ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଥୁଆମୂଳ ରାମପୁର ବ୍କକ ମୁଖ୍ଯାଳୟ ନିକଟରେ ଥିବା ଦେରଗୁଡା ଗ୍ରାମକୁ ବିକାଶ ଅପହଞ୍ଚ

ଥୁଆମୂଳ ରାମପୁର:୧୬/୩- ମ,ନି,ସ:- ଦେଶ ସ୍ବାଧୀନତା ପାଇ ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଆଜିବି ଅନେକ ଦୁର୍ଗମ ଅଞ୍ଚଳକୁ ବିକାଶ ଅପହଞ୍ଚ ଭାବରେ ରହିଛି।ଲୋକେ ମୌଳିକ ସୁବିଧା କଣ ଏପର୍ଯ୍ୟନ୍ତ ବୁଝିବା ସେମାନଙ୍କ ପକ୍ଷରେ ସମ୍ଭବ ହୋଇପାରିନାହିଁ। ଗମନାଗମନ ପାନୀୟ ଜଳ,ବିଶେଷ କରି ଦୁର୍ଗମ ଅଞ୍ଚଳରେ ସମସ୍ଯା ସୃଷ୍ଟି କରୁଅଛି। ଯାହାଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।କେନ୍ଦ୍ର ଓ ରାଜ୍ଯ ସରକାରଙ୍କ  କୋଟିକୋଟି ଟଙ୍କାର ଯୋଜନା ତିଆରି କରୁଛନ୍ତି। ଯୋଜନା ଅନେକ ହେଉଥିଲେ ମଧ୍ୟ ଯୋଜନା ବାଟବଣା ହୋଇଛି। ସ୍ଥାନୀୟ ରାଜନେତା ଓ ବିଭାଗୀୟ ଅଧିକାରୀଙ୍କ ଦୂରଦୃଷ୍ଟି ଅପାରଗତା ଯୋଗୁଁ ଲୋକଙ୍କ ପାଖକୁ ବିକାଶ ପହଞ୍ଚି ପାରିନାହିଁ,ଆଜିବି ଲୋକେ ନାନା ଅସୁବିଧାରେ ରହିଛନ୍ତି।ଗାଁକୁ ଯିବାକୁ ହେଲେ ସେହି ପାଦଚଲା ବାଟକୁ ଲୋକେ ଆପଣେଇଛନ୍ତି।ଗାଁରେ ସ୍କୁଲ ନଥିବା ଯୋଗୁଁ ଅନ୍ଯ ଗାଁ ଉପରେ ନିର୍ଭର କରୁଥିବା ଗ୍ରାମର ଲୋକେ ନଦୀନାଳ ପାରି ହୋଇ ଗଲେ ହିଁ ସେମାନଙ୍କ ସେଠାରେ ଅଙ୍ଗନବାଡି ସ୍କୁଲର ସୁବିଧା ପାଉଛନ୍ତି। ଏଭଳି ଗ୍ରାମ ଗୁଡିକ ମଧ୍ୟରୁ ଏଠାରେ କଳାହାଣ୍ଡି ଜିଲ୍ଲା ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଳକର ସଦର ମହକୁମା ପଞ୍ଚାୟତ ଅଧିନରେ ଥିବା ଦେରଗୁଡା ଗ୍ରାମର ଅବସ୍ଥା ସେହି ଭଳି ରହିଅଛି। ଦେରଗୁଡା ଗ୍ରାମର ଶିଶୁ ମାନେ ଲିଟିଜୋର ନାଳ ପାରିହୋଇ ପୋଇଗୁଡା ଗ୍ରାମକୁ ଗଲେ ହିଁ ପ୍ରାଥମିକ ଶିକ୍ଷା ଓ ଅଙ୍ଗନବାଡି କେନ୍ଦ୍ରର ସୁବିଧା ମିଳିଥାଏ। ଦେରଗୁଡା ଗ୍ରାମକୁ ବାଧକ ସାଜିଛି ଲିଟିଜୋର ନାଳ ଏହି ନାଳ ଯୋଗୁଁ ଆମ୍ବୁଲାନ୍ସ ଗାଡି ମଧ୍ୟ ପହଞ୍ଚିବା କଷ୍ଟକର ହେଉଅଛି। ତେବେ ସରକାରଙ୍କ ଯୋଜନା କେତେ ଦୂର କାର୍ଯ୍ଯକାରୀ ହୋଇପାରିଛି ତାହା ସହଜରେ ଅନୁମାନ କରାଯାଏ। ଏହି ଗ୍ରାମରେ ଅନେକ ଗରିବ ଲୋକଙ୍କ ଶିଶୁ ରହିଛନ୍ତି ଗାଁରେ ଅଙ୍ଗନବାଡି କେନ୍ଦ୍ର