ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ସ୍ୱାସ୍ଥ୍ୟକେନ୍ଦ୍ର ରେ ଜାତୀୟ ଟୀକାକରଣ ଦିବସ ପାଳନ

କୋକସରା.୧୬/୦୩,- ବୁଧବାର କୋକସରା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଜାତୀୟ ଟୀକାକରଣ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କୋକସରା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ତତ୍ୱଦର୍ଶୀ ଦାସ ସଭାପତିତ୍ୱ କରିଥିବାବେଳେ କାର୍ଯ୍ୟକ୍ରମ କୁ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଚିଦାନନ୍ଦ ପଣ୍ଡା ପରିଚାଳନା କରିଥିଲେ । ଟୀକାକରଣ ଦିବସ ର ମୁଳ ପୃଷ୍ଟଭୁମି ସହ ବିଭିନ୍ନ ଅସାଧ୍ୟ ରୋଗ ଉପରେ ଟୀକା ର ସଫଳ ରୂପାୟନ ଉପରେ ଉପସ୍ଥିତ ଅଧିକାରୀ ମତ ରଖିବା ସହ ଉପସ୍ଥିତ ଆଶା କର୍ମି ଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ମହିଳା ସ୍ୱାସ୍ଥ୍ୟକର୍ମି ରମାମଣି ବିଶ୍ୱାଳ, ଆଶାକର୍ମି ତୁଳସା ପୁଝାରି, ଦୁରୁଣୀ ରାଉତ ଙ୍କୁ ଟୀକାକରଣ ଓ ପଲସ ପୋଲିଓ ରେ ଉତ୍ତମ ପ୍ରଦର୍ଶନ ଯୋଗୁଁ ସମ୍ମାନିତ କରାଯାଇଥିଲା । ମ ନି ସ 

Related posts

ନିଖିଳ ଭାରତ ସମବାୟ ସପ୍ତାହ ପାଳିତ

Sunil Chandra Nayak

ରାଇରଙ୍ଗପୁରରୁ ରାଇସିନା, ଓଡ଼ିଶାର ଦ୍ରୌପଦୀ ମୁର୍ମୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ

Sunil Chandra Nayak

ଆଜି ଶ୍ରୀ ଶ୍ରୀ ଅନନ୍ତ ସୁନ୍ଦରଙ୍କର ୫୫ତମ ପ୍ରତିଷ୍ଠା ଦିବସ

Sunil Chandra Nayak

Leave a Comment

error: Content is protected !!