ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ା ଜିଲ୍ଲା ସଦର ମହକୁମାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ରାୟଗଡ଼: 3/07/2023: ଆଜି ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସଦରମହକୁମା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ସ୍ଵଧା ଦେବ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି ଶିବିରରେ,ଅତିରକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ଣୁ ଚରଣ ପାତ୍ର , ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ରବିନାରାୟଣ ତ୍ରିପାଠୀ, ପିଏ, ଆଇଟିଡିଏ, ଦିଲୀପ କୁମାର ବେହେରା ପ୍ରମୁଖ ଯୋଗଦାନ କରି ଶୁଣାଣି କରିଥିଲେ l

       ଆଜି ମୋଟ 64ଟି ଅଭିଯୋଗ ଆସିଥିଲା ସେଥି ମଧ୍ୟରୁ45ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ 19ଗୋଟି ଗ୍ରାମ ବାସୀ ମାନଙ୍କର ସାମୂହିକ ଅଭିଯୋଗ ଥିଲା l ଜିଲ୍ଲାପାଳ 7ଜଣ ବ୍ୟକ୍ତିଙ୍କୁ 80ହଜାର ଟଙ୍କା ମୁଖ୍ୟମନ୍ତ୍ରୀ ସହାୟତା କୋଷରୁ ପ୍ରଦାନ କରିଥିବା ବେଳେ 2ଜଣକୁ ରେଡ଼କ୍ରସ ପାଣ୍ଠିରୁ 10ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ l

ଏହି ଅଭିଯୋଗ ଶିବିରରେ ପ୍ରକଳ୍ପ ନିର୍ଦେଶକ ଜଳବିଭାଜିକା ମିଶନ, ଡ଼ଃ ଦୟାନିଧି ବାଗ, ଏଡିଏମଓ, ଡ଼ଃ ପୃଷ୍ଟି,ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ବରିହା, ଜିଲ୍ଲା ମଙ୍ଗଳ ଅଧିକାରୀ, ଅଶୋକ କୁମାର ଶତପଥି,ନିର୍ବାହୀ ଯନ୍ତ୍ରୀ ବିଦ୍ୟୁତ,ରାୟଗଡ, ନାରାୟଣ ନାୟକ,ତହସିଲଦାର ପର୍ଶୁରାମ ଭତରା ,, ସଦର ବିଡ଼ିଓ ଲଷ୍ମୀ ନାରାୟଣ ସାବତ,ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଯାଜ୍ଞସେନି ବେହେରା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ସୁରେନ୍ଦ୍ର ଗମାଙ୍ଗ,ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ଶ୍ରୀକାନ୍ତ ପାଣିଗ୍ରାହୀ,ଜିଲ୍ଲା କ୍ରୀଡା ଅଧିକାରୀ, ଶେଖ ଆଲେନୁର,ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ, ଧ୍ରୁବ ଚରଣ ନାୟକ,ଜିଲ୍ଲା ପଂଚାୟତ ଅଧିକାରୀ, ସକିଲା ଚରଣ ବାସ୍କେ,ବରିଷ୍ଠ ଶିଳ୍ପ ବିକାଶ ଅଧିକାରୀ ସବ୍ୟସାଚୀ ସାହୁ,ଅନ୍ୟାନ୍ୟ ଜିଲ୍ଲା ସ୍ଥାରୀୟ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ ।ଜିଲ୍ଲାପାଳ ଆଜିର ଅଭିଯୋଗ ଗୁଡିକୁ ପାଇଲା ପରେ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

   

Related posts

ଧର୍ମଗଡ ବିଜୁ କଲ୍ୟାଣ ମଣ୍ଡପ ପରିସରରେ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା ଶିବିର

masiha

ବିଧାୟକଙ୍କ ଉପସ୍ଥିତିରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ 

Shyamala Subarna Agro Honoured with Yuva Prativa Samman – 2025.

masiha

Leave a Comment

error: Content is protected !!