଲୋସିପ ମନୋନୟନର ଫଳାଫଳ ଘୋଷିତ ହୋଇଛି। ଏଥିରେ କଳାହାଣ୍ଡି ଜିଲ୍ଲାର ଦୁଇଜଣ ସଂସ୍କୃତି ଗବେଷକ ସତ୍ୟ ନାରାୟଣ ମହାପାତ୍ର ଘୁମୁରା ଗୀତର ସାହିତ୍ୟିକ ସୌନ୍ଦର୍ଯ୍ୟବୋଧ ଉପରେ ଗବେଷଣା ନିମନ୍ତେ ଓ ଧ୍ୟାନାନନ୍ଦ ପଣ୍ଡା ଲୋକ ବାଦ୍ୟ ଉପରେ ଗବେଷଣା ନିମନ୍ତେ ସିନିଅର ଫେଲୋସିପ ପାଇଁ ମନୋନୀତ ହୋଇଛନ୍ତି। ଦୁଇ ବର୍ଷ ଧରି ଏହି ଗବେଷକ ଦ୍ବୟ ନିଜ ନିଜ ବିଷୟ ଉପରେ ଗବେଷଣା କରି ସନ୍ଦର୍ଭ ଉପସ୍ଥାପନ କରିବେ। ଏହି ଗବେଷଣା ନିମନ୍ତେ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଉଭୟ ଗବେଷକ ଙ୍କୁ ମାସିକ ୨୦ ହଜାର ଟଙ୍କା ଲେଖାଏଁ ସହଯୋଗ ରାଶି ଯୋଗାଇଦେବେ। ଏଠାରେ ସୂଚନାଯୋଗ୍ୟ ଯେ ଶ୍ରୀ ମହାପାତ୍ର ଜଣେ ଘୁମୁରା ଗୀତିକାର ଓ ଗୁରୁ ତଥା କଳାହାଣ୍ଡି ଲୋକ ସଂସ୍କୃତି ଗବେଷକ। ସେ ଜିଲ୍ଲା ସଂସ୍କୃତି ପରିଷଦ ସଦସ୍ୟ ସହିତ ବର୍ତ୍ତମାନ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଅଛନ୍ତି। ସେହିପରି ଶ୍ରୀ ଧ୍ୟାନାନନ୍ଦ ପଣ୍ଡା ଜଣେ ଲୋକବାଦ୍ୟ ଗୁରୁ, ଓସ୍ତାଦ ବିସ୍ମିଲ୍ଲା ଖାଁ ପୁରସ୍କାର ବିଜେତା। ସେ ପ୍ରତିଭା ଅନୁଷ୍ଠାନ ର ଅଧ୍ୟକ୍ଷ । ଦେଶ ବିଦେଶରେ ଲୋକନୃତ୍ୟ ପରିବେଷଣ କରି ସୁନାମ ଅର୍ଜନ କରିଛନ୍ତି। କଳାହାଣ୍ଡି ଏହି ଦୁଇ ବିଶିଷ୍ଟ ସଂସ୍କୃତି ଗବେଷକ ସିନିଅର ଫେଲୋସିପ ପାଇଁ ଯୋଗ୍ୟ ବିବେଚିତ ହୋଇଥିବାରୁ ଉଭୟଙ୍କୁ କଳାହାଣ୍ଡି ଜିଲ୍ଲାର ବହୁ କଳାକାର ଓ ସଂସ୍କୃତି ପ୍ରେମୀ ଅଭିନନ୍ଦନ ଜଣାଇଛନ୍ତି।

ମସିହା ନିୟୂଜ୍ ସର୍ଭିସ୍ 

Related posts

ନୁଆଁ ବସଷ୍ଟାଣ୍ଡ ନିର୍ମାଣ ଓ ବଜାର ରାସ୍ତା ସମ୍ପ୍ରସାରଣ ପାଇଁ ଉଛେଦ ପ୍ରକ୍ରିୟା ଆରମ୍ଭ

masiha

ରୋଟାରୀ କ୍ଲବ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ପରିବେଶ ସଚେତନତା ଶିବିର

Sunil Chandra Nayak

କୁରୁଗୁଡା ଆମ୍ବେଦକର କ୍ଲବରେ ସ୍ୱାଧୀନତା ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!