ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରହସନ ପାଲଟିଛି ଜନ ଶୁଣାଣି ଶିବିର, ଅନୁପସ୍ଥିତ ରହୁଛନ୍ତି ଅନେକ ବିଭାଗୀୟ ଅଧିକାରୀ

କୋକସରା,୨୦/୦୬ //କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଗତ କିଛିମାସ ହେବ ହିତାଧିକାରୀ ମାନଙ୍କୁ ନିଜ ପଞ୍ଚାୟତରେ ଦୁଆର ମୁହଁରେ ସେବା ଯୋଗାଇ ଦେବାକୁ ପ୍ରଶାସନ ପକ୍ଷରୁ ବ୍ଲକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି, ହେଲେ ଅନେକାଂଶରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଅନେକ ପଞ୍ଚାୟତ ସ୍ତରରେ ହେଉଥିବା ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଅନେକ ବିଭାଗୀୟ ଅଧିକାରୀ ଉପସ୍ଥିତ ରହୁ ନାହାଁନ୍ତି। ସୋମବାର କୋକସରା ବ୍ଲକ ଗମ୍ଭାରୀଗୁଡା ପଂଚାୟତରେ ଜନ ଶୁଣାଣି କାର୍ଯ୍ୟକ୍ରମ ରହିଥିବା ବେଳେ ଅଭିଯୋଗ କରିବାକୁ ଅନେକ ହିତାଧିକାରୀ ତ ପହଞ୍ଚିଥିଲେ ହେଲେ ଅଧିକାରୀଙ୍କ ଦେଖା ମିଳିନଥିଲା। ଯାହାକୁ ନେଇ ଅଭିଯୋଗ କରିବାକୁ ଆସିଥିବା ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସ୍ଥିତି ଅନୁଧ୍ୟାନ କରିବାକୁ ଗଣମାଧ୍ୟମ ପ୍ରତିନିଧିମାନେ ଯାଇଥିବା ବେଳେ ଗମ୍ଭାରୀଗୁଡା ପଂଚାୟତ ସରପଞ୍ଚ ଇଶରାମ ସୁନାନୀ ଉପସ୍ଥିତ ରହିଥିବା ବେଳେ ତାଙ୍କ ସହ ଯୋଗାଣ ଅଧିକାରୀ ଜଗାରାମ ମୁର୍ମୁ, ଗ୍ରାମ ରୋଜଗାର ସେବକ ଦୀନବନ୍ଧୁ ନାଏକ, ସାମାଜିକ ସୁରକ୍ଷା ବିଭାଗର କର୍ମଚାରୀ ସୌନ୍ଦର୍ଯ୍ୟ ନାଏକ ଉପସ୍ଥିତ ଥିବାବେଳେ ପଂଚାୟତର ପିଇଓ ରୋହିତ ଠାକୁର, ଗ୍ରାମ୍ୟ ଜଳ ଯୋଗାଣର କନିଷ୍ଠ ଯନ୍ତ୍ରୀ ଯଶୋବନ୍ତି ଭୋଇ, ସ୍ୱାସ୍ଥ୍ୟ କର୍ମଚାରୀ ସି ଏଚ ଓ ଝରଣା ନାଗ ଅନ୍ୟ କିଛି କର୍ମଚାରୀ ମାନେ ରେଜିଷ୍ଟ୍ରେସନ ଖାତାରେ ଦସ୍ତଖତ ଦେଇ ଜନ ଶୁଣାଣି ଶିବିରରେ ଉପସ୍ଥିତ ନଥିବା ଦେଖିବାକୁ ମିଳିଥିଲା।ଏହା ବ୍ୟତୀତ ବ୍ଲକ ର ଅନେକ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ନଥିବା ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ଜିଲ୍ଲା ପ୍ରଶାସନ କାହିଁକି ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଜନ ଅଭିଯୋଗ ଶୁଣାଣିର ଆୟୋଜନ କରୁଛନ୍ତି ତାହା ଏକ ପ୍ରହସନ ପାଳଟିଥିବା ନେଇ ହିତାଧିକାରୀ ମାନେ ଅଭିଯୋଗ ଆଣିଛନ୍ତି। ଜିଲ୍ଲାପାଳ ଏ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଜନ ଶୁଣାଣି ର ମହତ ଉଦ୍ଦେଶ୍ୟ ସାଧିତ ପାଇଁ କାର୍ଯ୍ୟାନୁଷ୍ଠାନ ନେବାକୁ ହିତାଧିକାରୀ ମାନେ ଦାବି କରିଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଉତ୍କେଲା ରେ କଲ୍ୟାଣ ମଣ୍ଡପ ଏବଂ ଖୋଲା ବ୍ୟାୟାମଶାଳା ଜମି ଚି଼ହ୍ନଟ ପାଇଁ କେସିଙ୍ଗା ବିଡ଼ିଓ ଙ୍କୁ ବିକାଶ ମଞ୍ଚ ର ଦାବିପତ୍ର 

Sunil Chandra Nayak

ବନ୍ଧୁଗାଁରେ ମିଳିତ ଭାବରେ ୩୫ ଟି ଅଭିଯୋଗ ଶୁଣାଣି 

Sunil Chandra Nayak

ବଜ୍ରପାତରେ ୨ ଗୋରୁ ମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!