ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧାନ ଶିକ୍ଷକ ଙ୍କୁ ଅଵସର କାଳୀନ ବିଦାୟ ସମ୍ବର୍ଦ୍ଧନା 

କୋକସରା,୧/୭ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳା ଉଚ୍ଚ ବିଦ୍ୟାଳୟର କାର୍ଯ୍ୟରତ ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ସିଂହଙ୍କୁ ଶନିବାର କାଉଡୋଳା ଉଚ୍ଚ ବିଦ୍ୟାଳୟ ପରିସରରେ ଅଵସର କାଳୀନ ବିଦାୟ ସମ୍ବର୍ଦ୍ଧନା ଶିକ୍ଷକ ସଂଘ ପକ୍ଷରୁ ଦିଆଯାଇଛି। ଶିକ୍ଷାବିତ ସୀତାକାନ୍ତ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଓଷ୍ଟା ଶିକ୍ଷକ ସଂଘର ସଦସ୍ୟ ତଥା ଲଡୁଗାଁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାସ, ମୁଖ୍ୟ ବକ୍ତା ଭାବେ ଓଷ୍ଟା କୋକସରା ବ୍ଲକ ସଭାପତି ତଥା କୋକସରା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ ସମ୍ପାଦକ ବ୍ଲକ ଓଷ୍ଟା ସଙ୍ଘ ସାମନ୍ତ କୁମାର ପାଟ୍ଟଯୋଷୀ, ପ୍ରଧାନ ଶିକ୍ଷକ ରଏନଗୁଡା ଉଚ୍ଚ ବିଦ୍ୟାଳୟ ରବିନାରାୟଣ ଧଳ, ପ୍ରଧାନ ଶିକ୍ଷକ ଟେମରା ଉଚ୍ଚ ବିଦ୍ୟାଳୟ ବିରଞ୍ଚି ନାରାୟଣ ହୋତା, ଫୁଫଗାଁ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପଦ୍ମ ଚରଣ ବେହେରା, ବରିଷ୍ଠ ଶିକ୍ଷକ ରୁଦ୍ରାକ୍ଷ୍ୟ ନାଏକ, ଶ୍ରୀକାନ୍ତ ଖମାରି, ଅଵସର ପ୍ରାପ୍ତ ଶିକ୍ଷକ ଭବାନୀ ଶଙ୍କର ଠାକୁର, ସମିତି ସଭ୍ୟା କାଉଡୋଳା ବୈଦେହୀ ବେଶ୍ରା ଉପସ୍ଥିତ ରହି ଜଣେ ଛାତ୍ର ବତ୍ସଳ, ମେଳାପୀ, ଗୁଣି ଶିକ୍ଷକଙ୍କ ଅଵସର ଆମ ସ୍କୁଲ ପାଇଁ ଅପୁରଣୀୟ ଶୂନ୍ୟସ୍ଥାନ ହୋଇ ରହିବ ବୋଳି କହିବା ସହ ଶିକ୍ଷକଙ୍କ ଅଵସର ଜୀବନ ସୁସ୍ଥ ଓ ନିରାମୟ ହେଉ ବୋଳି କହିଥିଲେ। ମଞ୍ଚ ପରିଚାଳନାରେ ସଞ୍ଜୟ ପଣ୍ଡା ସହଯୋଗ କରିଥିଲେ। ଏହି ଅଵସରରେ ସ୍କୁଲ ପରିଚାଳନା କମିଟିର ସଦସ୍ୟ ଓ ବିଦ୍ୟାର୍ଥୀ ମାନେ ଉପସ୍ଥିତ ରହିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

କଟକ ବିଶ୍ୱନାଟ୍ୟ ମେଳାରେ ଚିଲିକା ଡ଼ାଙ୍ଗୁଆ ଗ୍ରାମର ନାଟ୍ୟ ନିର୍ଦ୍ଦେଶକ ପ୍ରମୋଦ କୁମାର ସ୍ୱାଇଁଙ୍କୁ “କଳାସାଧକ ” ସମ୍ମାନ !!!  

Sunil Chandra Nayak

ସମସ୍ୟା ଘେରରେ ଜୁନାଗଡ଼ ସଂସ୍କୃତି ଭବନ ।କାମ ଦେଉନି ଏ ସି ଛାତ ଫାଟି ପଡୁଛି ସିମେଣ୍ଟ ଅତଡା

Sunil Chandra Nayak

କଟିଆରେ ଖ୍ରୀଷ୍ଟୀୟ  ଆତ୍ମିକ ଉଦ୍ଧିପନା କାର୍ଯ୍ୟକ୍ରମ

Leave a Comment

error: Content is protected !!