ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଥମ ଓଡ଼ିଶା ବିଶ୍ଵବିଦ୍ୟାଳୟ କ୍ରିଡା ସମାରୋହରେ କଳାହାଣ୍ଡି ବିଶ୍ଵବିଦ୍ୟାଳୟର କମାଲ 

  ଭବାନୀ ପାଟଣା -: ମ ନି ସ -:  ଉଚ୍ଚଶିକ୍ଷା ବିଭାଗ ଦ୍ଵାରା ଆୟୋଜିତ ପ୍ରଥମ ବିଶ୍ଵବିଦ୍ୟାଳୟ କ୍ରିଡା ସମାରୋହ ବାରିପଦା ଠାରେ ଅନୁଷ୍ଠିତ ହୋଇଥିଲା | ଏଥିରେ ଯୋଗ ଦେବାପାଇଁ କଳାହାଣ୍ଡି ବିଶ୍ବବିଦ୍ୟାଳୟରୁ ୬୦ ଜଣ ପ୍ରତିଯୋଗୀ ୧୨ ତାରିଖ ବାରିପଦା ଯାଇଥିଲେ| ଏହି ସମାରୋହ ଗତକାଲି ଉଦଯାପିତ ହୋଇଯାଇଛି| କଳାହାଣ୍ଡି ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏଥିରେ ବିଭିନ୍ନ ବିଭାଗରେ ବାଜିମାତ କରି ରାଜ୍ୟ ସ୍ତରରେ କଳାହାଣ୍ଡି ବିଶ୍ବବିଦ୍ୟାଳୟକୁ ତୃତୀୟ ସ୍ତାନରେ ରଖି ପାରିଛନ୍ତି| ପୁରୁଷ କାରୋମ ପ୍ରତିଯୋଗିତାରେ ସୌମ୍ୟରଂଜନ ତ୍ରିପାଠୀ ପ୍ରଥମ ହୋଇ ସ୍ଵର୍ଣ ପଦକ ବିଜେତା ହୋଇଛନ୍ତି ଏବଂ ୩୦୦୦୦ ଟଙ୍କା ପୁରସ୍କୃତ ହୋଇଛନ୍ତି | ସେଇଭଳି ମହିଳା କାରୋମ ପ୍ରତିଯୋଗିତାରେ ପ୍ରଣତୀ ଠାକୁ ସ୍ଵର୍ଣ ପଦକ ଲାଭ କରିବା ସହିତ ୩୦୦୦୦ ଟଙ୍କା ପୁରସ୍କାର ରାଶି ପାଇଥିଲେ| ମହିଳା ବ୍ଯାଡମିନ୍ଟନ ବିଭାଗରେ ରସମିତ ଶବର ରୌପ୍ୟ ପଦକ ହାତେଇବା ସହିତ ୨୫୦୦୦ ଟଙ୍କା ପୁରସ୍କାର ରାଶି ପାଇଥିଲେ | ମହିଳା ଡବଲ ବ୍ଯାଡମିନ୍ଟନରେ ରସମିତ ଶବର ଓ ମଧୁମିତା ଶବର ରୌପ୍ୟ ପଦକ ଲାଭ କରି ୧୨୫୦୦ ଟଙ୍କା ପ୍ରତ୍ୟେକ ପ୍ରତିଯୋଗୀ ନଗଦ ଅର୍ଥ ପାଇଥିଲେ| ଫୁଟବଲ ରେ କ୍ଯାପ୍ଟନ ଯୁବଏର ମହମ୍ମଦଙ୍କ ନେତୃତ୍ବରେ ଦଳ ବ୍ରୋଞ୍ଜ ପଦକ ପ୍ରାପ୍ତ ହୋଇଥିଲା ଏବଂ ୨୫୦୦୦ ଟଙ୍କା ନଗଦ ରାଶି ପୁରସ୍କୃତ ହୋଇଥିଲା | ଚେସ ରେ ତୁଷାରକାନ୍ତ ସାହୁ ବ୍ରୋଞ୍ଜ ପଦକ ସହିତ ନଗଦ ୨୦୦୦୦ ଟଙ୍କା ପୁରସ୍କାର ବାବଦକୁ ପାଇଥିଲେ| ଦୁଇଟା ସ୍ଵର୍ଣପଦକ, ଦୁଇଟି ରୌପ୍ୟ ପଦକ ଓ ଦୁଇଟି ବ୍ରୋଞ୍ଜ ପଦକ ଲାଭ କରି ସାରା ଓଡ଼ିଶାରେ କଳାହାଣ୍ଡି ବିଶ୍ଵ ବିଦ୍ୟାଳୟ ତୃତୀୟ ସ୍ତାନରେ ଆସୀନ ହୋଇ ପାରିଥିଲା| ଏହି ବିଜୟ ଫଳରେ କଳାହାଣ୍ଡି ବିଶ୍ଵବିଦ୍ୟାଳୟରେ ଆନନ୍ଦ ଉତ୍ସବ ପାଳନ କରାଯାଇଥିଲା | ବିଜୟୀ ଛାତ୍ର ଛାତ୍ରୀ ମାନଙ୍କୁ କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀଙ୍କ ନେତୃତ୍ବରେ ଶତାଧିକ ଛାତ୍ରଛାତ୍ରୀ ଓ କର୍ମଚାରୀମାନେ କଲେଜ ଛକରୁ ବିଶ୍ଵବିଦ୍ୟାଳୟ ପର୍ୟଂତ ବ୍ଯାନ୍ଡ ବାଜାର ତାଳେ ତାଳେ ପଟୁଆର ରେ ପାଛୋଟି ଆଣି ଅଭିନନ୍ଦନ ଜ୍ଞାପନ କରିଥିଲେ| କୁଳପତି ନିଜେ ପ୍ରତି ପ୍ରତିଯୋଗୀଙ୍କୁ ଅଭିନନ୍ଦନ ଜଣାଇ ଆର ବର୍ଷକୁ କଳାହାଣ୍ଡି ବିଶ୍ବବିଦ୍ୟାଳୟକୁ ଓଡ଼ିଶାରେ ପ୍ରଥମ ସ୍ତାନ ଅଳଙ୍କୃତ କରେଇବା ପାଇଁ ଉତ୍ସାହ ପ୍ରଦାନ କରିଥିଲେ| ଖେଳ ପରିଷଦ ର ଉପସଭାପତି ଡକ୍ଟର ଘନଶ୍ୟାମ ବେହେରା ଏହି କୃତିତ୍ଵର ଶ୍ରେୟ କୁଳପତିଙ୍କୁ ଦେଇଥିଲେ| ତାଙ୍କ ପ୍ରେରଣାରେ ହିଁ ଏକ ସାତ ଦିନିଆ ଟ୍ରେନିଂ ଶିବିର କରାଯାଇ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦିଅ ଯାଇଥିଲା| ଏହି ସମାରୋହରେ ମେଜର ଡକ୍ଟର ଜୟଦେବ ସାହୁ , ଡକ୍ଟର ଚିତ୍ତରଞ୍ଜନ ଖୁଣ୍ଟିଆ, ଶ୍ରୀ ପ୍ରଦୀପ ପ୍ରଧାନ, ଶ୍ରୀ ଶକ୍ତି ପ୍ରସାଦ କବି ଶତପଥୀ , ଡକ୍ଟର ନଳିନୀ ରଣା, ଖେଳ ଶିକ୍ଷକ ଶ୍ରୀମତୀ ହୈମବତୀ ବେହୁରା, ବିକାଶ କୋଲଏଗୟେର ଖେଳ ଶିକ୍ଷକ , ଜିଲ୍ଲା ଖେଳ ଅଧିକାରୀ ଶ୍ରୀବ ଶୁଭାଶିଷ ନାୟକ ଓ ଅନ୍ୟାନ୍ୟ ଅଧ୍ୟାପକ ଠ କର୍ମଚାରୀ ମାନେ ସାମିଲ ହୋଇ ବିଜୟୀ ମାନଙ୍କ ସମ୍ବର୍ଦ୍ଧନା କରିଥିଲେ\

Related posts

ବିସିସି ବ୍ୟାଙ୍କ ରେ ନାହିଁ ଚେକ ବହି ,ଟଙ୍କା ଉଠାଣ ବାଧାପ୍ରାପ୍ତ, ତିବ୍ର ଅସନ୍ତୋଷ ଚାଷୀ

କଶ୍ରୁପଡା କନିଷ୍ଠ ମହାବିଦ୍ୟାଳୟରେ ବିଶ୍ଵ ଏଡ଼ସ୍ ଦିବସ ପାଳିତ

Sunil Chandra Nayak

ଗଳ୍ପ ଓ ପ୍ରବନ୍ଧକୁ ନେଇ ଚାଲିଛି ରାଜ୍ୟ ସ୍ତରୀୟ ଅନଲାଇନ୍ ପ୍ରତିଯୋଗିତା, ସମୀକ୍ଷାରେ ୩ ଜିଲ୍ଲା

Sunil Chandra Nayak

Leave a Comment

error: Content is protected !!