ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଙ୍ଗଲ ଜମି ପଟ୍ଟା ଦାବିରେ ଧର୍ମଗଡ଼ ଉପଖଣ୍ଡ ସ୍ତରିୟ ହିତାଧିକାରୀ କେଗାଁ ରେଞ୍ଜର ଅଫିସରେ ଆମରଣ ଅନଶନ

ଗୋଳାମୁଣ୍ଡା/୨୧/୬/ନିର୍ଭୟ/ନିରପେକ୍ଷ ମସିହା/ଜଙ୍ଗଲ ଜମି ପଟା ଦାବିରେ ଆମରଣ ଅନଶନ,ଏଭଳି ଦୃଶ୍ୟମାନ ଦେଖିବାକୁ ମିଳିଛି କେଗାଁ ରେଞ୍ଜର ଅଫିସ ସଂମୁଖରେ । ପ୍ରାପ୍ତ ସୂଚନାରୁ ମିଳିଛି ଯେ, କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଅନ୍ତର୍ଗତ ନକଟି କାନି ଗ୍ରାମର ଆଦିବାସୀ ହରିଜନ ଓ ପଛୁଆ ବର୍ଗର ୨୫୦ଜଣ ହିତାଧିକାରୀଙ୍କ ପକ୍ଷରୁ ଜଙ୍ଗଲ ଜମିରେ ଚାଷ କରି ଆସୁଅଛନ୍ତି।ଉକ୍ତ ହିତାଧିକାରୀ ମାନେ ବହୁ ଦିନରୁ ସରକାରଙ୍କୁ ପଟା ଯୋଗାଇ ଦେବା ପାଇଁ ଅନେକ ଥର କଳାହାଣ୍ଡି ଜିଲ୍ଲାପାଳ,ତହସିଲଦାର ଗୋଳାମୁଣ୍ଡା, ଉପଜିଲ୍ଲାପାଳ ଧର୍ମଗଡ଼, ବିଡିଓ ଗୋଳାମୁଣ୍ଡା ରୁ କେଗାଁ ସେକ୍ସନ କାର୍ଯ୍ୟଳୟରେ ଅନେକ ଥର ଦ୍ୱାରସ୍ତ ହୋଇ ଥିଲେ ମଧ୍ୟ ରେଞ୍ଜର ମୋହଦୟ କର୍ଣ୍ଣପାତ କରୁ ନାହାନ୍ତି, ସରଳ ଆଦିବାସୀ ହରିଜନ ଓ ପଛୁଆ ବର୍ଗ ଙ୍କ ପ୍ରତି ବେଖାତିରି ନେଇ ତିଳେ ମାତ୍ର ଆମର ଦାବି ପୂରଣ କରି ନ ଥିବାରୁ ପାରମ୍ପରିକ ବାଜା ବାଦ୍ୟରେ କେଗାଁ ସେକ୍ସନ ରେଞ୍ଜର ଙ୍କୁ ଚେତାବନୀ ଦେବା ପାଇଁ ଆଜି ଆମ୍ଭେ ଆମରଣ ଅନଶନ ପଦକ୍ଷେପ ନେବାକୁ ବାଧ୍ୟ ହୋଇଛୁ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ଠାରେ ଯତୀନ୍ଦ୍ର ସେନାପତି, ଅଲେଖ ତାଣ୍ଡି, ରମଣୀ ମହାନନ୍ଦ, କାଳିଆ ସାଗର ଉମା ସିଙ୍ଗ ମାଝୀ, ସୁବାଷ ବାଗ, କେଦାର ବାଗ, ଲକ୍ଷ୍ମୀ ମହାନନ୍ଦ, ଅମୃତ ହଂସ, ସୁଖା ମାଝୀ, ଇଲେ ବାଗ, ଚନ୍ଦ୍ରିକା ମହାନନ୍ଦ, ପ୍ରମୁଖ ବହୁ ସଂଖ୍ୟକ ଭାବେ ପୁରୁଷ ଓ ମହିଳା ମାନେ ଗ୍ରୀଷ୍ମ ଖରାରେ ଯୋଗ ଦେଇ କହିଛନ୍ତି ଯେ,କେଗାଁ ସେକ୍ସନ ରେଞ୍ଜର ଯେ ପର୍ଯ୍ୟନ୍ତ ଆମର ଦାବି ପୂରଣ ନ କରିବେ ସେ ପର୍ଯ୍ୟନ୍ତ ଅଫିସ ସମ୍ମୁଖରେ ଧାରଣାରେ ବସିବା ପାଇଁ ପ୍ରସ୍ତୁତି ଅଛୁ ବୋଲି କହିଛନ୍ତି। ହେଲେ ସରକାର କି ଭଳି ପଦକ୍ଷେପ ଗ୍ରହଣ କରିବେ ଦେଖିବାକୁ ବାକି ରହିଲା ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ପ୍ରଗତିଶୀଳ ମସିହା

Related posts

ବଲାଙ୍ଗିର ସହର ରେ ଥିବା ବନ୍ଧ ଜଳାଶୟ ଗୁଡ଼ିକ ହେବ ପ୍ରାକୃତିକ ଉପାୟରେ ପୁନରୁଦ୍ଧାର

Sunil Chandra Nayak

ଗ୍ରାମୀଣ ଓଡ଼ିଶାରେ କ୍ୟାନସରର ପ୍ରତିକାର ତଥା ହ୍ରାସ ଉପରେ ସଚେତନତା ସୃଷ୍ଟି କରିଛି ବେଦାନ୍ତ 

masiha

ମନୋଜ ଦାସ ଅଲ୍ ଓଡିଶା ଲୟର୍ସ ଆସୋସିଏସନ୍ ରାଜ୍ୟ ଉପସଭାପତି

Sunil Chandra Nayak

Leave a Comment

error: Content is protected !!