ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଡାବୁଗାଁରେ ବାହୁଡା ଯାତ୍ରା ପାଳିତ

ଡାବୁଗାଁ, ୨୮/୬ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ବାହୁଡା ଯାତ୍ରା ବୁଧବାର ଅନୁଷ୍ଠିତ ହୋଇଯାଇଛି | ଆଜି ସକାଳୁ ଗୁଣ୍ଡିଚା ମନ୍ଦିରରେ ୩ ଠାକୁର ଙ୍କ ରୀତିନୀତି ପରେ ପହଣ୍ଡି କରି ରଥକୁ ନିଆଯାଇଥିଲା | ପୂଜକ ନବୀନ ପାଢୀ ପୂଜାର୍ଚ୍ଚନା କରିଥିଲେ | ଏଥିରେ ଦଇତାପତି ଭାବେ ନୀଳକଣ୍ଠ ମହାପାତ୍ର, ତ୍ରିନାଥ ଦାଶ, ସନତ କୁମାର ନାୟକ, ପ୍ରଦୀପ ସାହୁ, ରଞ୍ଜନ ମିଶ୍ର, କୃଷ୍ଣଚନ୍ଦ୍ର ପଣ୍ଡା ଓ ସୁଜିତ କୁମାର ପାତ୍ର ପ୍ରମୁଖ ୩ ଠାକୁରଙ୍କୁ ପହଣ୍ଡି କରାଇଥିଲେ | ଡାବୁଗାଁ ତହସିଲଦାର ତଥା ମନ୍ଦିର ପରିଚାଳନା କମିଟି ସ୍ଥାୟୀ ସଭାପତି କୃଷ୍ଣଚନ୍ଦ୍ର ଦାଶ ରାଜା ଭାବେ ରଥରେ ଛେରା ପହଁରା କରିଥିଲେ | କୁନୁ ପାତ୍ର ଡାହୁକ ଡାକଦେବାପରେ ଭକ୍ତମାନେ ରଥ ଟାଣି ନେଇଥିଲେ | ଭଗବାନ ଖୁଣ୍ଟିଆ ନନ୍ଦିଘୋଷ ରଥର ସାରଥି ଦାୟିତ୍ଵ ନିର୍ବାହ କରିଥିଲେ | ସନ୍ଧ୍ୟା ୭ ଘ. ରେ ରଥ ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମୁଖ ରେ ପହଞ୍ଚିଥିଲା | ଏଥିରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ | ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ଡାବୁଗାଁ ଥାନା ଆଇଆଇସି ସୁନିଲ କୁମାର ପ୍ରଧାନ , ସବଇନିସ୍ପେକ୍ଟର ବିଜୁରାମ ବାଗ, ଏଏସଆଇ ଶିଶିରକାନ୍ତ ଘୋଷ, ବିଜୟ କୁମାର ସାହୁ ଙ୍କ ସମେତ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା | ଏହା ସହ ଡାବୁଗାଁ ବ୍ଲକର ଚଚରାଗୁଡା ପଞ୍ଚାୟତ ଅଧୀନ ପୋଖନାଗୁଡା ଗ୍ରାମରେ ରଥ ଯାତ୍ରା ଅନୁଷ୍ଠିତ ହୋଇଯାଇଛି | ଡାବୁଗାଁ ଡ୍ରାଇଭର ମହାସଂଘ ତରଫରୁ ମାଉସୀମା ମନ୍ଦିର ରେ ଭକ୍ତମାନଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା | ଏଥିରେ ମହାସଂଘ ସଭାପତି ସନ୍ତୋଷ କୁମାର ଭତ୍ରା ଙ୍କ ସମେତ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବୃନ୍ଦବାହଲ ପ୍ରହରୀ ମଣ୍ଡପରେ ଷୋହଳ ପ୍ରହର ନାମଯଜ୍ଞ

Sunil Chandra Nayak

ଆଳତୁମା ଗ୍ରାମରେ ଶିଶୁ ମାନଙ୍କ ଦ୍ଵାରା ଶ୍ରୀମଦ୍ଭାଗବତ ଗ୍ରନ୍ଥ ସମର୍ପଣ

Sunil Chandra Nayak

ଭୁବନ ରେ ଶିବ ପାର୍ବତୀ ବିବାହ ସମ୍ପନ୍ନ :ବାଈ ନାଚ ସାଙ୍ଗକୁ ବାଜା ବାଣରେ ଦୁଳୁକିଲା ସହର

Leave a Comment

error: Content is protected !!