ଓ ପ୍ରାଥମିକ ବିଦ୍ୟାଳୟ ନଥିବା ଯୋଗୁଁ ପୋଇଗୁଡା ଗ୍ରାମକୁ ଯିବାକୁ ପଡୁଛି। ହେଲେ ଏହି ଗାଁର ମୁଖ୍ଯ ସମସ୍ୟା ରହୁଛି ସେହି ଲିଟଜୋର ନାଳ ଓ ରାସ୍ତା ତେଣୁ ସେମାନଙ୍କୁ ଭୋଗୁଛନ୍ତି ଅନେକ ପ୍ରକାରର ଦୁର୍ଦ୍ଦଶା। ଗାଁକୁ ଯିବାପାଇଁ ଭଲ ରାସ୍ତା ଓ ପୋଲ ନାହିଁ, ଅନ୍ଯ ପକ୍ଷରେ କୁହାଯାଉଛି ଯେ, ପ୍ରଗତି ପଥେ ଓଡିଶା ଏହା କଣ ପ୍ରଗତି ପଥେ ଓଡିଶା। ତେବେ ଆଉ କେତେ ବର୍ଷ ପରେ ପାଇପାରିବେ ଏମାନେ ମୌଳିକ ସୁବିଧା ସେ ପ୍ରଶ୍ନ ହିଁ ବିଭିନ୍ନ ହେଉଅଛି। ପ୍ରଗତିଶୀଳ ରାଜ୍ଯରେ ଏହି ଭଳି ଅଭାବନୀୟ ଦୃଶ୍ଯ ରହିବା ଉଚିତ୍ କି,ଦେଶ କେତେ ଦୂର ଆଗେଇ ଯାଇଛି ତଥାପି ଆଜିବି ଦୁର୍ଗମ ଅଞ୍ଚଳରେ ଅନେକ ସମସ୍ୟା ରହିଛି।ଥୁଆମୂଳ ରାମପୁର ବ୍ଳକ ମୁଖ୍ଯାଳୟ ନିକଟରେ ଥିବା ଦେରଗୁଡା ଗ୍ରାମର ଅବସ୍ଥାରେ ପରିବର୍ତ୍ତନ ହୋଇପାରିଲା ନାହିଁ ତେବେ ଦୁର୍ଗମ ଅଞ୍ଚଳରେ ଥିବା ଗ୍ରାମର ଅବସ୍ଥାରେ କେଉଁ ଭଳିଥିବ ତାହା ସହଜରେ ଅନୁଭବ କରି ହେଉଛି। ବର୍ଷା ଦିନରେ ଏହି ଗ୍ରାମର ଲୋକେ କେଉଁ ଭଳି ଅସୁବିଧା ଭୋଗୁଛନ୍ତି ତାହା ନିଜ ଆଖିରେ ଯିଏ ଦେଖିବ ସେହିଁ ବିଶ୍ୱାସ କରିପାରିବ। ଏଠାରେ ସ୍ଥାନୀୟ କୁଜି ନେତାଙ୍କ ଅପାରଗତାର ପ୍ରକୃତ ପ୍ରମାଣ ମିଳିପାରିଛି। ଏହି ନେତାଙ୍କ ଲାଭକ୍ଷୋର ମନୋବୃତ୍ତି ଯୋଗୁଁ ଅଞ୍ଚଳରେ ବିକାଶ ହୋଇପାରୁନାହିଁ। ଗରିବ ଲୋକଙ୍କର ସଚେତନ ଘୋର ଅଭାବର ସୁଯୋଗ ନେଇ ନେତା ତାଙ୍କର ଫାଇଦା ହାସଲ କରିବାପାଇଁ ବ୍ଯସ୍ତ। ତେଣୁ ଉଚ୍ଚପଦସ୍ଥ ଅଧିକାରୀ ଏହାକୁ ଦୃଷ୍ଟିରେ ରଖି ଦେରଗୁଡା ଗ୍ରାମର ସମସ୍ଯାର ସମାଧାନ ଦିଗରେ ତତ୍ପରତା ପ୍ରକାଶ କରିବା ପାଇଁ ଦାବି ହେଉଅଛି।

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଆସନ୍ତା କାଲି ଭବାନୀପାଟଣା ଓ ଲାଞ୍ଜିଗଡ ବ୍ଳକରେ ପଞ୍ଚାୟତ ନିର୍ବାଚନକୁ ନେଇ ପ୍ରସ୍ତୁତି

Sunil Chandra Nayak

କଲମପୁର ବ୍ଳକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ

Sunil Chandra Nayak

ରୋଟାରୀକ୍ଲବ ରାଉରକେଲା ଷ୍ଟିଲ ସିଟି ଓ ଏଚଡିଏଫସି ତରଫରୁ ରକ୍ତଦାନ ଶିବିର ଓ କୁଲର ପ୍ରଦାନ

Leave a Comment

error: Content is protected !!