ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ ସାଆନ୍ଦା ପଞ୍ଚାୟତ ସରବେରଣୀ ଗ୍ରାମର ଯୁବ ଇଂଜିନିୟର ଲକ୍ଷ୍ମୀଧର ପାଣି ଚାଷ ଓ ଚାଷୀଙ୍କ ପାଇଁ ଆଣିଛନ୍ତି ନୁଆଁ ଦିଶା

କୃଷି, ପଶୁପାଳନ ଓ ଉଦ୍ୟାନ ଭିତିକ ବୃତ୍ତିଗତ ସେବା ଯୋଗାଇ ଦେବା ପାଇଁ କଲ୍ଟ୍ଇଜି ଷ୍ଟାର୍ଟଅପ୍ ସଂସ୍ଥା ର ପ୍ରଥମ ଆଡମିନିଷ୍ଟ୍ରେଟିଭ୍ ଅଫିସ ର ଉଦଘାଟନ

ଗତ ଅଠେଇଶ ତାରିଖ ବୁଧବାର ଦିନ ଭୂବନେଶ୍ଵରସ୍ଥିତ ଜି ଜି ପି କଲୋନିଠାରେ କଲ୍ଟଇଜି ଷ୍ଟାର୍ଟଅପ୍ ସଂସ୍ଥାର ଉଦଘାଟନୀ ଉତ୍ସବ ପାଳିତ ହୋଇଯାଇଛି l ଏହି ସଂସ୍ଥା ଓଡିଶା ଏବଂ ଭରତବର୍ଷର ସମସ୍ତ ରାଜ୍ଯରେ କୃଷି, ପଶୁପାଳନ ଓ ଉଦ୍ୟାନ ଭିତିକ ବୃତ୍ତିଗତସେବା ଯୋଗାଇଦେବାର ଲକ୍ଷ୍ୟ ରଖିଛି lଏହାର ପ୍ରତିଷ୍ଠାତା ଇଂ ଲକ୍ଷ୍ମିଧର ପାଣି ଙ୍କ ମତରେ ଏହା ଭାରତବର୍ଷ ର ପ୍ରଥମ କୃଷିଭିତ୍ତିକ ବୃତ୍ତିଗତ ସଂସ୍ଥା. ଏହି ସଂସ୍ଥା ନିଜର ୱେବ୍ ସାଇଟ୍, ଆଣ୍ଡରଏଡ ଆପ୍ଲିକେସନ, ଫୋନ ଏବଂ ପଞ୍ଚାୟତ ସ୍ତରରେ କଲ୍ଟ୍ଇଜି ଆଗ୍ରୋ ସର୍ଭିସି ସେଣ୍ଟର ମାଧ୍ୟମରେ ଏଗ୍ରିକଲଚରାଲ, ହଟିକଲଚରାଲ, ଭେଟନାରୀ, ଆନିମଲ ହଜବାଣ୍ଡ୍ରୀ, ଗାର୍ଡେନିଇଂ ପାଇଁ ସମସ୍ତ ଆଧୁନିକ ଯାନ୍ତ୍ରିକ ସେବା,ମାଟି ପରୀକ୍ଷଣ, ଔଷଧ, ସାର ଏବଂ ପ୍ରଶିକ୍ଷିତ କୃଷିମିତ୍ର, ଏକ୍ସପାର୍ଟ ଗାଇଡ଼ନ୍ସ ଯୋଗେଇ ଦେବ lସହର, ଗାଁ, ବିଦେଶ ଯେକୌଣସି ସ୍ଥାନରେ ଥାଇ ଅlପଣ ଏହି ସେବା ବୁକ କରିପାରିବେ. ।ଯେହେତୁ ପୁରୁଣା କୃଷି ଉପକରଣର ବ୍ୟବହାର ଏବେ ଉପଲବ୍ଧ ହେଉନାହିଁ ଏବଂ କୃଷକ ସବୁ ଆଧୁନିକ ଯନ୍ତ୍ରପlତି କିଣିବା କିମ୍ଵା ଭଡ଼ାରେ ନେବା ପାଇଁ ବହୁତ ପଇସା ଖରଚ କରିବାକୁ ପଡୁଛି ଏବଂ ଠିକ୍ ସମୟରେ ସବୁ ଜାଗା ରେ ଉପଲବ୍ଧ ହୋଇ ପାରୁନାହିଁ କ୍ଷୁଦ୍ର ଚାଷୀ ଚାଷ ଛାଡିବାକୁ ବାଧ୍ୟ ହଉଛନ୍ତି lଏହି ଅସୁବିଧାକୁ ଦୂରକରିବା ପାଇଁ ଢେଙ୍କାନାଳ ଜିଲ୍ଲା ସାଆନ୍ଦା ଗ୍ରାମପଞ୍ଚାୟତର ଉଦୀୟମାନ ଯୁବକ ଇଞ୍ଜିନିୟର ଲକ୍ଷ୍ମୀଧର ପାଣିଙ୍କର ପ୍ରଚେଷ୍ଟା lସେ ବୁର୍ଲା ଇଞ୍ଜିନିୟରିଂ କଲେଜର ପୂର୍ବତନ ଛାତ୍ର ଅଟନ୍ତି lଏହା ପୂର୍ବରୁ ଲଣ୍ଡନରେ ବ୍ରିଟିଶ ଟେଲିକମ୍ ରେ ଅଭିଜ୍ଞଯନ୍ତ୍ରୀ ରୂପେ କାର୍ଯ୍ୟରତ ଥିଲେ lଭାରତ ଏବଂ ବିଭିନ୍ନ ଦେଶରେ ତାଙ୍କ କାର୍ଯ୍ୟ କରିବାର ଅଭିଜ୍ଞତା ତାଙ୍କୁ ଏଦିଗରେ ସହାୟକ ହେବ. ଏହି ସଂସ୍ଥା ଓଡ଼ଶାର ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ବସବାସ କରୁଥିବା ସମସ୍ତଙ୍କ ପାଇଁ ସହଜରେ ଚାଷ କରିବା ଏବଂ କୃଷିକୁ ପ୍ରୋସାହନ ଦେବା ଦିଗରେ କାର୍ଯ୍ୟରତ ରହିବ. ଏହି ସଂସ୍ଥା ଅନେକ ଯୁବକ ଯୁବତୀଙ୍କୁ ଚାକିରୀ ଓ ରୋଜଗାର ଯୋଗାଇ ଦେବାର ଲକ୍ଷ୍ୟ ରଖିଛି. ଏହି ପ୍ଲାଟଫର୍ମ ମାଧ୍ୟମରେ ଅନେକ କ୍ଷୁଦ୍ର ସଂସ୍ଥା ମଧ୍ୟ ଉପକୃତ ହେବେ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ୍ ଙ୍କ ରିପୋର୍ଟ 

Related posts

ବିଭିନ୍ନ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଗ୍ଲୋବାଲ ଆଇକୋନିକ ଆୱ।ଡ଼

Sunil Chandra Nayak

ରଜ କୁଇନ୍ ଆନନ୍ଦିନୀ ମିଶ୍ରଙ୍କୁ ପୁରସ୍କୃତ କଲେ ଚକୋଲେଟ ଟି ଷ୍ଟଲ ପ୍ରୋପାଇଟର

Sunil Chandra Nayak

ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!