ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମାଓ ପୋଷ୍ଟର: ପୁଣି ସ୍ଥିତି ଜାହିର କଲେ ସିପିଆଇ ମାଓବାଦୀ

କଲ୍ୟାଣସିଂହପୁର: ନିୟମଗିରି ପର୍ସ।ଲିରେ ୪ଟି ମାଓ ପୋଷ୍ଟର ମାରି ପୁଣି ବାଘୁନା ଡିଭିଜନ ସିପିଆଇ ମାଓବାଦୀ  ପୋଷ୍ଟର ମାରି ନିଜର ସ୍ଥିତି ଜାହିର କରିଥିବା ଜଣାପଡ଼ିଛି।ନିୟମଗିରିରେ ହେବାକୁ ଥିବା ପର୍ଯ୍ୟଟନ କେନ୍ଦ୍ର ବନ୍ଦ କରାଯାଉ, ଜଙ୍ଗଲ ଜମି ପାଣିକୁ ସୁରକ୍ଷା ପ୍ରଦାନ, ବେଦାନ୍ତ ଆଲୁମିନା ଦଲାଲି ବନ୍ଦ ହେଉ, ଆଦର୍ଶ ବିଦ୍ୟାଳୟ ଓ ଟିବି ଡାକ୍ତରଖାନା ପ୍ରତିଷ୍ଠା କରାଯାଉ ବୋଲି ପୋଷ୍ଟରରେ ଲେଖା ଅଛି।

ସିପିଆଇ ମାଓବାଦୀ ବାଘୁନା ଡିଭିଜନ ପକ୍ଷରୁ କୁହାଯାଇଛି, ସାଇନିଂ କଳାହାଣ୍ଡି ହେଉଛି ବେଦାନ୍ତର ଦଲାଲ ଓ ଓପିଲିପି ବେଦାନ୍ତର ଏକପ୍ରକାର ଦଲାଲ। ବେଦାନ୍ତକୁ ନିୟମଗିରି ଦେବାପାଇଁ ଲାଣ୍ଡ ବ୍ୟାଙ୍କ ଗଠନ କରି ଜଙ୍ଗଲ ଜମିକୁ ରଖିବା ପାଇଁ ସରକାର ନିର୍ଦେଶ ଦେଇଛନ୍ତି। କିନ୍ତୁ ଆଗାମୀ ଦିନରେ ବେଦାନ୍ତକୁ ଟେକି ଦେବାପାଇଁ ଯୋଜନା କରିଛନ୍ତି। ଏଥିରୁ ନିବୃତ୍ତ ରହିବାକୁ ଦାବି କରି ଆନ୍ଦୋଳନକୁ ଜୋରଦାର କରନ୍ତୁ। ଉକ୍ତ ପୋଷ୍ଟର ଗୁଡ଼ିକ ଦିକେଡିଏ ପାର୍ଶାଲି କାର୍ଯ୍ୟଳୟ ଆମ୍ବ ଗଛରେ ଓ ପାଚେରି କାନ୍ଥରେ ଲାଗିଥିବା ଦେଖିବାକୁ ମିଳିଛି।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜମି ବିବାଦ କୁ କେନ୍ଦ୍ର କରି ହତ୍ୟାକାଣ୍ଡ,  ବଡ଼ ଭାଇ ହତ୍ୟା କଲା ସାନ ଭାଇ କୁ

Sunil Chandra Nayak

ଚୋରି ଓ ଛିନତାଇ ମାମଲାରେ ରାଉରକେଲା ପୋଲିସ୍ ଦ୍ବାରା ୨ ନାବାଳକଙ୍କ ସମେତ ୩ ଗିରଫ ଏବଂ ଚୋରି ସାମଗ୍ରୀ ଜବତ

Sunil Chandra Nayak

ଦେଓଦରା ଗାଁ  ରୁ ଦେଶୀ ବନ୍ଧୁକ ସହ ଦୁଇ ଧନୁତିର ଜବତ ଜଣେ ଗିରଫ 

Sunil Chandra Nayak

Leave a Comment

error: Content is protected !!