ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଦର ମହକୁମା ଠାରେ ବକ୍ରା ଇଦ୍ଦ ପାଳିତ 

ନବରଙ୍ଗପୁର ,(ମସିହା)ନବରଙ୍ଗପୁର ସଦର ମହକୁମା ଠାରେ ବକ୍ରା ଇଦ୍ଦ ବଳିଦାନର ପର୍ବ ପାଳିତ ହୋଇଯାଇଛି । ପ୍ରାତଃ ସମୟରେ ସମସ୍ତ ମୁସଲମାନ ଧର୍ମାବଲମ୍ବୀ ମାନେ ଏକତ୍ରୀତ ହୋଇ ସମୁହ ନମାଜ୍ ପାଠ କରିଥିଲେ । ମୌଲାନା ଆଫତାବ ଆଲାମ୍ ନମାଜ୍ ପାଠ କରିଥିଲେ । ଏଥିରେ ପୂର୍ବତନ ମସଜିଦ୍ କମିଟି ସଭାପତି ଓ ଏମ ଡି କାସିମ ସlରିଫ , ଶେଖ ସlଜନ, ଏମ ଡି ଜାହୁର, ସେକ୍ ତାଉଫିକ, ଏମ ଡି ଆମିୟରୁ, ଅବଦୁଲ ଗାନି, ତାଜ ଇମ୍ରାନ ସlରିଫ ସମସ୍ତେ ମିଳିମିଶି ପରିଚାଳନା କରିଥିଲେ । ଇସଲାମ ଧର୍ମର ଏହା ଏକ ବଡ ପର୍ବ । ଏହି ଦିନରେ ପ୍ରପେଟ ଇବ୍ରାହିମଙ୍କୁ ନେଇ ଏକ କିମ୍ବଦନ୍ତୀ ମଧ୍ୟ ରହିଛି । ଏହି ଦିନରେ ଛେଳି କୁର୍ବାନି ଦିଆ ଯାଉଥିବାରୁ ଏହାକୁ ବକ୍ରା ଇଦ ମଧ୍ୟ କୁହାଯାଏ । ଏହି ଦିନରେ ସକାଳ ମୁସୁଲିମ ସମ୍ପ୍ରଦାୟର ସବୁ ପୁରୁଷ ଏକତ୍ରୀତ ହେଇ ସମୁହ ନମାଜ୍ ପାଠ କରନ୍ତି ଓ ବିଶ୍ଵ ଶାନ୍ତି ପାଇଁ ପ୍ରାର୍ଥନା କରନ୍ତି । ଇସଲାମିକ୍ ବିଶ୍ୱାସ ଅନୁଯାୟୀ, ଭବିଷ୍ୟବକ୍ତା ପ୍ରପେଟ ଇବ୍ରାହିମଙ୍କର ଆଲ୍ଲାଙ୍କ ପ୍ରତି ଅଗାଢ ବିଶ୍ବାସ ଓ ଭଲ ପାଇବା ରହିଥିଲା । ଏହା ଦେଖି ଆଲ୍ଲା ଦିନେ ତାଙ୍କର ପରୀକ୍ଷା ନେଇଥିଲେ । ଆଲ୍ଲା ତାଙ୍କୁ ତାଙ୍କର ଅତି ପ୍ରିୟର ଜିନିଷ ବଳି ଦେବାକୁ କହିଥିଲେ। ଇବ୍ରାହିମ ତାଙ୍କ ପୁତ୍ର ହଜରତ ଇସମାଇଲଙ୍କୁ ନିଜ ଜୀବନଠାରୁ ଅଧିକ ଭଲ ପାଉଥିଲେ । ଆହ୍ଲାଙ୍କ ଆଦେଶ ପାଇବା ପରେ ଇବ୍ରାହିମ ତାଙ୍କ ପୁଅକୁ ବଳି ଦେବାକୁ ନିଷ୍ପତ୍ତି ନେଇଥିଲେ। କାଳେ ପୁତ୍ର ମୋହରେ ଆଲ୍ଲାଙ୍କ ପାଇଁ ନିଜ ପୁତ୍ରଙ୍କୁ ବଳି ଦେବା ସମୟରେ ନିଜ ହାତ ଅଟକି ଯିବ ତେଣୁ ସେ ନିଜ ପୁଅକୁ ବଳି ଦେବାକୁ ନିଜ ଆଖିରେ କଳା ପଟି ବାନ୍ଧିଥିଲେ । ବଳି ପାଇଁ ପ୍ରସ୍ତୁତ ହେବା ବେଳେ ଆଲ୍ଲା ତାଙ୍କ ପୁଅ ବଦଳରେ ସେ ଜାଗାରେ ଏକ ଛେଳି ବା ଡୁମ୍ବା ରଖିଦେଇଥିଲେ । ଆଲ୍ଲା ପୁଅ ବଦଳରେ ପଶୁ ବଳିଦାନ ଦେଇଥିଲେ। ଜିଲହିଜ୍ଜ ମାସର ଦଶମ ଦିନରେ ଏହି ଘଟଣା ଘଟିଥିଲା। ତେଣୁ ଏହାର ସ୍ମୃତିରେ ପ୍ରତିବର୍ଷ ଜିଲହିଜ୍ଜ ମାସର ଦଶମ ଦିନରେ ବକ୍ରି ଇଦ୍ ପର୍ବ ପାଳନ କରାଯାଇଥାଏ। 

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

କଟକ ଜିଲ୍ଲା ସାମ୍ବାଦିକ ସଂଘ ର ତୃତୀୟ ବାର୍ଷିକ ଉତ୍ସବ ପାଳିତ :ସାମ୍ବାଦିକତା କେବଳ ଏକ ବୃତ୍ତି ନୁହେଁ, ବ୍ରତ ବୋଲି ଭାବିବା ଦରକାର 

Sunil Chandra Nayak

ସରକାରୀ ପ୍ରାଥମିକ ବିଦ୍ୟାଳୟ, ସାନକାର୍ଲିର ବାର୍ଷିକ ଉତ୍ସବ ପାଳିତ

masiha

ବାଲ୍ୟ ବିବାହ ରୋକିବା ଲାଗି ସଚେତନ ରାଲି 

Sunil Chandra Nayak

Leave a Comment

error: Content is protected !!