ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଦହିବରା ବିକ୍ରେତା ଙ୍କୁ ମରଣାନ୍ତକ ଆକ୍ରମଣ

 ମୟୂରଭଞ୍ଜ : ୨୧/୬ ( ମସିହା) ଦହିବରା ବିକ୍ରେତା ଙ୍କୁ ମରଣାନ୍ତକ ଆକ୍ରମଣ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ୱାର୍ଡ଼ ନଂ ୧୦ ଅଁଳାଡୁବା ରେ।

      ସୂଚନା ଅନୁଯାୟୀ ଅଁଳାଡୁବା ର ଦହିବରା ବିକ୍ରେତା ପରମେଶ୍ବର ଚାଟାର୍ଜୀ (୪୪) ଅଁଳାଡୁବା ୟୁପି ସ୍କୁଲ ନିକଟରେ ଏକ ଠେଲା ଗାଡ଼ି ଯୋଗେ ଦହିବରା ବିକ୍ରି କରନ୍ତି। ତେବେ ପ୍ରାୟ ୧୫ ଦିନ ପୂର୍ବରୁ ରାଇରଙ୍ଗପୁର ବଜାର ରେ ଥିବା ଯୋଗେଶ୍ୱର ରାମ ଙ୍କ ସିଲଭର ଓ କଂସା ଦୋକାନ ରୁ ସେ ଏକ ୬୦୦ ଟଙ୍କା ର ସିଲଭର ଗମଲା ଉଧାର ରେ ଆଣିଥିଲେ। ପରବର୍ତ୍ତୀ ସମୟରେ ସେ ଉକ୍ତ ଦୋକାନୀ କୁ ୨୪୦ ଟଙ୍କା ଦେଇଥିଲେ ଏବଂ ୩୬୦ ଟଙ୍କା ବାକି ରହିଥିଲା। ତେବେ ଗତକାଲି ମଙ୍ଗଳବାର ଦିନ ଧାର ଟଙ୍କା କୁ ନେଇ ଉକ୍ତ ଦୋକାନୀ ଙ୍କ ପୁଅ ମିଥୁନ ସେଠ୍ ଙ୍କ ସହିତ ବଚସା ହୋଇଥିଲା। ବଚସା ଉଗ୍ରରୂପ ନେଇ ମରଣାନ୍ତକ ଆକ୍ରମଣ ପର୍ଯ୍ୟନ୍ତ କଥା ଯାଇଥିଲା। ମିଥୁନ ସେଠ୍ କୌଣସି ଏକ ଶକ୍ତ ଜିନିଷରେ ଦହିବରା ବିକ୍ରେତା ପରମେଶ୍ବର ଙ୍କ ମୁଣ୍ଡ ରେ ପ୍ରହାର କରି ନିର୍ଦ୍ଧୁମ ପିଟିଥିବା ଅଭିଯୋଗ କରିଛନ୍ତି ପରମେଶ୍ବର ଙ୍କ ସ୍ତ୍ରୀ ମଞ୍ଜୁଲତା ଚାଟାର୍ଜୀ। ତାସହ ମରଣାନ୍ତକ ଆକ୍ରମଣ ଫଳରେ ପରମେଶ୍ବର ଚେତା ଶୂନ୍ୟ ହୋଇ ପଡିଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନା ରେ ଭର୍ତ୍ତି କରା ଯାଇଥିଲା। ସେଠାରେ ତାଙ୍କ ପ୍ରାଥମିକ ଚିକିତ୍ସା ପରେ ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବାରିପଦା ପିଆରଏମ ସ୍ଥାନାନ୍ତର କରିଥିଲେ ଡାକ୍ତର। ତେବେ ଘଟଣା ସମ୍ପର୍କରେ ପରମେଶ୍ବର ଙ୍କ ସ୍ତ୍ରୀ ରାଇରଙ୍ଗପୁର ଟାଉନ ଥାନା ରେ ଏକ ଲିଖିତ ଅଭିଯୋଗ କରିଥିଲେ। ସେପଟେ ମିଥୁନ ସେଠ୍ ମଧ୍ୟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ଏ ନେଇ ରାଇରଙ୍ଗପୁର ଟାଉନ ଥାନା ପୋଲିସ ଦୁଇଟି ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଦହିବରା ବିକ୍ରି କରି ଘର ସଂସାର ଚଳାଉଥିବା ପରମେଶ୍ବର ଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୁକ୍ତ କୁ ଗିରଫ କରି ଆଇନ ଅନୁଯାୟୀ ଦଣ୍ଡ ଦିଆଯିବା ନେଇ ପରମେଶ୍ବର ଙ୍କ ସ୍ତ୍ରୀ ପୋଲିସ ନିକଟରେ ଗୁହାରି କରିଛନ୍ତି। ଘରର ଏକମାତ୍ର ରୋଜଗାରକ୍ଷମ ପରମେଶ୍ବର ଗୁରୁତର ଅବସ୍ଥାରେ ବାରିପଦାରେ ଚିକିତ୍ସିତ ହେଉଥିବାବେଳେ ଘରେ ତାଙ୍କର ଚୁଲି ଜଳିବା କଷ୍ଟ । ତେଣୁ ତାଙ୍କୁ ନ୍ୟାୟ ମିଳିବ ଦରକାର

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଅଶନଵଣି ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ଅଜଣା ବ୍ୟକ୍ତିର ମୃତ୍ୟୁ

masiha

ବିପୁଳ ପରିମାଣର ମହୁଲ ଫୁଲ ଜବତ, ଜଣେ ଗିରଫ 

masiha

Maoist Leader Surrenders to Rayagada SP with Arms and Ammunition

masiha

Leave a Comment

error: Content is protected !!