ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅନୁଗୋଳ ଜିଲ୍ଲା ଅବକାରୀ ବିଭାଗ ର ବଡ଼ ସଫଳତା ୧୨ ଲକ୍ଷ ୫୦ ହଜାର ଟଙ୍କାର ବ୍ରାଉନ୍ ସୁଗାର ଜବତ ୧ ଅଭିଯୁକ୍ତ ଗିରଫ କୋଟ୍ ଚାଲାଣ 

ଢେଙ୍କାନାଳ ଅନୁଗୋଳ – ଅନୁଗୋଳ ଜିଲ୍ଲା ଅବକାରୀ ବିଭାଗକୁ ଏକ ବଡ ସଫଳତା ମିଳିଛି । ଅନେକ ଦିନ ହେଲା ଅବକାରୀ ବିଭାଗର ଟାର୍ଗେଟରେ ଥିବା ଜଣେ ବ୍ରାଉନସୁଗାର ବେପାରୀକୁ ଧରିବାରେ ସଫଳ ହୋଇଥିବା ବେଳେ ତା ନିକଟରୁ ୧୨୫ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ସୂଚନା ଅନୁସାରେ ଅନୁଗୋଳ ଜିଲ୍ଲା କାଣ୍ଡସର , କନ୍ୟାବେଡା ଗାଁର ୩୦ ବର୍ଷୀୟ ଅନିଲ ସାହୁ ଅନେକ ଦିନ ହେଲା ବ୍ରାଉନସୁଗାର ବେପାର କରି ଆସୁଥିଲେ ମଧ୍ୟ ଧରା ପଡୁ ନଥିଲା । ଏଥିପାଇଁ ଅବକାରୀ ବିଭାଗ ପକ୍ଷରୁ ତା ଉପରେ ସ୍ୱତନ୍ତ୍ର ନଜର ରଖା ଯାଇଥିଲା । ଆଉ ଆଜି ସେ ବ୍ରାଉନସୁଗାର ନେଇ ବିକ୍ରି କରିବାକୁ ଯାଉଥିବା ଖବର ପାଇ ଅବକାରୀ ଅଧିକ୍ଷକ ମଧୁସ୍ମିତା ନାୟକ ତାକୁ ଧରିବାକୁ ଜାଲ ବିଛାଇଥିଲେ । ଅନିଲ ଏକ ତିନି ଚକିଆ ଅଟୋରେ ଯାଉଥିବା ବେଳେ କୁକୁଡାଙ୍ଗ ନିକଟରେ ଅବକାରୀ ବିଭାଗ ତାକୁ କାବୁ କରି ନେଇଥିଲା । ଜାଞ୍ଚ ବେଳେ ତା ନିକଟରୁ ୧୨୫ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଜଣା ପଡ଼ିଛି ।

ଢେଙ୍କାନାଳରୁ ତାପସଦାସ ଙ୍କ ରିପୋର୍ଟ ମସିହା ନିଉଜ

Related posts

ଡଗରା ବେଳାଭୂମି ପାଲଟିଛି ମଦ୍ଯପଙ୍କ ଆଡାସ୍ଥଳୀ, ପର୍ଯ୍ଯଟକଙ୍କୁ କରୁଛନ୍ତି ଦୁର୍ବ୍ଯବହାର, ନିଦରେ ଶୋଇଛି ପୋଲିସ ପ୍ରଶାସନ 

Sunil Chandra Nayak

ବିବାହ ବନ୍ଧନ ହେଲା ସାତ ପର , ବିବାହ ର ତିନି ବର୍ଷ ନ ହେଉଣୁ ଶିଶୁ ପୁତ୍ର ସହ ଖେଳନା ବାପା ଙ୍କ ଘରେ 

Sunil Chandra Nayak

ଧର୍ମଗଡ ପୋଲିସ କୁ ସଫଳତା , ୧୩ ଚୋରି ବାଇକ୍ ଜବତ, ଜଣେ ଅଭିଯୁକ୍ତ ଗିରଫ

masiha

Leave a Comment

error: Content is protected !!