ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

“ଗରିବ କଲ୍ୟାଣ ସମାବେଶ ପୂର୍ବରୁ ତାଳଚେର ଭାଜପାର ସାମ୍ବାଦିକ ସମ୍ମିଳନୀ”

ତାଳଚେର,( ଆର୍ତ୍ତତ୍ରାଣ ପାଣି ) : ଆସନ୍ତା କାଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଳଚେର ମାଟିର ତୁଙ୍ଗ ଭାଜପା ନେତା ଧର୍ମେନ୍ଦ୍ର ପ୍ରଧାନ ଦ୍ୱାରା କେନ୍ଦ୍ର ସରକାରଙ୍କ ଗରିବ କଲ୍ୟାଣ ସମାବେଶ କାର୍ଯ୍ୟକ୍ରମ ପୂର୍ବରୁ ତାଳଚେର ଭାଜପା ଦଳର କର୍ମକର୍ତ୍ତା ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ଏହାର ପ୍ରାକ୍ ସୂଚନା ଦେଇଥିଲେ l ଏହି ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ଗରିବ କଲ୍ୟାଣ ଯୋଜନା ରେ ପ୍ରଧାନମନ୍ତ୍ରୀ ମୋଦୀ ଓଡିଶା କୁ ଗୁରତ୍ୱ ଦେଇ କୋଟି କୋଟି ଟଙ୍କାର ସହାୟତା ଦେଉଥିବା ସ୍ଥଳେ ରାଜ୍ୟ ସରକାର ତାହାର ସଦୁପଯୋଗ କରୁନଥିବା ଅଭିଯୋଗ ଆଣିଥିଲେ ଏବଂ ବିଭିନ୍ନ ଯୋଜନା ରେ କେନ୍ଦ୍ର ସରକାର ଙ୍କ ସହାୟତା ରାଶି ର ବିସ୍ତୃତ ବିବରଣୀ ପ୍ରେସ୍ ସମ୍ମୁଖରେ ରଖିଥିଲେ lଏହି ସାମ୍ବାଦିକ ସମ୍ମିଳନୀରେ କେନ୍ଦୀୟ ଯୋଜନା ସହ ସ୍ଥାନୀୟ ମେଡିକାଲ କଲେଜ ପରିଚାଳନା, ତାପଜ ବିଦ୍ୟୁତ କେନ୍ଦ୍ର ଓ ସାର କାରଖାନା କାର୍ଯ୍ୟକ୍ଷମ କରିବା ନେଇ ସାମ୍ବାଦିକଙ୍କ ପ୍ରତିକ୍ରିୟା ନେଇ ଯାହାକି ଆଗାମୀ ଦିନରେ ନିର୍ବାଚନରେ ପ୍ରତିଫଳନ ହୋଇପାରେ ବୋଲି ପ୍ରଶ୍ନ ଉତ୍ତରରେ ମତ ପ୍ରକାଶ ପାଇଥିଲା l ଏହି ସମ୍ମିଳନୀରେ ରାଜ୍ୟ ସାଧାରଣ ସମ୍ପାଦକ, କାଳିନ୍ଦୀ ସାମଲ, ଜିଲ୍ଲା ଭାଜପା ସଭାପତି ଯଯାତି ପଟ୍ଟନାୟକ, ଏବଂ ଜିଲ୍ଲା ଭାଜପା ମିଡ଼ିଆ ସେଲ୍ ଅଧକ୍ଷ ପର୍ଶୁରାମ ବାରିକ ଉପସ୍ଥିତ ଥିଲେ ll

Related posts

ବାଦାମ ପାହାଡରେ ରେ ବିଜେଡି ର ଜନସମ୍ପର୍କ ପଦଯାତ୍ରା

masiha

ଧର୍ମଗଡ ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ୧୦୭ତମ ଜୟନ୍ତୀ ପାଳନ

Sunil Chandra Nayak

ନିର୍ବାଚନ ମଣ୍ଡଳୀ ସ୍ତରୀୟ କଂଗ୍ରେସ ପରିବାର ପକ୍ଷରୁ ବନ୍ଧୁ ମିଳନ

Sunil Chandra Nayak

Leave a Comment

error: Content is protected !!