ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ  

ରୁପ୍ରା, ୩୦/୬ (ମନିସ) : ନର୍ଲା ବ୍ଳକ୍ ଅନ୍ତର୍ଗତ ନିଶାନପୁର ପଞ୍ଚାୟତର SHG ମହିଳା ମାନଙ୍କୁ ନେଇ ମିଶନ ଶକ୍ତି ନର୍ଲା ଦ୍ଵାରା ଏକ ସଚେତନତା କାର୍ଯ୍ୟକ୍ରମ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କ ନିମନ୍ତେ ବ୍ୟାଙ୍କ୍ ଋଣ ଓ ସୁଧ ଫେରସ୍ତ ବ୍ୟବସ୍ଥା କୁ ନେଇ ଆଜି ପଞ୍ଚାୟତ ପଛପଟ ପଡିଆରେ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମ ବିପିସି ନର୍ଲା ରୋହିତ ବିଶ୍ୱାଳଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ। ସମ୍ମାନିତ ଅତିଥିଭାବେ ମହାଶକ୍ତି ଫେଡେରେସନ ସଭାପତି ସଙ୍ଗୀତା ଭୋଇ, ସମ୍ପାଦକ ବିନ୍ଦୁଲତା ସାମଲ ପ୍ରମୁଖ ଯୋଗଦାନ କରିଥିଲେ। GPLF, MBK ଓ ସମସ୍ତ CRP ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ବିପିସି ଶ୍ରୀ ବିଶ୍ବାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ତରଫରୁ ବୁଦ୍ଧ ଜୟନ୍ତୀ

masiha

ଚିନ୍ମୟ ମିଶନ, ରାଉରକେଲା ଦ୍ୱାରା* *ରାଜ୍ୟସ୍ତରୀୟ ଗୀତା ଆବୃତ୍ତି

Sunil Chandra Nayak

ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଜବ ବ୍ୟବସ୍ଥା,  ଛାତ୍ରର ପିତାମାତାଙ୍କୁ ପ୍ରିନ୍ସପାଲ ଙ୍କ କଡା ନିର୍ଦ୍ଦେଶ ଛାତ୍ରକୁ ପାଠ ପଡ଼ିବା ପାଇଁ ଆଜି ହିଁ ସୁଚନା ଆଜି ହିଁ ନାମ ପଞ୍ଜିକରଣ ନଚେତ ନାହିଁ

Sunil Chandra Nayak

Leave a Comment

error: Content is protected !!