ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପୁରୀରେ କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ଦୁଇ ସେବାୟତଙ୍କ ମରଣାନ୍ତକ ଆକ୍ରମଣ ଥାନାରେ ଏତଲା

ପାପଡାହାଣ୍ଡି,21/6, ମନିସ ,— ପୁରୀ ଠାରେ କାର୍ଯ୍ୟରତ ଦୁଇ ସାମ୍ବାଦିକ ଙ୍କ ଉପରେ ସେବାୟତଙ୍କ ଆକ୍ରମଣ ଘଟଣାକୁ ପ୍ରତିବାଦ କରି ଆଜି ପାପଡାହାଣ୍ଡି ଥାନାରେ ବ୍ଲକ ସାମ୍ବାଦିକ ସଂଘ ତରଫରୁ ଆଇଆଇଆସି ଦୀପକ ଜେନାଙ୍କୁ ଏତଲା ଦିଆଯାଇଛି | ସଂଘ ଏହାର ତୀବ୍ର ନିନ୍ଦା କରିବା ସହ ସେବାୟତ ଦୁଇଙ୍କୁ ଗିରଫ ଦାବି କରିଛି | ସଂଘ ସଭାପତି ଏନ ଜନାର୍ଦ୍ଦନ ରାଓଙ୍କ ଅଧକ୍ଷତା ରେ ବ୍ଲକ ପ୍ରମେୟ ପ୍ରତିନିଧି ଗୌତମ ଅଗ୍ରୱାଲ ଙ୍କ ନେତୃତ୍ୱ ରେ ସାମ୍ବାଦିକ ମାନେ ଏତଲା ଦେଇଛନ୍ତି | ପୁରୀ ଠାରେ ଅନୁଷ୍ଠିତ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଚାଲିଥିବା ସମୟରେ, ନିଉଜ7 ର ପୁରୀ ବ୍ୟୁରୋଚିଫ ଚିତ୍ତରଞ୍ଜନ ମହାନ୍ତି ଏବଂ ଚନ୍ଦ୍ରଶେଖର ପାତ୍ର ଖବର ସଂଗ୍ରହ କରୁଥିଲେ,ଏହିସମୟରେ ମାଧବ ମହାପାତ୍ର ଓ ମାଧବ ପୂଜାପଣ୍ଡା ନାମକ ଦୁଇଜଣ ସେବାୟତ ଆମ ଦୁଇ ସାମ୍ବାଦିକ ମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ | ଏହି ଘଟଣାକୁ ଆମେ ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ବ୍ଲକ ସାମ୍ବାଦିକ ମାନେ ଘୋର ନିନ୍ଦା କରିବା ସହ ଦୁଇଜଣ ସେବାୟତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି ଜଣାଉଛୁ।ଏହି ସମୟରେ ସ୍ବପ୍ନଜିତ ପଟନାୟକ, ପ୍ରବୀଣ ସତନାମୀ,ଏମ ଡି ଗୁଫାରାନ, ନନ୍ଦ କିଶୋର ବିଶୋଇ, କିଶୋର ବିଶୋଇ, ରାମ ପ୍ରସାଦ ଦାସ,ସୁଶାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ହରେକୃଷ୍ଣ ମହତାବ ଭବନ ସମ୍ମୁଖସ୍ଥ ଠିପି ଖୋଲା ବିଦେଶୀ ମଦ ଦୋକାନ ଚୋରୀ ଉଦ୍ୟମ

masiha

ଗାଁରେ ଠାକୁରାଣୀ ଯାତ୍ରା ଚାଲିଥିବାବେଳେ ଜଣେ ନାବାଳିକାକୁ ଅପହରଣ ଉଦ୍ୟମ, ଅଭିଯୁକ୍ତ ଅଟକ

ରଜାମାଟୁରେ ସାଇଜ କାଠ ପଟା ଚାଲାଣ ଜଣେ ଗିରଫ

Sunil Chandra Nayak

Leave a Comment

error: Content is protected !!