ଡାବୁଗାଁ, ୨୮/୬ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ବାହୁଡା ଯାତ୍ରା ବୁଧବାର ଅନୁଷ୍ଠିତ ହୋଇଯାଇଛି | ଆଜି ସକାଳୁ ଗୁଣ୍ଡିଚା ମନ୍ଦିରରେ ୩ ଠାକୁର ଙ୍କ ରୀତିନୀତି ପରେ ପହଣ୍ଡି କରି ରଥକୁ ନିଆଯାଇଥିଲା | ପୂଜକ ନବୀନ ପାଢୀ ପୂଜାର୍ଚ୍ଚନା କରିଥିଲେ | ଏଥିରେ ଦଇତାପତି ଭାବେ ନୀଳକଣ୍ଠ ମହାପାତ୍ର, ତ୍ରିନାଥ ଦାଶ, ସନତ କୁମାର ନାୟକ, ପ୍ରଦୀପ ସାହୁ, ରଞ୍ଜନ ମିଶ୍ର, କୃଷ୍ଣଚନ୍ଦ୍ର ପଣ୍ଡା ଓ ସୁଜିତ କୁମାର ପାତ୍ର ପ୍ରମୁଖ ୩ ଠାକୁରଙ୍କୁ ପହଣ୍ଡି କରାଇଥିଲେ | ଡାବୁଗାଁ ତହସିଲଦାର ତଥା ମନ୍ଦିର ପରିଚାଳନା କମିଟି ସ୍ଥାୟୀ ସଭାପତି କୃଷ୍ଣଚନ୍ଦ୍ର ଦାଶ ରାଜା ଭାବେ ରଥରେ ଛେରା ପହଁରା କରିଥିଲେ | କୁନୁ ପାତ୍ର ଡାହୁକ ଡାକଦେବାପରେ ଭକ୍ତମାନେ ରଥ ଟାଣି ନେଇଥିଲେ | ଭଗବାନ ଖୁଣ୍ଟିଆ ନନ୍ଦିଘୋଷ ରଥର ସାରଥି ଦାୟିତ୍ଵ ନିର୍ବାହ କରିଥିଲେ | ସନ୍ଧ୍ୟା ୭ ଘ. ରେ ରଥ ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମୁଖ ରେ ପହଞ୍ଚିଥିଲା | ଏଥିରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ | ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ଡାବୁଗାଁ ଥାନା ଆଇଆଇସି ସୁନିଲ କୁମାର ପ୍ରଧାନ , ସବଇନିସ୍ପେକ୍ଟର ବିଜୁରାମ ବାଗ, ଏଏସଆଇ ଶିଶିରକାନ୍ତ ଘୋଷ, ବିଜୟ କୁମାର ସାହୁ ଙ୍କ ସମେତ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା | ଏହା ସହ ଡାବୁଗାଁ ବ୍ଲକର ଚଚରାଗୁଡା ପଞ୍ଚାୟତ ଅଧୀନ ପୋଖନାଗୁଡା ଗ୍ରାମରେ ରଥ ଯାତ୍ରା ଅନୁଷ୍ଠିତ ହୋଇଯାଇଛି | ଡାବୁଗାଁ ଡ୍ରାଇଭର ମହାସଂଘ ତରଫରୁ ମାଉସୀମା ମନ୍ଦିର ରେ ଭକ୍ତମାନଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା | ଏଥିରେ ମହାସଂଘ ସଭାପତି ସନ୍ତୋଷ କୁମାର ଭତ୍ରା ଙ୍କ ସମେତ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ |
previous post
next post