ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

କୋକସରା ବ୍ଲକର ବିଭିନ୍ନ ସ୍ଥାନରେ ଘୋଷଯାତ୍ରା ଶାନ୍ତି ଶୃଙ୍ଖଳା ସହ ପାଳିତ

କୋକସରା,୨୦/୦୬ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ବିଭିନ୍ନ ସ୍ଥାନରେ ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ଘୋଷଯାତ୍ରା ମଙ୍ଗଳବାର ଶାନ୍ତି ଶୃଙ୍ଖଳା ସହ ସମାପନ ହୋଇଛି । କୋକସରା ସଦର କୁଞ୍ଜ ବିହାରୀ ଜଗନ୍ନାଥ ମନ୍ଦିରରେ ପୂର୍ବ ନିର୍ଦ୍ଧାରିତ ରୀତିନୀତି ଅନୁସାରେ ରଥ ଅନୁକୂଳ ପରେ ପହଣ୍ଡି ବିଜେ କରି ରଥାରୂଢ ହୋଇଥିଲେ ତିନି ଠାକୁର। କୋକସରା ଗ୍ରାମର ଗୌନ୍ତିଆ ଛେରାପହଁରା କରିବା ପରେ ସନ୍ଧ୍ୟାରେ ରଥ ଟଣା ଆରମ୍ଭ ହୋଇଥିଲା। ଭକ୍ତ ଓ ଭଗବାନଙ୍କ ମିଳନରେ ଭକ୍ତିମୟ ପରିବେଶ ମଧ୍ୟରେ ଘଣ୍ଟ ଶଙ୍ଖ ସଂକୀର୍ତ୍ତନ ଘଣ୍ଟୁଆ ଦଳ ମେଳରେ ମାଉସୀ ମା ଘର କୁ ବିଜେ କରିଥିଲେ ତିନି ଠାକୁର। ଚଳିତ ବର୍ଷ ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି। କୋକସରା ବ୍ଲକର କୋକସରା, ବଡ଼ପୋଡାଗୁଡା, ଆମପାଣି, କାଉଡୋଲା, ଗୋତମୁଣ୍ଡା, ଲଡୁଗାଁ, ଟେମରା, ମୋଟେର, ଖୁଣ୍ଟିଆ, ଡଙ୍ଗରୀଗୁଡା, ଛିଲିପାମାଲ, କେନ୍ଦୁଡଙ୍ଗରୀ, କାଶୀବାହାଲ ଆଦି ସ୍ଥାନରେ ମହାପ୍ରଭୂଙ୍କ ଘୋଷଯାତ୍ରା ମହା ସମାରୋହରେ ପାଳିତ ହୋଇଥିବା ବେଳେ ଲଡୁଗାଁ ଠାରେ ଏକ ନିଆରା ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୁନି ରଥ ତିନି ଠାକୁର ରଥାରୂଢ ହୋଇଥିଲେ। ଗଜପତି ବେଶରେ ଶ୍ରେୟାଂଶ ଅଗ୍ରୱାଲ ଛେରାପହଁରା କରିବା ପରେ ଘଣ୍ଟ ଶଙ୍ଖ ସଂକୀର୍ତ୍ତନ ଦଳ ମେଳରେ ରଥଟଣା ଆରମ୍ଭ ହୋଇଥିଲା । ଜୟ ଜଗନ୍ନାଥ ଧ୍ଵନିରେ ଭକ୍ତିମୟ ପରିବେଶରେ ଲଡୁଗାଁ ସହର ପ୍ରକମ୍ପିତ ହୋଇଥିଲା। କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ ଓ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ମଧ୍ୟ ଏହି ରଥଯାତ୍ରା ରେ ସାମିଲ ହୋଇ ରଥ ଟାଣିଥିଲେ। କୁନି ରଥରେ ତିନି ଠାକୁରଙ୍କୁ ଦର୍ଶନ କରିବା ପାଇଁ ଅନେକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

ତେବେ ବିଭିନ୍ନ ସ୍ଥାନରେ ହୋଇଥିବା ରଥଯାତ୍ରାରେ ଶାନ୍ତି ଶୃଙ୍ଖଳା ନିମନ୍ତେ ଜଗନ୍ନାଥ ମନ୍ଦିର ରଥଯାତ୍ରା ପରିଚାଳନା କମିଟି, କୋକସରା, ଆମପାଣି ଥାନା ଓ ମୋଟେର ଫାଣ୍ଡି ପୁଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।

ମସିହା ନିୟୂଜ୍ ସର୍ଭିସ୍ 

Related posts

କୁଦାହଂସାରେ ଶ୍ରୀ ଶ୍ରୀ ଧବଳେଶ୍ବର ମହାଦେବ ମନ୍ଦିର ପ୍ରତିଷ୍ଠା

masiha

କାମାକ୍ଷାଗରରେ ପ୍ରଥମ ପୂଜ୍ୟ ଶ୍ରୀଗଣେଶ ପୂଜା 

Sunil Chandra Nayak

ଲମ୍ବସରୀ ରେ ମାଁ ଚକରାପଥର ଦେବୀ ଙ୍କ ନିଶି ପୂଜା

Sunil Chandra Nayak

Leave a Comment

error: Content is protected !!