ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରଥଯାତ୍ରା ପଥ ମହୋତ୍ସବ ଉଦଯାପିତ 

ପବିତ୍ର ବାହୁଡା଼ ଅବସରରେ କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ରଥଯାତ୍ରା ପଥ ମହୋତ୍ସବର ଉଦଯାପନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ଶ୍ରୀ ଗୁଣ୍ଡିଚା ରୁ ବାହୁଡା଼ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । କୈବଲ୍ୟ ସାହିତ୍ୟ ସଂସଦର ଅତିଥି ମାନେ ଯୋଗଦେଇ ପୁରୀ ବଡ଼ଦାଣ୍ଡରେ ବାହୁଡା଼ ଅବସରରେ ରଥଯାତ୍ରା ପଥ ମହୋତ୍ସବ ଉଦଯାପନ ଦିନ ଜୟ ଜଗନ୍ନାଥ ସ୍ଲୋଗାନ ଦେଇ ରଥ ଚାରିପଟେ ପରିଭ୍ରମଣ କରିଥିଲେ । ଏହି ଅବସରରେ ଜନରଞ୍ଜନ ପ୍ରଧାନ, ଗଗନ କୁମାର ପ୍ରଧାନ, ପୁଷ୍ପଲତା ମିଶ୍ର, ଗୋବିନ୍ଦ ଚନ୍ଦ୍ର ଫାରକ୍, ସତ୍ୟଜିତ ମହତାବ,ପ୍ରଣବ ଛୋଟରାୟ,ପୁଷ୍ପଲତା ମିଶ୍ର,ପ୍ରକାଶ ମହାପାତ୍ର,ବିଜୟ ମିଶ୍ର,ଜୟନ୍ତ ପାଲ୍,କମଳାକାନ୍ତ ରାଜୁ,ସଂଯୁକ୍ତା ସାହୁ,ପ୍ରଭାତ ସାହୁ,ପ୍ରିୟବ୍ରତ ଦେହୁରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସେବା ସଂଗଠନକୁ ଏବଂ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । କୈବଲ୍ୟ ସାହିତ୍ୟ ସଂସଦର କର୍ମକର୍ତ୍ତା ଆଶୁ ଚିକିତ୍ସା ଏବଂ ବଡ଼ଦାଣ୍ଡ ସଫେଇରେ ସହାୟତା କରିଥିଲେ । ଅତିଥି ମାନେ ଶହେ ଜଣ ଡାକ୍ତର ଏବଂ ପାରା ମେଡିକାଲ ଅଧିକାରୀଙ୍କୁ ବଡ଼ଦାଣ୍ଡ ସେବା ସମ୍ମାନ ପ୍ରଦାନ କରିଥିଲେ । ଓଡ଼ିଶା ଅଗ୍ନି ସେବା ଅଧିକାରୀ , ପୋଲିସ କ୍ରାଇମବ୍ରାଞ୍ଚ୍ ଅଧିକାରୀ, ଆର୍ମି ଅଧିକାରୀ, ହୋମ ଗାର୍ଡ ମାନଙ୍କୁ ବଡ଼ଦାଣ୍ଡ ସେବା ସମ୍ମାନ ପ୍ରଦାନ କରାଯାଇଥିଲା । ଶହେ ଜଣ ସମାଜସେବୀ ଙ୍କୁ ବଡ଼ଦାଣ୍ଡ ସେବା ସମ୍ମାନ ପ୍ରଦାନ କରିଥିଲେ । ଦିଲ୍ଲୀ , ବାଙ୍ଗାଲୋର ଦୂରଦର୍ଶନର ବରିଷ୍ଠ ସାମ୍ବାଦିକ ଏବଂ ଆକାଶ ବାଣୀ ପୁରୀ ର ବରିଷ୍ଠ ସାମ୍ବାଦିକଙ୍କୁ ବଡ଼ଦାଣ୍ଡ ସାମ୍ବାଦିକ ଗୌରବ ସମ୍ମାନ ପ୍ରଦାନ କରାଯାଇଥିଲା । ଯୁବ ସାମ୍ବାଦିକ ରିତାରାଣୀ ସେଠ୍, ଲଳିତେନ୍ଦୁ ପଲାଉରି ଏବଂ ଅନ୍ୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ବଡ଼ଦାଣ୍ଡ ସାମ୍ବାଦିକ ଗୌରବ ସମ୍ମାନ ପ୍ରଦାନ କରାଯାଇଥିଲା । ଶହେ ଜଣ ଅତି ବିଶିଷ୍ଟ ବ୍ୟକ୍ତି, ସେବାୟତ ମାନଙ୍କୁ ଓଡ଼ିଶା ରଥଯାତ୍ରା ସଂସ୍କୃତି ସମ୍ମାନ ପ୍ରଦାନ କରିଥିଲେ । କୈବଲ୍ୟ ସାହିତ୍ୟ ସାଂସଦ ର କର୍ମକର୍ତ୍ତା ରଥ ଟାଣିବା କାର୍ଯ୍ୟରେ ସହାୟତା କରିଥିଲେ । କୈବଲ୍ୟ ସାହିତ୍ୟ ସଂସଦର ପ୍ରତିଷ୍ଠାତା ଓ ସମ୍ପାଦକ ଡ଼. ସଂଗ୍ରାମ କେଶରୀ ସାମନ୍ତରାୟ ଏବଂ ସଭାପତି ଶ୍ରୀମତୀ ବିଜୟା ଲକ୍ଷ୍ମୀ ସାମନ୍ତରାୟ କୈବଲ୍ୟ ସାହିତ୍ୟ ସଂସଦ ଜଗନ୍ନାଥ ସଂସ୍କୃତି ପ୍ରଚାର ଏବଂ ଓଡ଼ିଆ ଭାଷାର ପ୍ରଚାର ପାଇଁ ଏହି କାର୍ଯ୍ୟକ୍ରମ କରାଯାଇଥିବାର ସୂଚନା ପ୍ରଦାନ କରିଛନ୍ତି । ଓଡ଼ିଶାର କୋଣ ଅନୁକୋଣରୁ ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ଶୁଭେଚ୍ଛା ମିଳିଛି ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଡୋକରୀଦର ଜଳପ୍ରପାତରେ ଯୁବକ ବୁଡି ନିଖୋଜ ଘଟଣା, ୨୪ ଘଣ୍ଟା ପରେ ଉଦ୍ଧାର ହେଲା ଶବ

ବାଇକ୍ ଦୁର୍ଘଟଣାରେ ଚାଳକ ଗୁରୁତର, ରାସ୍ତା ଖରାପ୍ ଯୋଗୁଁ ବାରମ୍ବାର ଘଟୁଛି ଦୁର୍ଘଟଣା   

Sunil Chandra Nayak

ପାଚିକା ଓ ସହାୟିକା ମହାସଗଂ ର ବ୍ଲକ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!