ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଶବ ପଠାଇବାକୁ ଗୁହାରି କଲେ ପରିବାର

କୋକସରା,୨୭/୬ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ବିଗତ ୫ ମାସ ମଧ୍ୟରେ ୬ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇସାରିଛି। ମଙ୍ଗଳବାର ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ପରିବାର ମୁହଁରେ ଆହାର ଦେବାପାଇଁ ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇଥିବା ଜଣେ ଦାଦାନ ମୃତ୍ୟୁ ହୋଇଥିବା ଜଣାପଡିଛି ମୃତକଙ୍କ ଶବ ଭିଟାମାଟିକୁ ପଠାଇବାକୁ ପରିବାର ପକ୍ଷରୁ ଗୁହାରି କରାଯାଇଛି। ସୂଚନା ଅନୁସାରେ କୋକସରା ବ୍ଲକ ମାଝୀଗୁଡା ଗ୍ରାମର ମାଟୁ ବାଗଙ୍କ ପୁଅ ଭିକାରୀ ବାଗ (୩୨), ଗତ ୧୫ ଦିନ ତଳେ ବଡ଼ ଘୁମେର ଗ୍ରାମର ନିଜ ଶଳା ସହ ମିଶି ଦାଦନ ଖଟିବାକୁ ହାଇଦ୍ରାବାଦର ଭାରତ କମ୍ପାନିରେ ସୁପର ଭାଇଜର ମନିଷ କୁମାରଙ୍କ ଯୋଗାଯୋଗରେ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ। ତେବେ ମଙ୍ଗଳବାର ସକାଳୁ ଭିକାରୀଙ୍କ ଭାଇ ଗଣ୍ଡାରାମ ବାଗଙ୍କୁ ଖବର ମିଳିଲା ଯେ ଭିକାରୀ ବାଗଙ୍କ ସ୍ୱାସ୍ଥ୍ୟ ଅସୁସ୍ଥ ହେବାରୁ ସ୍ଥାନୀୟ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଖବର ମିଳିବା ପରେ ସେଠାରେ ଥିବା ଲୋକଙ୍କ ସହ ସମ୍ପର୍କ କରାଯାଇଥିବା ବେଳେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।ହାଇଦ୍ରାବାଦର କୌଣସି ଏକ ଘରୋଇ ଡାକ୍ତରଖାନାରେ ମୃତ ଶବ ରହିଥିବା ଜଣାପଡିଛି। ତେବେ ମୃତ୍ୟୁର କାରଣ ମଧ୍ୟ ଅସ୍ପଷ୍ଟ ରହିଛି। ପରିବାର ପକ୍ଷରୁ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ମୃତ ଶ୍ରମିକଙ୍କ ଶବ ଗାଁ କୁ ପଠାଇବାକୁ ଯୋଗାଯୋଗ କରାଯାଇଥିବା ଜଣାପଡିଛି।ତେବେ ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ ଖବର ପରେ ସ୍ତ୍ରୀ ଓ ତିନି ନାବାଳିକା ଝିଅ ଦୁଃଖରେ ଭାଙ୍ଗି ପଡିଛନ୍ତି ଓ ଗାଁ ରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି। ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ମୃତକଙ୍କ ଶବ ଭିଟାମାଟିକୁ ଫେରାଇ ଆଣିବାକୁ ସ୍ଥାନୀୟ କୋକସରା।ପୋଲିସକୁ ସହାୟତା ଓ ଗୁହାରି କରାଯାଇଛି।

ମସିହା ନିୟୂଜ୍ ସର୍ଭିସ

Related posts

ଆମପାଣି ଠାରେ ବ୍ଲକ ସ୍ତରୀୟ ବ୍ରାହ୍ମଣ ସମାଜର ସାଙ୍ଗଠନିକ ସମାବେଶ ଅନୁଷ୍ଠିତ

ପଞ୍ଚମ ବାର୍ଷିକ ଶ୍ରୀ ସଚ୍ଚିଦାନନ୍ଦ ପାଇକା ମହୋତ୍ସବ ଉଦ୍ଘାଟନ 

Sunil Chandra Nayak

ଚାଲ ଦେଖମା ଆମର କଳାହାଣ୍ଡି ପକ୍ଷରୁ କଳାହାଣ୍ଡି ର ୭୫ ଟି ଗାଁ ସହିତ ଯୋଡି ହେବେ ଗାଁ ମିତ

Sunil Chandra Nayak

Leave a Comment

error: Content is protected !!