ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭବାନୀପାଟଣା ବ୍ଲକ ସାକ୍ଷରତା ମିଶନର ସଚେତନତା ରଥ ଓ ପଥପ୍ରାନ୍ତ ନାଟକର ଶୁଭାରମ୍ଭ

ଭବାନୀପାଟଣା : ଶିକ୍ଷା ପ୍ରତ୍ୟେକ ମଣିଷର ଜନ୍ମଗତ ଅଧିକାର।ବର୍ତ୍ତମାନ ସମୟରେ ଶିକ୍ଷାର ଆବଶ୍ୟକତା ଜୀବନ କ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପାର୍ଶ୍ୱ। ବିନା ଶିକ୍ଷାରେ ଅନେକ ସମୟରେ ଠକାମି ଭଣ୍ଡାମିର ଶିକାର ହେବାକୁ ପଡ଼ିଥାଏ। ଏ ଦିଗରେ ପ୍ରତ୍ୟେକ ଵ୍ୟକ୍ତି ସାକ୍ଷର ହେବାର ସମୟ ଆସିଛି ବୋଲି ସ୍ଥାନୀୟ ଦୁଆରସୁନି ଗ୍ରାମ ପଂଚାୟତର ଅଟ୍ଟାଙ୍ଗଗୁଡା ଗ୍ରାମରେ ବ୍ଲକ ସ୍ତରୀୟ ‘ପଢନା ଲିଖନା ଅଭିଯାନ’ ସଚେତନତା କାର୍ଯ୍ୟକ୍ରମରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଭବାନୀପାଟଣା ବିଇଓ ଜଗନ୍ନାଥ ପୁରୋହିତଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଦ୍ଘାଟକ ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ୍ ସୁଶାନ୍ତ କୁମାର ଚୋପଦାର ଓ ସମ୍ମାନିତ ଅତିଥି ଏଡିଇଓ ଟେମଲାଲ ଦୁବେ ଯୋଗ ଦେଇ ‘ପଢନା ଲିଖନା ସଚେତନତା ରଥ’କୁ ପତାକା ଦେଖାଇ ଉଦ୍ଘାଟନ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଏବିଇଓ ଜୟକୁମାର ମାଝୀ, ଅଟ୍ଟାଙ୍ଗଗୁଡା ହାଇସ୍କୁଲ ପ୍ରଧାନଶିକ୍ଷକ ଆଶୁତୋଷ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସଚେତନ ମୂଳକ ପଥପ୍ରାନ୍ତ ନାଟକ ‘ଉକିଆ’ ପରିବେଷିତ ହୋଇଥିଲା। ନାଟକଟିର ରଚନା ଓ ନିର୍ଦ୍ଦେଶନା ଶିକ୍ଷକ ବିରଞ୍ଚି ମୁଣ୍ଡ ଓ ଡିଲେଶ୍ବର ରଣା ଦେଇଥିବା ବେଳେ ବିଭିନ୍ନ ଭୂମିକାରେ ଶିକ୍ଷକ ଡିଲେଶ୍ବର ରଣା, ବିରଞ୍ଚି ମୁଣ୍ଡ, ତ୍ରିନାଥଶ୍ୟାମ କୁମାର ଓ ଧନଞ୍ଜୟ ସାହୁ ଅଭିନୟ କରୁଛନ୍ତି। ସୂଚନାଯୋଗ୍ୟ ଯେ ଏହି ସଚେତନତା ରଥ ଭବାନୀପାଟଣା ବ୍ଲକର ୩୬ଟି ପଂଚାୟତ ପରିଭ୍ରମଣ କରିବ। ସେହିପରି ନାଟକ ‘ଉକିଆ’ ମଧ୍ୟ ସେହି ଗାଁ ମାନଙ୍କରେ ପରିବେଷିତ ହୋଇ ଲୋକଙ୍କୁ ଏହି ଅଭିଯାନରେ ସାମିଲ ହେବାକୁ ସକ୍ରିୟ ଓ ସଚେତନ କରିବ। ପ୍ରଥମ ଦିନରେ ଏହି ରଥ ଦୁଆରସୁନି, ଶଗଡ଼ା, ଚାଂଚେର, ତଳବେଳଗାଁ, ଯୁଗସାଇପାଟଣା ପଂଚାୟତ ବୁଲିବା ସହ ପଥପ୍ରାନ୍ତ ନାଟକ ମଂଚସ୍ଥ ହୋଇଥିଲା। ମ ନି ସ 

Related posts

ଓଲଟିଲା ଟମାଟୋ ବଝେଇ ଟ୍ରକ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲ୍ପର 

Sunil Chandra Nayak

ସରକାରୀ ବେସରକାରୀ ଗାଡ଼ି ଚାଳାଚଳ ନିମନ୍ତେ ଜିଲ୍ଲାପାଳ ଙ୍କୁ ଦାବିକଲେ ଦଳପଡା ଗ୍ରାମପଞ୍ଚାୟତ ବାସୀ

Sunil Chandra Nayak

କାଉଡୋଳା ଠାରେ ଭିମା ଦେବତାଙ୍କ ବାଲିଯାତ୍ରା ପ୍ରସ୍ତୁତି ନେଇ ଗ୍ରାମ୍ୟ ସଭା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!