ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଧବା ଭତ୍ତାରୁ ବଞ୍ଚିତ ସନାରୀ ଓ ପାଳତି ମାଝୀ

ଲାଞ୍ଜିଗଡ଼,(ତା,23/06/23): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ତ୍ରିଲୋଚନ ପୁର ଗ୍ରାମ ପଞ୍ଚାୟତକୁ ବ୍ଲକ ପ୍ରଶାସନ ଆଦର୍ଶ ପଞ୍ଚାୟତ ଭାବେ ଗଢ଼ି ତୋଳି ଥିବାବେଳେ ଉକ୍ତ ପଞ୍ଚାୟତକୁ ନେଇଁ ବେଶ ଚର୍ଚିତ ଲାଞ୍ଜିଗଡ଼ ପ୍ରଶାସନ l ସେହି ଆଦର୍ଶ ତ୍ରିଲୋଚନପୁର ପଞ୍ଚାୟତ ବିଡ଼ିଓ ଙ୍କ ପୋଷ୍ୟ ଗାଁ ଫୁଲଡ଼ୁମେର ଗାଁରୁ ଆଉ ଏକ ଅଭିଯୋଗ ଆସିଛି l ଯାହାକି ବିଡ଼ିଓଙ୍କ ମାସକୁ ଥରେ ଦୁଇଥର ଗସ୍ତ କରି ଗାଁର ଅନେକ ସମସ୍ୟା ଉପରେ ଆଲୋଚନା କରିବା ସହ ଅନୁସନ୍ଧାନ କରୁଥିବା ସତ୍ୟେ ମଧ୍ୟ ସନାରୀ ଓ ପାଳତି ମାଝୀଙ୍କ ନିଜ ନିଜ ସ୍ୱାମୀଙ୍କ ମୃତ୍ୟୁର ବର୍ଷେ ରୁ ଦେଢ଼ ବର୍ଷ ଲେଖାଏଁ ବିତିଯାଇଥିଲେ ମଧ୍ୟ ଏବେବି ବିଧବା ଭତ୍ତାରୁ ବଞ୍ଚିତ ରହିଛନ୍ତି l ଗ୍ରାମ ବାସୀଙ୍କ କହିବା କଥା ଯେ’ ବିଡ଼ିଓ ଆଜ୍ଞା ସବୁବେଳେ ଆସୁଛନ୍ତି ଆମ ଫୁଲଡୁମେର ଗାଁକୁ. ମିଟିଙ୍ଗ କରିବାବୋଲି ସମସ୍ତଙ୍କୁ ଡାକନ୍ତି,ଆମେ ନିଜ ନିଜର କାମ ଧନ୍ଦା ଛାଡ଼ି ଦୌଡ଼ି ଯାଉ ବିଡ଼ିଓ ସାର ଙ୍କ ପାଖକୁ l ଆମକୁ ସବୁବେଳେ ଫୋଟୋ ଉଠାଇ ନିଅନ୍ତି ହେଲେ କଣ କରୁଛନ୍ତି ଆମେ ଜାଣୁନାହୁଁ l ସେହିପରି ଭତ୍ତା ବିଷୟରେ ମଧ୍ୟ ଅନେକ ଥର ଜଣାଇଛୁ ଲେଖି ନେଉଛନ୍ତି, ଫୋଟୋ ଉଠାଇନେଉଛନ୍ତି ହେଲେ ଆମକୁ ଏପର୍ଯ୍ୟନ୍ତ ଭତ୍ତା ଟଙ୍କା ମିଳିନାହିଁ ବୋଲି ସନାରୀ ମାଝୀ ଓ ପାଲତି ମାଝୀ ମତପ୍ରକାଶ କରିଛନ୍ତି l ଏପଟେ ଲାଞ୍ଜିଗଡ଼ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର ଅନେକ ନିଜସ୍ୱ ଯୋଜନା ପ୍ରଣୟନ କରି କାର୍ଯ୍ୟକାରୀ କରୁଥିବା ନେଇଁ ବିଡ଼ିଓ ଶ୍ରୀ ମିଶ୍ର ଶ୍ରେଷ୍ଠ ପ୍ରଶାସକ ଭାବେ ଆୱାର୍ଡ ମଧ୍ୟ ପାଇ ସାରିଛନ୍ତି, ସତ କିନ୍ତୁ ପରିତାପର ବିଷୟ ଯେ’ ବ୍ଲକର ଆଦର୍ଶ ଗ୍ରାମ ପଞ୍ଚାୟତ ଅଧିନସ୍ତ ପୋଷ୍ୟ ଗାଁ ଫୁଲଡ଼ୁମେରକୁ ବିଡ଼ିଓ ଘନ ଘନ ଗସ୍ତ କରୁଥିଲେ,ମଧ୍ୟ ସେହି ଦୁଇ ଜଣ ଗରିବ ବିଧବା ମହିଳାଙ୍କ ଉପରେ ପଡ଼ିନି ନଜର l ସ୍ୱାମୀଙ୍କ ମୃତ୍ୟୁର ୧ ବର୍ଷ ୫ମାସ ବିତିଯାଇଥିଲେ ମଧ୍ୟ ସନାରୀ ବିଧବା ଭତ୍ତାରୁ ବଞ୍ଚିତ ରହିଥିବାବେଳେ ସେହିପରି ପାଳତି ମାଝୀଙ୍କ ସ୍ୱାମୀର ମୃତ୍ୟୁର ୦୧ ବର୍ଷ ୦୯ ମାସ ବିତିଲାଣି ହେଲେ ସେ ମଧ୍ୟ ଏପର୍ଯ୍ୟନ୍ତ ବିଧବା ଭତ୍ତାରୁ ବଞ୍ଚିତ ରହିଛନ୍ତି l ଯଥାସମ୍ବବ ଭତ୍ତା ଟଙ୍କା ଯୋଗାଇ ଦେବାକୁ ବିଧବା ମହିଳା ସନାରୀ ମାଝୀ ଓ ପାଳତି ମାଝୀ ଜିଲ୍ଲାପ୍ରଶାସନକୁ ଗୁହାରି କରିଛନ୍ତି l ତେବେ ଖବର ପ୍ରସାରଣ ପରେ ଉକ୍ତ ଦୁଇଜଣ ବିଧବା ମହିଳାଙ୍କ ଉପରେ କେବେ ପଡ଼ୁଛି ପ୍ରଶାସନଙ୍କ ନଜର ଏବଂ କେବେ ଯୋଗାଇ ଦିଆଯାଉଛି ବିଧବାଭତ୍ତା ତାହା ଦେଖିବାକୁ ବାକିରହିଲା l

ଲାଞ୍ଜିଗଡ ବ୍ଲକରୁ ସନ୍ତୋଷ କୁମାର ତୁଳ ଙ୍କ ରିପୋର୍ଟ

Related posts

ଜଳକା ନଦୀରୁ ମିଳିଥିବା ଡଲଫିନର ମୃତ୍ୟୁ ବନ ବିଭାଗ ହତାଶ

masiha

ଓଡିଶା ପତ୍ରକାର ସଂଘ ଓ ସାଇପ୍ରିୟା ମଝିଘରିଆଣି ପୂଜା କମିଟି ପକ୍ଷରୁ ମାଁ ମାଇଁ ବୃକ୍ଷଟିଏ କାର୍ଯ୍ଯକ୍ରମ ଅନୁଷ୍ଠିତ

masiha

ବରିଷ୍ଠ ଗୁରୁଜୀ ଶ୍ରୀଯୁକ୍ତ ଜୟରାମ ସାହୁ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!