ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୩ମାସର ଚାଉଳ ବଣ୍ଟନ ମହଲତ ଆଜି ଶେଷ, ୩ପଞ୍ଚାୟତ ପାଇଲେ ୩ପାଇଲେ ନି

ନବରଙ୍ଗପୁର :୩୦/୬/(ମସିହା)ନବରଙ୍ଗପୁର ଜିଲ୍ଲାର ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ତେନ୍ତୁଳିଖୁଣ୍ଟି ବିଡ଼ିଓ ମନୋଜ କୁମାର ପାଣିଗ୍ରାହୀ ଙ୍କୁ ବ୍ଲକ ର ୬ ଗୋଟି ପଞ୍ଚାୟତ ରେ ସାଧାରଣ ବଣ୍ଟନ ବ୍ୟବସ୍ଥା ରେ ହିତାଧିକାରୀଙ୍କୁ ସେମାନଙ୍କ ୩ମାସର ଚାଉଳ ପ୍ରଦାନ କରିବାକୁ ପତ୍ର ସଂଖ୍ୟା ୫୪୨/୨୩ ରେ ନିର୍ଦେଶ ଦେଇଥିଲେ। , କାମତା କଂଗ୍ରା ,କଣ୍ଟାଗାଁ , ୩ପଞ୍ଚାୟତ ରେ ହିତାଧିକାରୀ ଙ୍କୁ ୩ମାସର ଚାଉଳ ବଣ୍ଟନ କରାଯାଇଥିବା ଯୋଗାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ହେଲେ ଦିଗି ପୁଜାରିଗୁଡ଼ା ଅଞ୍ଚଳଗୁମ୍ମା ଗ୍ରାମ ପଞ୍ଚାୟତ ର ହିତାଧିକାରୀ ଙ୍କୁ କେବେ ଚାଉଳ ବଣ୍ଟନ କରାଯିବ ତାହା ଜଣା ପଡିନାହିଁ। ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଙ୍କ ନିର୍ଦ୍ଦେଶ ଅନୁଯାୟୀ ୭ଦିନର ମହଲତ ଆଜି ଶେଷ ହୋଇଯାଇଛି। ୩ପଞ୍ଚାୟତ ବାସି କେବେ ଚାଉଳ ପାଇବେ, ଗୋଷ୍ଟି ଉନ୍ନୟନ ଅଧିକାରୀ କଣ ଉତ୍ତର ଦେବେ। ଜିଲ୍ଲାପାଳ କଣ ପଦକ୍ଷେପ ନେବେ, ତାହା ଆଗାମୀ ଦିନରେ ଜଣା ପଡିବ। ସୂଚନା ଥାଉକି ଏପ୍ରିଲ୍ ମେ ଜୁନ୍ ମାସର ଚାଉଳ ବଣ୍ଟନ ଶେଷ ହୋଇ ନ ଥିବା ବେଳେ,ପୁଣି ଜୁଲାଇ ଅଗଷ୍ଟ ସେପ୍ଟେମ୍ବର ୩ମାସର ଚାଉଳ ବଣ୍ଟନ ଜୁଲାଇ ମାସରେ କରିବାକୁ ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗ ତରଫରୁ ପତ୍ର ସଂଖ୍ୟ ୧୦୩୯୮ ତା ୨୬ ଜୁନ ୨୦୨୩ରେ ଆସିଛି। ଏବେ ୩ ପଞ୍ଚାୟତ ପାଇଁ ଯୋଗାଣ ବିଭାଗ ବ୍ଲକ୍ ପ୍ରଶାସନ ଅକଳ ଗୁଡୁମ୍ ରେ ରହିଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

କାମାକ୍ଷା -ଢେଙ୍କାନାଳ ପୂର୍ତ୍ତ ବିଭାଗ ମୁକୁଳା ନାଳ ସାଜିଛି ମରଣ ଯନ୍ତା

Sunil Chandra Nayak

କନ୍ଦାବୁଟୁରା ପଞ୍ଚାୟତରେ ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

masiha

ସୁବର୍ଣ୍ଣରେଖା ଆନୁକୁଲ୍ୟରେ ଦହିପଣା ବଣ୍ଟନ ଓ ଅଂଶୁଘାତ ସଚେତନତା ଶିବିର ଆୟୋଜନ 

Leave a Comment

error: Content is protected !!