ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ବନାଞ୍ଚଳ ତରଫରୁ ସୁଲଭ ଚାରା ବିତରଣ କେନ୍ଦ୍ର 

ମୟୂରଭଞ୍ଜ – ( ମସିହା) ପୃଥିବୀକୁ ଚିର ସବୁଜ,ସୁନ୍ଦର କରିବା,ପରିବେଶ ସୁରକ୍ଷା,ପ୍ରଦୂଷଣ ମୁକ୍ତ, ଜଳବାୟୁ ପରିବର୍ତ୍ତନ ରୋକିବା, ମୃତ୍ତିକା ସଂରକ୍ଷଣ କରିବା,ଜଳସ୍ତର ବୃଦ୍ଧି କରିବା, ଜୀବଜନ୍ତୁ ମଧ୍ୟରେ ସନ୍ତୁଳନ ରକ୍ଷା କରିବା,ଜଙ୍ଗଲ ସୃଷ୍ଟି କରି ବନବାସୀ ଙ୍କ ଜୀବନ ଜୀବିକା ମାନ ବୃଦ୍ଧି କରିବା,ବିକଳ୍ପ ଇନ୍ଧନ ସୃଷ୍ଟି କରିବା ପାଇଁ ବନ ବିଭାଗର ଭୂମିକା ସାରା ବିଶ୍ଵରେ ଅନନ୍ୟ ଓ ଅବର୍ଣ୍ଣନୀୟ ।ଏକବିଂଶ ଶତାବ୍ଦୀରେ ମଣିଷ ଛଟପଟ ହେଉଛି ତାପମାତ୍ରା କରାଳ‌ ପ୍ରକୋପରେ । ମଣିଷ, ଜୀବଜନ୍ତୁ ସମସ୍ତେ ଅସହ୍ୟ ଗରମରେ ଛଟପଟ । ଯାହାକୁ ନେଇସାରା ବିଶ୍ବ ପରିବେଶବିତମାନେ ଚିନ୍ତିତ ।ତେଣୁ ବେଳ ଥାଉଁ ଥାଉଁ ସାବଧାନ ଭଳି କେନ୍ଦ୍ର ଓ ରାଜ୍ୟ ସରକାର ବୃକ୍ଷ ରୋପଣ, ସୁରକ୍ଷା ଉପରେ ଗୁରୁତ୍ବ ଦେଉଛନ୍ତି । ୧୯୫୦ ମସିହାରୁ ପ୍ରତିବର୍ଷ ଭଳି ବନ ମହୋତ୍ସବ ସପ୍ତାହ ଜୁଲାଇ ୧ ରୁ ଆରମ୍ଭ ହୋଇଛି ।ସରକାରଙ୍କ ନିଷ୍ପତ୍ତି କ୍ରମେ ବନ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ନର୍ସରୀ କରାଯାଇ ଚାରା ବିତରଣ କେନ୍ଦ୍ର ଖୋଲାଯାଇ ଜନସାଧାରଣଙ୍କୁ ୧ ଟଙ୍କା ମୂଲ୍ୟରେ ବହୁ ମୂଲ୍ୟବାନ ଚାରା ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଛି । ରାଇରଙ୍ଗପୁର ବନଖଣ୍ଡ ସୌଜନ୍ଯରୁ ରାଇରଙ୍ଗପୁର ବନାଞ୍ଚଳ ମୁଖ୍ୟ ଫାଟକ ଦୁର୍ଗାମଣ୍ଡପ ଛକରେ ଏକ ସୁଲଭ ଚାରା ବିତରଣ କେନ୍ଦ୍ର ଡିଏଫଓ ଶ୍ରୀ ନଳିନୀକାନ୍ତ ବେହେରାଙ୍କ ଦ୍ବାରା ଶୁଭ ଉଦଘାଟିତ ହୋଇଯାଇଛି ।ସମସ୍ତ ସରକାରୀ ଅନୁଷ୍ଠାନ ପାଇଁ ଏହା ନିଃଶୁଳ୍କ କରାଯାଇଛି ।ଏହି ଚାରା ବିକ୍ରୟ କେନ୍ଦ୍ରରେ ଅଁଳା, ପିଜୁଳି, ଡାଳିମ୍ବ,ଆମ୍ବ,ପଣସ, ଅର୍ଜୁନ,ଅଶୋକ,ଲିମ୍ବ, ଲେମ୍ବୁ,କମଳା,କରଞ୍ଜ,ଶାଳ,ହରିଡା, ଶାଗୁଆନ,ପିଆଶାଳ,ବାହାଡା,ବର , ଅଶ୍ୱତ୍ଥ,ଚମ୍ପା,ମହୁଲ ଜାମ୍ମୁ,ଆସନ,ସୁନାରୀ,ଫାଶୀ,ଶିଶୁ ପ୍ରଭୃତି ଗଛ ବଣ୍ଟନର ବ୍ୟବସ୍ଥା କରାଯାଇଛି । ସାଧାରଣ ଜନତା ଆଧାରକାର୍ଡ ଦେଖାଇ ଵହୁ ଗଛ ନେଇଥିଲେ ।ଡିଏଫଓ ଶ୍ରୀ ନଳିନୀକାନ୍ତ ବେହେରା ,ଵନାଞ୍ଚଳ ଅଧିକାରୀ ସତ୍ୟବ୍ରତ ପଟ୍ଟନାୟକ କହିଛନ୍ତି ଜଙ୍ଗଲ ଧ୍ବଂସ ଓ ଅବକ୍ଷୟ ଯୋଗୁଁ ବିଶ୍ବ ଜଳବାୟୁ ତାପମାତ୍ରା ପରିବର୍ତ୍ତନ ହେଲାଣି । ଚଳିତ ବର୍ଷ ଓଡିଶାରେ ୪୬ ଡିଗ୍ରୀ ତାପମାତ୍ରା ଛୁଇଁ ଲାଣି ।ତେଣୁ ସମସ୍ତେ ନିଜ ବାଡି ସମେତ ପଡୋଶୀ କୁ ବୁଝାଇ ତାଙ୍କ ବାଡ଼ିରେ,ରାସ୍ତା,ଘାଟ,ପୋଖରୀ ବନ୍ଧ ରେ ଗଛ ଲଗାଇ ଧରିତ୍ରୀକୁ ସବୁଜ ମୟ କରନ୍ତୁ । କାର୍ଯ୍ୟକ୍ରମରେ ବନ ବିଭାଗ କର୍ମଚାରୀ ବିପିନ,ପରମାନନ୍ଦ ମହାନ୍ତ ଓ ଅନ୍ୟମାନେ ସହଯୋଗ କରିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ବିଜାତଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆନୁକଲ୍ୟରେ ବିଶ୍ବ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

masiha

ଲୋକକଳା ପାଈଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

ବଲାଙ୍ଗୀରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ଉପଖଣ୍ଡ ସାମ୍ବାଦିକ ସଙ୍ଘ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି 

masiha

Leave a Comment

error: Content is protected !!