ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳରେ ବିଶ୍ୱ ଯୋଗ ଦିବସ ପାଳିତ

ଢେ଼ଙ୍କାନାଳ(ମ ସୀ ହା)୨୧/୦୬_ବିଶ୍ୱ ଯୋଗ ଦିବସ 2023 ଅବସରରେ 12 ଓଡିଶା ବାଟାଲିୟନ ଏନ ସି ସି, ଢେଙ୍କାନାଳର ମାର୍ଗଦର୍ଶନରେ ସାରଙ୍ଗଧର ଉଚ୍ଚ ବିଦ୍ୟାଳୟ କାମାକ୍ଷାନଗର ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାରଙ୍ଗଧର ଉଚ୍ଚ ବିଦ୍ୟାଳୟ,ପଂଚାୟତରାଜ ଉଚ୍ଚ ବିଦ୍ୟାଳୟ, କାନପୁରା, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, କାମାକ୍ଷାନଗର ର ଶତାଧିକ ଏନ ସି ସି କ୍ୟାଡଟମାନଙ୍କ ଦ୍ୱାରା ବିଶ୍ୱ ଯୋଗ ଦିବସ ପାଳିତ ହୋଇ ଯାଇ ଅଛି | କାର୍ଯ୍ୟକ୍ରମ ର ପ୍ରାରମ୍ଭରେ କାମାକ୍ଷାନଗର ଉପକାରାଗାରର ସବଜେଲର ଶ୍ରୀଯୁକ୍ତ ସନ୍ତୋଷ କୁମାର ଦୁର୍ଗ ମହୋଦୟ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରି ଥିଲେ ତତ୍ ସହ ଆମ ଜୀବନରେ ଯୋଗର ଭୂମିକା ଉପରେ ସବିଶେଷ ଆଲୋକପାତ କରିଥିଲେ | ଆର୍ଟ ଅଫ ଲିଭିଂ ର ଯୋଗାଗୁରୁ ଶ୍ରୀଯୁକ୍ତ ଶଙ୍କର୍ଷଣ ପଣ୍ଡା ମହୋଦୟ ଯୋଗ ପରିଚାଳନା କରିଥିବା ବେଳେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଜଗବନ୍ଧୁ ଜେନା ମହୋଦୟ ଧନ୍ୟବାଦ ଅର୍ପଣ କରିଥିଲେ | ଏହି କାର୍ଯ୍ୟକ୍ରମ ର ପରିଚାଳନାରେ ଏନ ସି ସି ଅଧିକାରୀ ଧ୍ରୁବ ଚରଣ ସୁନ୍ଦର ରାୟ, ଦୁର୍ଯ୍ୟୋଧନ ସାହୁ, ଅଭିଷେକ ସାହୁ, ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ପ୍ରତାପ କୁମାର ସାମନ୍ତ, କର୍ମଚାରୀ ଶ୍ରୀ ମନ୍ମଥ ନାୟକ ଓ ଶ୍ରୀ ଅଶୋକ କୁମାର ନାୟକ ସହାୟତା ପ୍ରଦାନ କରିଥିଲେ | ଆଜି ର କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ରୂପେ କାମାକ୍ଷା ନଗର ବାର ଆସୋସିଏସନ ର ସଭାପତି ଶ୍ରୀଯୁକ୍ତ ଧର୍ମାନନ୍ଦ ମଲ୍ଲିକ, ଶିଶୁମନ୍ଦିର ର ପ୍ରଧାନଚାର୍ଯ୍ୟ ଗୌରଚନ୍ଦ୍ର ନନ୍ଦ ଯୋଗ ଦାନ କରିଥିଲେ |

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ସହ ପ୍ରହଲ୍ଲାଦ ମୁଦୁଲିଙ୍କ ରିପୋର୍ଟ୍

Related posts

ଅବ୍ୟବସ୍ଥିତ ଶିକ୍ଷା ବ୍ୟବସ୍ଥାକୁ ନେଇ ଅଭିଭାବକଙ୍କ ଉଦବେଗ,,!!

masiha

ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରେକ୍ଷାଳୟରେ ଏକ ରକ୍ତଦାନ ଶିବିର : ୫୦ ୟୁନିଟ୍ ରକ୍ତ ସଂଗୃହୀତ 

masiha

ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟକ୍ରମଅନୁଷ୍ଠିତ

masiha

Leave a Comment

error: Content is protected !!