ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଭା ଅନ୍ଵେଷ ପକ୍ଷରୁ କୁତ୍ରାର ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ରାଉରକେଲା/ ସହର ଉଚ୍ଚ ବିଦ୍ୟାଳୟରେ ଆଭା ଅନ୍ଵେଷ ପକ୍ଷରୁ ସଂଗଠନର ସଭାପତି ଆର୍ତ୍ତତ୍ରାଣ ଜେନାଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ସଂଗଠନର ସମ୍ପାଦକ ଶରତ କୁମାର ପତି ଲାଠିକଟା ବ୍ଳକରେ ଅତିରିକ୍ତ ଶିକ୍ଷାଧିକାରୀ ଭାବେ କାର୍ଯ୍ୟ କରିଆସୁଥିଲେ । ଶ୍ରୀ ପତି ପଦୋନ୍ନତି ପାଇ କୁତ୍ରା ବ୍ଳକରେ ନୂତନ ଗୋଷ୍ଠୀ ଶିକ୍ଷାଧିକାରୀ ଭାବେ ଯୋଗଦାନ କରିଛନ୍ତି । ତେଣୁ ସଂଗଠନ ତରଫରୁ ଶ୍ରୀ ପତିଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଶ୍ରୀ ପତି ସଂଗଠନରେ ହେବାକୁ ଥିବା ଆଗାମୀ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ମତ ପ୍ରକାଶ କରିଥିଲେ। ତତ୍‌ ସଙ୍ଗେ ସଙ୍ଗେ ନିକଟରେ ଅବସର ନେଇଥିବା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଅନୁଷ୍ଠାନର ସଦସ୍ୟ ପିତବାସ ପରିଡାଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ବିଦାୟ କାଳୀନ ସମ୍ବର୍ଦ୍ଧନା କରାଯାଇଥିଲା ପ୍ରାକ୍ତନ ପ୍ରଧାନ ଶିକ୍ଷକ ଇନ୍ଦ୍ରମଣି ଦାସଙ୍କ ପରଲୋକ ହୋଇଯାଇ ଥିବାରୁ ସଂଗଠନ ପକ୍ଷରୁ ତାଙ୍କ ବିୟୋଗରେ ଦୁଇ ମିନିଟ୍ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ସଭାରେ ଅନନ୍ତ ଚରଣ ନାୟକ,ବଳରାମ ଶତପଥି,ବୃନ୍ଦାବନ ଜେନା, ଚକ୍ରଧର ମୁଦୁଲି, ଗଙ୍ଗାଧର ମହାତୋ, ଭୁବନଚନ୍ଦ୍ର ପଶାୟତ, ଆନନ୍ଦଚନ୍ଦ୍ର ମଲ୍ଲିକ୍, ନମିତା ମହାନ୍ତି, ଯଶୋବନ୍ତି ସାହୁ, ନଳିନୀ ପ୍ରଭା ସାହୁ, ବିଦ୍ୟୁତଲତା ସୁତାର , ସଂଯୁକ୍ତା ରାଉତ , ସିପ୍ରା ସାହୁ, କାର୍ତ୍ତିକ ଚନ୍ଦ୍ର ମିଶ୍ର,ସଞ୍ଜୟ ମଲ୍ଲିକ୍ , ସବିତା ବସ୍ତିଆ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଭାସ୍କର ନନ୍ଦ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

କୋକସରା ଝଙ୍କଡ଼ ପାଇକ ସମାଜର କର୍ମକର୍ତ୍ତା ମନୋନୀତ

Sunil Chandra Nayak

ରାଇରଙ୍ଗପୁର ଲ୍ଯାମ୍ପର ଵାର୍ଷିକ ସାଧାରଣ ସଭା ୨୦୨୬-୨୭

ଏଥର ଭବାନୀପାଟଣା ଠାରେ ସାଉଥ୍ ଇଣ୍ଡିଆର ଲୋକପ୍ରିୟ ଆଇସକ୍ରିମ “ଅରୁନ୍” !

Leave a Comment

error: Content is protected !!