ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସମ୍ବାଦିକଙ୍କ ଉପରେ ଆକ୍ରମଣ କୁ ନେଇ ନବରଙ୍ଗପୁର ଥାନାରେ ଏତଲା

ନବରଙ୍ଗପୁର :(ମସିହା)ଗତକାଲି ପୁରୀଠାରେ ଅନୁଷ୍ଠିତ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସମୟରେ କାର୍ଯ୍ୟରତ ନିଉଜ ସେଭେନ ର ଦୁଇଜଣ ସାମ୍ବାଦିକ ଚିତ୍ତରଞ୍ଜନ ମହାନ୍ତି ଓ ଚନ୍ଦ୍ରଶେଖର ପାତ୍ରଙ୍କୁ ଦୁଇଜଣ ସେବାୟତ ମାଧବ ମହାପାତ୍ର ଓ ମାଧବ ପୂଜାପଣ୍ଡା ମରଣାନ୍ତକ ଆକ୍ରମଣ କରିବା ସହ ହତ୍ୟାଧାମକ ଦେଇଛନ୍ତି ଏବଂ ସାମ୍ବାଦିକ ଚିତ୍ତରଞ୍ଜନ ପିନ୍ଧିଥିବା ସୁନା ଚେନ ମଧ୍ୟ ଟାଣି ନେଇଛନ୍ତି।ଏହି ଘଟଣାକୁ ତୀବ୍ର ନିନ୍ଦା କରି ନବରଙ୍ଗପୁର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ନବରଙ୍ଗପୁର ଥାନାରେ ଏକ ଏତଲା ପ୍ରଦାନ କରାଯାଇଛି।ସାମ୍ବାଦିକଙ୍କୁ ଆକ୍ରମଣ କରିଥିବା ଦୁଇଜଣ ସେବାୟତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତୁରନ୍ତ ଗିରଫ କରିବାପାଇଁ ଦାବି କରିଛି ନବରଙ୍ଗପୁର ଜିଲ୍ଲା ସାମ୍ବାଦିକ ସଂଘ। ବାରମ୍ବାର ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣା ବଢୁଥିବାବେଳେ ସରକାର ଖୁବଶୀଘ୍ର ଏହି ଦିଗରେ ସାମ୍ବାଦିକ ଆଇନ ପ୍ରଣୟନ କରିବାପାଇଁ ମଧ୍ୟ ସାମ୍ବାଦିକ ସଂଘ ଦାବୀ କରିଛି l ଏହି ଏତଲା ପ୍ରଦାନ ସମୟରେ ବରିଷ୍ଠ ସାମ୍ବାଦିକ କିଶୋର ପଟ୍ଟନାୟକ, ପି. ପ୍ରକାଶ, ନବ ବିଷୋୟୀ, କିରଣ ପଟ୍ଟନାୟକ, ଏ. ସତୀଶ, ଶ୍ରୀଧର ପାତ୍ର, ଦେବୀ ପ୍ରସାଦ ପଟ୍ଟନାୟକ,ଆଦିତ୍ୟ ସାହୁ, କରେଶ ଉପାସି, ସି ଏଚ ଈଶ୍ୱର ରାଓ, ସନ୍ତୋଷ ସହ ବହୁ ସାମ୍ବାଦିକ ଉପସ୍ଥିତ ରହିଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବିବାହିତା ମହିଳାଙ୍କ ବିଷ ପିଇ ମୃତ୍ୟୁ ଘଟଣା, କୋର୍ଟ ଚାଲାଣ ହେଲା ଅଭିଯୁକ୍ତ ସ୍ୱାମୀ

ଜୁଆଖେଳ କୁ ବିରୋଧ କରି ସୈନିକ ଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣା ,ତିନି ଅଭିଯୁକ୍ତ ଦୋଷୀ ସାବ୍ଯସ୍ତ 

masiha

ଆମଗୁଡା ବଜାର ନିକଟ ମଦ କୋଠି ରେ ଅବକାରୀ ବିଭାଗ ର ଚଢ଼ାଓ , ଜଣେ ଗିରଫ କୋର୍ଟ ଚାଲାଣ

masiha

Leave a Comment

error: Content is protected !!