ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଆଠ ଦିନ ହେବ ନିଖୋଜ ଯୁବତୀଙ୍କ ପତ୍ତା ମିଳୁନି 

କନ୍ଧମାଳ,24/06/23(ମନିସ):କନ୍ଧମାଳ ଜ଼ିଲ୍ଲାରେ ଦିନକୁ ଦିନ ନାବାଳିକା ଯୁବତୀ ଅପହରଣ ମାମଲା ବୃଦ୍ଧି ପାଇବାରେ ଲାଗିଛି l କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ମହାସିଙ୍ଗି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି l ଚଳିତ ମାସ 15 ତାରିଖ ଦିନ ମହାସିଙ୍ଗି ପଞ୍ଚାୟତ ପାତ୍ର ସାହିର ଝୁନୁରାଣୀ କହଁର ନିଖୋଜ ଥିବା ନେଇ ବାଲିଗୁଡା ଥାନାରେ ଅଭିଯୋଗ ହୋଇଛି l ଏନେଇ ବାଲିଗୁଡା ଥାନାରେ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଚଳାଇଛି ବାଲିଗୁଡା ପୋଲିସ l ହେଲେ ଏ ଯାଏଁ ପୋଲିସ ନିରୁଦ୍ଧିଷ୍ଟ ଯୁବତୀ ଙ୍କ ସନ୍ଧାନ ପାଇ ନ ଥିବାରୁ ପରିବାର ଲୋକେ ଦୁଃଖ ରେ ଭାଙ୍ଗି ପଡିଛନ୍ତି l ସୂଚନା ପ୍ରକାରେ ଚଳିତ ମାସ 15 ତାରିଖ ଦିନ ରଜ ଉତ୍ସବ ଚାଲିଥିବା ବେଳେ ଝୁନୁରାଣୀ ଘରେ କାହାକୁ କିଛି ନ କହି ଘରୁ ବାହାରି ଥିଲେ, ହେଲେ ସନ୍ଧ୍ୟା ପୂର୍ବରୁ ଘରେ ନ ପହଂଚି ବାରୁ ପରିବାର ଲୋକେ ସାହି ପଡିଶା ବନ୍ଧୁ ବାନ୍ଧବ ନିକଟସ୍ଥ ଗାଁ ସବୁ ଖୋଜା ଖୋଜି କରିବା ପରେ ସନ୍ଧାନ ନ ମିଳିବାରୁ ପୋଲିସ ର ଆଶ୍ରୟ ନେଇଥିଲେ l କେହି ଦୁର୍ବୁତ୍ତ ଝୁନୁ ଙ୍କୁ ଅପହରଣ କରି ଲୁଚାଇ ରଖିଥିବା ବିଷୟ ପରିବାର ଲୋକେ ସନ୍ଦେହ କରୁଛନ୍ତି l ଘଟଣା କୁ ଆଠ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଏ ଯାଏ କୌଣସି ସୁରାକ ପାଇପାରୁନାହିଁ l ଝୁନୁରାଣୀ ଙ୍କ ଖୋଜ ଖବର ମିଳୁନଥିବାରୁ ପରିବାର ଲୋକେ ଚିନ୍ତାରେ ଭାଙ୍ଗି ପଡିଛନ୍ତି l ଏଣୁ ଏଥିପ୍ରତି ପୋଲିସ ବିଭାଗ ର ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ନିଖୋଜ ଯୁବତୀ ଙ୍କ ସନ୍ଧାନ ପାଇଁ ପରିବାର ଲୋକେ ଆକୁଳ ନିବେଦନ କରିଛନ୍ତି l

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ଅଜଣା ଗାଡି ଧକ୍କାରେ ଜଣେ ମୃତ 

masiha

ଧାତକିଡିହି ଗ୍ରାମରେ ଯୁବତୀ’ଙ୍କ ଆତ୍ମହତ୍ୟା

Sunil Chandra Nayak

କୋଇଡାରେ ୩୦ ଲକ୍ଷରୁ ଅଧିକ ଟଙ୍କାର ଅଫିମ ଚାଷ ନଷ୍ଟ

Sunil Chandra Nayak

Leave a Comment

error: Content is protected !!