ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକସରା ବ୍ଲକ ପରିସରରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ମକଡ୍ରିଲ ପ୍ରଦର୍ଶିତ କଲେ ଅଗ୍ନିଶମ ବିଭାଗ କର୍ମଚାରୀ

କୋକସରା,୨୦/୦୬ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ପରିସରରେ ସୋମବାର ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ମୁକାବିଲା ପାଇଁ କୋକସରା ଅଗ୍ନିଶମ ବିଭାଗ ପକ୍ଷରୁ ଏକ ମକଡ୍ରିଲ ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ କୋକସରା ବିଡ଼ିଓ ଉତ୍ତମ କୁମାର ବାଗ, ତହସିଲଦାର ଦେବବ୍ରତ କରାଟି, ଆର.ଆଇ ଝାନ୍ସି ରାଣି ଦିଶାରୀ, ରାଜସ୍ୱ ବିଭାଗ କର୍ମଚାରୀ ଓ ବିଭିନ୍ନ ପଞ୍ଚାୟତର ଜନ ପ୍ରତିନିଧି ମାନେ ଉପସ୍ଥିତ ରହି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସମୟରେ କେମିତି ବିପଦରେ ପଡିଥିବା ଜନସାଧାରଣଙ୍କୁ ବନ୍ୟା, ବାତ୍ୟା, ଅଗ୍ନିକାଣ୍ଡ ସମୟରେ ଉଦ୍ଧାର କରାଯାଇ ପାରିବ ସେନେଇ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ମକଡ୍ରିଲ କରି ଡେମୋ ମାଧ୍ୟମରେ ପ୍ରଦର୍ଶିତ କରିଥିଲେ। ମକଡ୍ରିଲରେ କୋକସରା ଅଗ୍ନିଶମ ବିଭାଗ ଅଧିକାରୀ ଅନନ୍ତ ପଟେଲଙ୍କ ନେତୃତ୍ବରେ କର୍ମଚାରୀ ମାନେ ବିଭିନ୍ନ କଳା କୌଶଳ ପ୍ରଦର୍ଶିତ କରିଥିଲେ।

ମସିହା ନିୟୂଜ୍ ସର୍ଭିସ୍ 

Related posts

ଟେକ୍ନୋୱାର୍ଲ୍ଡରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

masiha

ବିଜେପି ପକ୍ଷରୁ ନୂଆଁଖାଇ ଭେଟଘାଟ, ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ମଞ୍ଚ

Sunil Chandra Nayak

ନୂତନ କର୍ମକର୍ତ୍ତା ଚୟନ,  ଧର୍ମଗଡ଼ ପୀଡିତା ମାନଙ୍କୁ ନ୍ୟାୟ ପାଇଁ ମଙ୍ଗଳବାର ରୁ କଳାହାଣ୍ଡି ଏସପି ଅଫିସ ସମ୍ମୁଖରେ ଧାରଣା ଦିଆଯିବ

Sunil Chandra Nayak

Leave a Comment

error: Content is protected !!