ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିର୍ବାଚନ ପ୍ରତିଶ୍ରୁତି ରଖିଲେ ସରପଞ୍ଚ, ପିଡ଼ିଏସ ଗୋଦାମ ଗୃହ ଉଦଘାଟନ କଲେ ଉପ ଜିଲ୍ଲାପାଳ ଓ ବ୍ଲକ ଉପାଧ୍ୟକ୍ଷ

କୋକସରା,୨୭/୬ // ଏଣିକି ଉପାନ୍ତ ଅଞ୍ଚଳରେ ମିଳିବ ପିଡ଼ିଏସ ସାମଗ୍ରୀ । ଆଉ ଯିବାକୁ ପଡ଼ିବ ନାହିଁ ୮ କିଲୋମିଟର ପିଡ଼ିଏସ ସାମଗ୍ରୀ ଆଣିବା ପାଇଁ, ମଙ୍ଗଳବାର ପିଡ଼ିଏସ ଗୋଦାମ ଉଦଘାଟନ ପରେ ଖୁସି ହେଲେ ଦୁର୍ଗମ ଅଞ୍ଚଳର ହିତାଧିକାରୀ। କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତର ବଣ ପାହାଡ଼ ଘେରା ଅଞ୍ଚଳରେ ଥିବା ଖଲିଗଡ଼ ନିକଟରେ ନିର୍ମାଣ ହୋଇଥିବା ପିଡ଼ିଏସ ଗୋଦାମ ଗୃହ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ ପୂର୍ବରୁ ଏହି ଅଞ୍ଚଳର ଜନସାଧାରଣ ସରପଞ୍ଚ ପ୍ରାର୍ଥୀ ହରିପ୍ରିୟା ନାଗଙ୍କୁ ପିଡିଏସ ଗୋଦାମ ପାଇଁ ଅନୁରୋଧ କରିଥିଲେ। ନିର୍ବାଚନରେ ସରପଞ୍ଚ ଜିତିବା ପରେ ଲୋକଙ୍କ ସମସ୍ୟା ଦୂର କରିଛନ୍ତି ନିର୍ବାଚିତ ସରପଞ୍ଚ ।ମଙ୍ଗଳବାର ଖଲିଗଡ଼ ନିକଟରେ ନିର୍ମାଣାଧୀନ ପିଡ଼ିଏସ ଗୋଦାମ ଗୃହ ଉଦଘାଟନ ହୋଇଛି। ଉଦଘାଟନୀ କାର୍ଯ୍ୟକ୍ରମରେ ଡୁଡୁକାଠେଙ୍ଗା ପଞ୍ଚାୟତ ସରପଞ୍ଚ ହରିପ୍ରିୟା ନାଗଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ଉପ ଜିଲ୍ଲାପାଳ ବେଦ ଭୂଷଣ, ସମ୍ମାନିତ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ସମିତି ସଭ୍ୟା ପାର୍ବତୀ ବାଗ, ବିରେନ କନ୍ଧ, ମଣିରାମ ବାଣୁଆ ଯୋଗଦେଇ ପିଡ଼ିଏସ ଗୋଦାମ ଗୃହ ଉଦଘାଟନ କରିଥିଲେ। ପୂର୍ବରୁ ପିଡ଼ିଏସ ସାମଗ୍ରୀ ଆଣିବାକୁ ଦୀର୍ଘ ୭/୮ କିଲୋମିଟର ଡୁଡୁକାଠେଙ୍ଗା ପଞ୍ଚାୟତକୁ ଖଲିଗଡ଼ ରାଜସ୍ବ ଗ୍ରାମ ଅଧୀନରେ ରହିଥିବା ୬ ପଡାର ହିତାଧିକାରି ମାନେ ଯିବାକୁ ପଡୁଥିଲା। ଜଙ୍ଗଲ ରାସ୍ତା ଦେଇ ପିଡ଼ିଏସ ସାମଗ୍ରୀ ଆଣିବାକୁ ଯିବା ସମୟରେ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ତେବେ ନୂତନ ପିଡ଼ିଏସ ଗୋଦାମ ଗୃହ ଉଦଘାଟନ ପରେ ନିଜ ଗାଁରେ ପିଡ଼ିଏସ ସାମଗ୍ରୀ ଯୋଗାଣ ସୁବିଧା ମିଳିବା ପରେ ସମସ୍ତଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି। ଗୋଦାମ ଉଦଘାଟନ କାର୍ଯ୍ୟକ୍ରମରେ ପଞ୍ଚାୟତର ଜନ ପ୍ରତିନିଧି ଓ ଖଲିଗଡ଼ ଅଞ୍ଚଳର ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।

ମସିହା ନିୟୂଜ୍ ସର୍ଭିସ୍ 

Related posts

ପ୍ରଥମ ବାର୍ଷିକୀ ଭାଗବତ ଜ୍ଞାନ ଯଜ୍ଞ ସପ୍ତ ଦିନରେ ଉଦଯାପିତ 

masiha

ବିଜୟ ସମାରୋହ ଉତ୍ସବ ପାଳନ କଳା ୟୁଜିଆଇଇ ପୁରାତନ ଛାତ୍ର ସଂଘ

masiha

ବରିଡା ପଞ୍ଚାୟତରେ ବିକାଶର ନୂଆ ଅଧ୍ୟାୟ : ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଉଦଘାଟନ କଲେ ଆସିକା ବିଧାୟକ ସରୋଜ କୁମାର ପାଢ଼ୀ

Sunil Chandra Nayak

Leave a Comment

error: Content is protected !!