ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଟକୃଷ୍ଣ ବିଶ୍ଵାଳ ମେମୋରିଆଲ ଟ୍ରଷ୍ଟ ତରଫରୁ + ୨ ବିଜ୍ଞାନ ଓ କଳା ଟପର ସମ୍ବର୍ଦ୍ଧିତ

କଟକ : କଟକ ସଦର ଵୟାଳିଶମୌଜା ବିକାଶ ପରିଷଦ ଆନୁକୁଲ୍ୟରେ ଅନୁଷ୍ଠିତ ୨୨ତମ ମେଧା ଓ ପ୍ରତିଭା ସମ୍ମାନ ଉତ୍ସବରେ ସୁଦର୍ଶନ ମହାବିଦ୍ୟାଳୟର +୨ ବିଜ୍ଞାନ ଟପର ଶ୍ରୀ ସତ୍ୟଜିତ ମହାପାତ୍ର ଓ +୨ କାଳରେ ଟପର ଛାତ୍ରୀ ସୁଭ୍ରାଲିଶା ଦଳାଇଙ୍କୁ ବିଶିଷ୍ଟ ସମାଜସେବୀ ତଥା ସାରସ୍ଵତ ସାଧକ ବଟକୃଷ୍ଣ ବିଶ୍ବାଳଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗଠିତ ହେଇଥିବା ବଟକୃଷ୍ଣ ବିଶ୍ଵାଳ ମେମୋରିଆଲ ଟ୍ରଷ୍ଟ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି ।ଅନୁଷ୍ଠାନର ବରିଷ୍ଠ ଉପଦେଷ୍ଟା ଇଂ.ଅଶୋକ କୁମାର ବିଶ୍ଵାଳଙ୍କ ସହଧର୍ମିଣୀ ଧର୍ମପ୍ରାଣା ସୁପ୍ରଭା ବିଶ୍ଵାଳ ଟପର ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ,ସ୍ମୃତିଫଳକ ଓ ପ୍ରୋତ୍ସାହନ ରାଶି ପ୍ରଦାନ କରିବା ସହିତ ସେମାନେ ଭବିଷ୍ୟତରେ ଶିକ୍ଷାକ୍ଷେତ୍ରରେ ପ୍ରତିଷ୍ଠା ଲାଭ କରି ୪୨ ମୌଜା ଅଞ୍ଚଳର ସୁନାମ ଅର୍ଜନ କରିବା ପାଇଁ ଆହ୍ବାନ କରିଥିଲେ ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

କାମରେ ଆସୁନି କୋଟିଏ ଟଙ୍କାର ପ୍ରକଳ୍ପ। ଭୂତକୋଠି ପାଲଟିଛି ପଥପ୍ରାନ୍ତ ସୁବିଧା କେନ୍ଦ୍ର

Sunil Chandra Nayak

ରାଜ୍ୟ ସରକାରଙ୍କ ୨୦୨୨ ସଂଶୋଧିତ ବେତନହାର ପ୍ରଦାନ କ୍ୟାବିନେଟ୍ ନିଷ୍ପତ୍ତି – ୪୮୮ ଶିକ୍ଷକ କର୍ମଚାରୀ ସଂଘର ସ୍ବାଗତ

Sunil Chandra Nayak

ଜନ ସମ୍ପର୍କ ଯାତ୍ରା ଜରିଆରେ ଗାଁ ର ସମସ୍ୟା, ଲୋକଙ୍କ ସମସ୍ୟା ଶୁଣିଲେ ଧର୍ମଗଡ ବିଧାୟକ

Sunil Chandra Nayak

Leave a Comment

error: Content is protected !!