ନବରଙ୍ଗପୁର,୩୦/୬(ମସିହା) ନବରଙ୍ଗପୁର ଜିଲ୍ଲା ଆପ୍ ର ଜିଲ୍ଲା ସଭାପତି ଲକ୍ଷ୍ମୀ ଚନ୍ଦ୍ର ଟାକ୍ରୀ ଦିନିକିଆ ଝରିଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀ ଗସ୍ତ କରିଥିଲେ। ପ୍ରଥମେ ଝରିଗାଁ ବ୍ଲକ ବୁଥ ସ୍ତରୀୟ କର୍ମୀ ମାନଙ୍କୁ ନେଇ ହୋଇଥିବା ବୈଠକରେ ଯୋଗ ଦେଇ ନିଜ ନିଜ ୱାର୍ଡ ରେ ଜଣେ ଜଣେ ପ୍ରହରୀ ପରି କାର୍ଯ୍ୟ କରିବାକୁ କର୍ମୀ ମାନଙ୍କୁ ଗୁରୁମନ୍ତ୍ର ଶିକ୍ଷା ଦେଇଥିଲେ।ଏହି ନିର୍ବାଚନ ମଣ୍ଡଳୀରେ ନବରଙ୍ଗପୁରେ ସାଂସଦ ରମେଶ ଚନ୍ଦ୍ର ମାଝୀ ଓ ତାଙ୍କ ସାନ ଭାଇ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ରହି ନିର୍ବାଚନ ମଣ୍ଡଳୀରେ କୌଣସି ବିକାଶ କରୁ ନାହାନ୍ତି। ବିକାଶ ନାମରେ ଏମାନେ ବିନାଶ କରୁଛନ୍ତି। ତାଙ୍କ ନିର୍ବାଚନ ମଣ୍ଡଳୀର ଅନେକ ଗାଁ ରେ ଲୋକେ ସ୍ୱଚ୍ଚ ପାଣି ପିଇବାକୁ ପାଇ ପାରୁ ନାହାଁନ୍ତି। ଏବେବି ଅନେକ ଗାଁ ଲୋକ ପିଇବା ପାଣି ପାଇଁ ନଦୀ ନାଳ ଝରଣା ଉପରେ ନିର୍ଭର କରୁଛନ୍ତି। ରାଜ୍ୟ ସରକାର ଜନ୍ମ ଠାରୁ ମରଣ ଯାଏ ବିକାଶ ନାରା ଦେଉଛନ୍ତି, ହେଲେ ବିକାଶ ର ଚିତ୍ର ଦେଖିବାକୁ ମିଳୁନାହିଁ। ପମ୍ପା ପ୍ରତିଶ୍ରୁତି ଦେଇ ନିରୀହ ଆଦିବାସୀଙ୍କ ସରଳ ତା ର ସୁଯୋଗ ନେଇ ନିର୍ବାଚନ ବୈତରଣୀ ପାର ହେଉଛନ୍ତି। ନିର୍ବାଚନ ସରିଗଲେ ବିକାଶ କରିବାକୁ ଦେଇଥିବା ପ୍ରତି ଶ୍ରୁତି ପାଳନ କରନ୍ତି ନାହିଁ। ନିଜ ନିର୍ବାଚନ ମଣ୍ଡଳୀର ହଜାର ହଜାର ସଂଖ୍ୟାରେ ଲୋକ ଦାଦନ ଖଟିବାକୁ ଆନ୍ଦ୍ର ପ୍ରଦେଶ ତାମିଲିନାଡୁ ଯାଉଛନ୍ତି। ଶ୍ରମିକ ମାନଙ୍କ ପାଇଁ ଏମ୍ ଜି ଏନ୍ ଆର୍ ଜି ଏସ ଯୋଜନା ହେଉଛି, ହେଲେ ଏଠାରେ ଶ୍ରମିକ ବଦଳରେ ଜେସିପି ମେସିନ ସାହାଯ୍ୟରେ ସାଂସଦ ବିଧାୟକ ଙ୍କ ଲୋକ ହିଁ କାର୍ଯ୍ୟ କରୁଛନ୍ତି। ମୋ ସରକାର ଫାଇଭ ଟି ନାମରେ ବିଦ୍ୟାଳୟ ରୂପାନ୍ତର ପାଇଁ ଲକ୍ଷ ଲକ୍ଷ ଟଙ୍କା କୁ ବିନା ଟେଣ୍ଡର ରେ ବିଜେଡ଼ି ନେତା ମାନେ ହିଁ କାର୍ଯ୍ୟ କରୁଛନ୍ତି। ମୋ ସରକାର ଯୋଜନା ରେ ବିଦ୍ୟାଳୟ ରୂପ ରେଖ ପରିବର୍ତ୍ତନ କରିବା ପାଇଁ ଶ୍ରେଣୀ କକ୍ଷ ନିର୍ମାଣ ବେଳେ କେତେ ବେଳେ ଭୁଷୁଡି ପଡୁଛି, କେତେ ବେଳେ ପାଚେରୀ ଭାଙ୍ଗି ଦୁଇ ଫାଳ ହୋଇ ଯାଉଛି। ତଥାପି ସାଂସଦ ବିଧାୟକ ବ୍ଲକ କିମ୍ବା ଜିଲ୍ଲା ସ୍ତରୀୟ ବୈଠକ ରେ କହିବାକୁ ସତ ସାହାସ କରି ନ ପାରିବା ଏହା କି ଭଳିଆ ସାଂସଦ ଓ ବିଧାୟକ ବୋଲି କହିବା ସହ ୨୦୨୪ସାଧାରଣ ନିର୍ବାଚନ ରେ ଏବେ ଠାରୁ ନିର୍ବାଚନ ପାଇଁ ପ୍ରସ୍ତୁତି ରହିବାକୁ କର୍ମୀ ମାନଙ୍କୁ ଅନୁରୋଧ କରିଥିଲେ। ସେହିଭଳି ଝରିଗାଁ ବୈଠକ ପରେ ଚନ୍ଦାହାଣ୍ଡି ବ୍ଲକ ଗସ୍ତ କରିଥିଲେ।ସେଠାରେ ମଧ୍ୟ କର୍ମୀ ସମ୍ମିଳନୀ ରେ ଯୋଗ ଦେଇ କର୍ମୀ ମାନଙ୍କ ମନ ବଳ ଦୃଢ଼ ହୋଇ କାର୍ଯ୍ୟ କରିବାକୁ କହିଥିଲେ। ଶେଷରେ ଝରିଗାଁ ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମୋତିରାମ ହଂସ ସମ୍ପାଦକ ଭାବ ଭୁବନେଶ୍ୱର ସାଗର ଙ୍କୁ ଦାୟିତ୍ଵ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପ୍ରଦୀପ କୁମାର ମହନ୍ତ, ହାନେସ୍ ବାଘ ସମେତ ସଂଖ୍ୟାଧିକ କର୍ମୀ ଉପସ୍ଥିତ ଥିଲେ।
previous post