ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଟେମରି ଗ୍ରାମ ପଞ୍ଚାୟତ କୁମ୍ଭାରୀ ଗ୍ରାମର ପୋଖରୀ ରାସ୍ତାରେ ଅଳିଆବର୍ଜନା ପରିପୂର୍ଣ୍ଣ 

ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଟେମରି ଗ୍ରାମ ପଞ୍ଚାୟତର କୁମ୍ଭାରୀ ଗ୍ରାମର ଚାରିକୋଣିଆ ପୋଖରୀକୁ ଯିବା ରାସ୍ତା ଅଳିଆବର୍ଜନାରେ ପରିପୂର୍ଣ୍ଣ ହୋଇ ଥିବା ହେତୁ ଯିବାଆସିବା କରିବାରେ ବହୁତ ଅସୁବିଧା ହେଉଛି l ଖରାଦିନରେ ଏହି ଅଂଚଳର ନଦୀ,ନାଳ ଶୁଖିଯିବାରୁ ଚାରିକୋଣିଆ ପୋଖରୀ ଉପରେ କୁମ୍ଭାରୀ ଓ ଟେମରୀ (ଡିଗ୍ରାପଡା) ଗ୍ରାମର ଲୋକମାନେ ନିତ୍ୟକର୍ମ ଓ ଗାଧୋଇବା ତଥା ଅନ୍ୟାନ୍ୟ ଜଳ ଆବଶ୍ୟକୀୟ କାର୍ଯ୍ୟ ଉପରେ ନିର୍ଭର କରିଥାନ୍ତି l କିନ୍ତୁ ଏହି ପୋଖରୀକୁ ଯିବା ରାସ୍ତାରେ ବର୍ଷ ବର୍ଷ ଧରି ଅଳିଆବର୍ଜନା ଜମି ରହୁଥିବାରୁ ଗ୍ରାମ ପଞ୍ଚାୟତ କିମ୍ବା କୌଣସି ବେସରକାରୀ ଅନୁଷ୍ଠାନ ତରଫରୁ ସଫେଇ କାର୍ଯ୍ୟକ୍ରମ ହେଉ ନ ଥିବାରୁ ଦୁର୍ଗନ୍ଧ ବାହାରି ଅସ୍ବାସ୍ଥକର ପରିବେଶ ସୃଷ୍ଟି କରୁଛି l ତୁରନ୍ତ ଏହାର ପ୍ରତିକାର ପାଇଁ ଗ୍ରାମ ପଂଚାୟତ ତରଫରୁ ସଫେଇ କାର୍ଯ୍ୟକ୍ରମ ହାତକୁ ନିଆଯାଉ ବୋଲି ପଞ୍ଚାୟତବାସୀଙ୍କ ତରଫରୁ ଅଭିଯୋଗ ହେଉଛି ଏବଂ ନୂତନ ପଂଚାୟତ ପ୍ରତିନିଧିମାନେ ଏହାର ସୁବ୍ୟବସ୍ଥା କରିବେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି l

ଟେ ମ ରି ରୁ ଜଗଜ୍ଵିବନ ସା ଙ୍କ ରିପୋର୍ଟ

 

Related posts

ଶ୍ରମିକ ଦିବସ ଉପଲକ୍ଷେ ସୁକାନ୍ତ ଖଣ୍ଡା ଙ୍କ କବିତା ମୁଁ ଅଧାରୁ ପାଠ ଛାଡି଼ଥିବା ଛାତ୍ର

ମୁଖିଗୁଡା ଠାରେ ବିଶ୍ଵ ମାନବଧିକାର ଦିବସ

Sunil Chandra Nayak

ପାଞ୍ଚ ମାସରେ ୯,୦୦୦ ଟ୍ରେନ୍ ବାତିଲ: କୋଇଲା ପରିବହନ ପାଇଁ ୧,୯୩୪ ଟ୍ରେନ୍ ବାତିଲ.

Leave a Comment

error: Content is protected !!