ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶା ସାହିତ୍ୟ ଏକାଡେମୀ ର ଜିଲ୍ଲା ସ୍ତରୀୟ ସାରସ୍ଵତ ସମାରୋହ ପାଇଁ ପ୍ରସ୍ତୁତି ବୈଠକ

ନବରଙ୍ଗପୁର–(ମସିହା) ଆଗାମୀ ୨ ଜୁଲାଇ ରବିବାର ଦିନ ପାଳିତ ହେବାକୁ ଥିବା ନବରଙ୍ଗପୁର ଜିଲ୍ଲା ସ୍ତରୀୟ ସାହିତ୍ୟ ସମାରୋହ ପାଇଁ ସହିଦ ଲକ୍ଷ୍ମଣ ନାୟକ ଉଚ୍ଚ ବିଦ୍ୟାଳୟ ଧୋଡ୍ରା ଠାରେ ଏକ ପ୍ରସ୍ତୁତି ବୈଠକ ୨୫ ଜୁନ୍ ରେ ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟ ଏକାଡେମୀ ର ସାଧାରଣ ପରିଷଦ ସଦସ୍ୟ ବଲ୍ଲଭ ରାଉତଙ୍କ ଆହ୍ୱାନ କ୍ରମେ ଏହି ବୈଠକରେ ଡଃ ସୁରେନ୍ଦ୍ର ଦାଶ ଅଧ୍ୟକ୍ଷତା କରିଥିଲେ। ଆଇନଜୀବୀ ଶ୍ରୀନିବାସ ପଟ୍ଟନାୟକ, ପ୍ରଭାତୀ ଦେବନାଥ, ପ୍ରଫୁଲ୍ଲ ରାଉତ, ବଂଶୀଧର ଭୂୟାଁ, କେଦାରେଶ୍ୱର ପଟ୍ଟନାୟକ, ସାଇମନ ବିଡିକା, ଏମ୍ ହିମାଂଶୁ ଆଚାରୀ, ଗଣେଶ ପ୍ରସାଦ ରଣା, ଅଞ୍ଜନ କୁମାର ଦାଶ ପ୍ରମୁଖ ଯୋଗଦେଇ ଆଗାମୀ ୨ ଜୁଲାଇ ରବିବାର ଦିନ ଏହି ସାରସ୍ବତ ସମାରୋହ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ସମାରୋହରେ ହେବାକୁ ଥିବା ସାହିତ୍ୟ ଆଲୋଚନା, କବିତା ପାଠୋତ୍ସବ ଇତ୍ୟାଦିର ରୂପରେଖ ସମ୍ବନ୍ଧରେ ଉପସ୍ଥିତ ସଜ୍ଜନ ମାନେ ନିଜ ନିଜ ମତ ରଖିଥିଲେ। ସହିଦ ଲକ୍ଷ୍ମଣ ନାୟକ ଉଚ୍ଚ ବିଦ୍ୟାଳୟ, ଧୋଡ୍ରା ଠାରେ ଏହି କାର୍ଯ୍ୟକ୍ରମ ପାଳନ କରାଯିବ । ବୈଠକରେ ଯୋଗଦେଇ ପାରିନଥିବା ବ୍ୟକ୍ତି ମାନେ ଫୋନ୍ ଯୋଗେ ନିଜ ମତାମତ ପ୍ରଦାନ କରିଥିଲେ। ଶେଷରେ ଶ୍ରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବିଦ୍ଯୁତ ତାର ସ୍ପର୍ଶରେ ମହିଳା ମୃତ

Sunil Chandra Nayak

ଉତ୍କଳମଣିଙ୍କ ଜନ୍ମପୀଠରେ ପାଳିତ ହେଲା ଓଡ଼ିଶା ଦିବସ ୨୦୨୬

Sunil Chandra Nayak

ପାଚିକା ଓ ସହାୟିକାଙ୍କ ତାଲିମ୍ ଶିବିର ଉଦଯାପିତ

Sunil Chandra Nayak

Leave a Comment

error: Content is protected !!