ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଇକ ଦୁର୍ଘଟଣାରେ ବୃଦ୍ଧା ଗୁରୁତର

ବନ୍ଧୁଗାଁ ତା ୨୭/୬/୨୩ //  ଆଜି ବନ୍ଧୁଗାଁ ବ୍ଲକ କୁମ୍ଭାରିପୁଟ ପଞ୍ଚାୟତ ଜେଣ୍ଡା ପାର୍ତ୍ତିଙ୍ଗି ଗ୍ରାମର ବୃଦ୍ଧା ମହିଳାଙ୍କ ବାଇକ ଦୁର୍ଘଟଣାରେ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ଦେଖିବକୁ ମିଳିଛି। ବାହୁଡ଼ା ଯାତ୍ରା ଦେଖିବା ପାଇଁ ସନ୍ଧ୍ୟା ୫ ଘଣ୍ଟା ସମୟରେ କାବ୍ରିବାଡ଼ି ପଞ୍ଚାୟତ ଲୋପେଟା ଗ୍ରାମର ଆନନ୍ଦ ପିଡିକା (ପୂ) ୨୪ ନିଜ ବାଇକ ନମ୍ବର ଏ ପି ୩୫ ଏ ବି ୦୦୪୭ ବାଇକ ଚଳାଇ ନାରାୟଣପାଟଣା ଯାଉଥିଲେ। ଏହି ସମୟରେ ବାଉଁଶପୁଟ ଗ୍ରାମକୁ ନିଜ ଝିଅକୁ ଦେଖିବକୁ ଜେଣ୍ଡାପାର୍ତ୍ତିଙ୍ଗି ଗ୍ରାମର ଡିଓ ହୁଇକା (ମ) ୫୨ ଆସି ମୁଖ୍ୟା ରାସ୍ତା ଠାରେ ବସ ଚଡ଼ି ନିଜ ଘରକୁ ଫେରୁଥିବା ବେଳେ ବାଇକ ଚାଳକ ସହିତ ଧୋକା ହୋଇଥିଲା। ଘଟଣା ସ୍ଥଳରେ ବୃଦ୍ଧା ମାଆ ଜଣକଙ୍କ ବାମ ଗୋଡର ଆଣ୍ଠୁ ତଳେ ଭାଙ୍ଗି ଯିବା ସହିତ ହାଡ ଗୁଡ଼ିକ ବାହାରେ ବାହାରି ବହୁତ ରକ୍ତ ବାହାରି ଯାଇଥିବା ଦେଖିବାକୁ ମିଳିଛି। ବାଇକ ଚାଳକଙ୍କ ଦାନ୍ତ ୪ ଟି ଭାଙ୍ଗି ଯାଇଛି।ସ୍ଥାନୀୟ ଲୋକଙ୍କ ସହାୟତାରେ ସଙ୍ଗେ ସଙ୍ଗେ ବୃଦ୍ଧା ମାଆ ଓ ବାଇକ ଚାଳକ ଙ୍କୁ ଗୋଷ୍ଟୀ ସ୍ବାସ୍ଥ୍ୟ କେନ୍ଦ୍ର ବନ୍ଧୁଗାଁ କୁ ଆଣିବା ପରେ ଡାକ୍ତର ଙ୍କ ଦ୍ଵାରା ପ୍ରାଥମିକ ଚିକିତ୍ସା କରା ଯାଇ ଅଧିକ ଗୁରୁତର ଥିବା ଜାଣି ଡାକ୍ତର କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜକୁ ପଠାଇବା ପାଇଁ ଜଣାଇଛନ୍ତି। ମେଡ଼ିକାଲ ଠାରେ ସ୍ଥାନୀୟ ପୋଲିସ ଦଳ ପହଞ୍ଚି ଅଧିକ ତଦନ୍ତ କରି ଫେରିଥିବା ଦେଖିବାକୁ ମିଳିଛି।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

କଳାହାଣ୍ଡି ଉତ୍ସବ ପ୍ରଚାର ପ୍ରସାର ଗାଡ଼ି ର ଶୁଭାରମ୍ଭ କଲେ ଉପ ଜିଲ୍ଲାପାଳ 

masiha

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ “ଟେବୁଲ ଟପ ଏକ୍ସରେ ସାଇଜ” ଅନୁଷ୍ଠିତ , “ମୁକାବିଲା ନିମନ୍ତେ ସମସ୍ତ ସରଞ୍ଜାମ ସହିତ ପ୍ରସ୍ତୁତି ରହିବାକୁ ନିର୍ଦେଶ

Sunil Chandra Nayak

ଡାବୁଗାଁ ରେ ମା ଦୂର୍ଗାଙ୍କ ଅଷ୍ଟମୀ ପୂଜା

masiha

Leave a Comment

error: Content is protected !!