ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ,ଧର୍ମଗଡ ସ୍ଵଧାର ଗୃହ ପରିସରରେ ମିଳିତ ଯୋଗାଭ୍ୟାସ କଲେ ଅନ୍ତେବାସୀ

ଧର୍ମଗଡ ସ୍ଥିତ ଭାରତୀୟ ଆଦିମ ଜାତି ସେବା ସଂଘ ପରିଚାଳିତ ସ୍ଵଧାର ଗୃହ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଯୋଗାଭ୍ୟାସ କରାଯାଇଥିଲା। ସ୍ଵଧାର ଗୃହରେ ରହୁଥିବା ୩୫ ଜଣ ଅନ୍ତେବାସୀ ମିଳିତ ଭାବେ ଯୋଗାଭ୍ୟାସ କରିଥଲେ। ଧର୍ମଗଡ ସ୍ଵଧାର ଗୃହର ପରିଚାଳିକା ନିବେଦିତା ପ୍ରଧାନ, ସଦସ୍ୟା ଗୀତା ପଟ୍ଟନାୟକ, ସହାୟକ କର୍ମଚାରୀ ସରସ୍ଵତୀ ନାଏକ, ସୁଭାଷନି ରାଉତ, ରୋଜାଲିନ ନାଏକ, ଖଦୀ ଭଣ୍ଡାର ପରିଚାଳକ ଦେବରାଜ ମହାନନ୍ଦ ଉକ୍ତ ଯୋଗାଭ୍ୟାସ ରେ ଯୋଗଦେଇ ଅନ୍ତେବାସୀ ମାନଙ୍କ ସହ ଯୋଗଭ୍ୟାସ କରିଥଲେ। 

ଯୋଗ ଏକ ପ୍ରକ୍ରିୟା ଯାହା ଶରୀରକୁ ସୁସ୍ଥ ରଖେ ଓ ଏକାଗ୍ରତା ଆଣେ । ଯୋଗ ଏକ ସାଧନା ଓ ଏକ ଅମୃତମୟ ଜୀବନର ରାହା । ଯୋଗରୁ ସୁସ୍ଥତା ଓ ସାମର୍ଥ୍ୟ ମିଳେ । ଏହା ମନକୁ ଶାନ୍ତ ରଖିବାରେ ମଧ୍ୟ ସାହାଯ୍ୟ କରେ ବୋଲି ସଦସ୍ୟା ଗୀତା ପଟ୍ଟନାୟକ ଅନ୍ତେବାସୀ ମାନଙ୍କୁ ବୁଝାଇଥିଲେ। ସୂଚନାଯୋଗ୍ୟ ଯେ,ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ନ୍ୟୁୟର୍କରେ ସାରା ବିଶ୍ବକୁ ଯୋଗର ପାଠ ପଢ଼ାଉଥିବା ବେଳେ ଓଡ଼ିଶାର ଗାଁଠୁ ସହର, ସବୁଠି ଚାଲିଛି ଯୋଗାଭ୍ୟାସ । ଚଳିତ ବର୍ଷ ଯୋଗ ଦିବସର ଥିମ ରହିଛି “ବସୁଧୈବ କୁଟୁମ୍ବକମ “। ଏହି ଅବସରରେ ସ୍ଵଧାର ଗୃହର ଅନ୍ତେବାସିନୀ ମାନେ ଆଜି ସକାଳ ୫.୩୦ ମିନିଟ ସମୟରେ ମିଳିତ ଭାବେ ଯୋଗଭ୍ୟାସ କରିଛନ୍ତି। ପ୍ରାଚୀନ ଭାରତବର୍ଷର ଏହି ଅମୂଲ୍ୟ ବରଦାନକୁ ଆଜି ବିଶ୍ୱ ସ୍ଵୀକୃତି ପ୍ରଦାନ କରିଛି ଅନ୍ତର୍ଜାତୀୟ ଯୋଗ ଦିବସ ମାଧ୍ୟମରେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଚିଲକପୁର ବସଷ୍ଟାଣ୍ଡ ରେ ମଟର ସାଇକେଲ ଦୁର୍ଘଟଣା ୩ ଗୁରୁତର

Sunil Chandra Nayak

ଆଜି ଉତ୍କଳ ଦିବସ ଅବସରରେ ବରପୁତ୍ରମାନଙ୍କୁ ମାଲ୍ୟାର୍ପଣ

Sunil Chandra Nayak

ସୁଭଦ୍ରା ଯୋଜନା ର ତୃତୀୟ କିସ୍ତି ପ୍ରଦାନ ନବରଙ୍ଗପୁର ଜିଲ୍ଲାର ହିତାଧିକାରୀ ଲାଇଭ ଷ୍ଟ୍ରିମିଙ୍ଗ ରେ ଯୋଡ଼ି ହେଲେ

Sunil Chandra Nayak

Leave a Comment

error: Content is protected !!