ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶୋଇ – ୫୦ ନମ୍ବର ରାଜ୍ୟ ରାଜପଥ କୁନ୍ଦୁଳିଆରେ ନବ ନିର୍ମିତ ପୋଲ ଏବଂ ପାର୍ଶ୍ବ ରାସ୍ତା ନିମ୍ନମାନର ନେଇ ଗ୍ରାମବାସୀଙ୍କ ଅଭିଯୋଗ

ମୟୂରଭଞ୍ଜ- ୩/୭ (ମସିହା,)ରାଇରଙ୍ଗପୁର ପୂର୍ତ୍ତବିଭାଗ ଅଧିନସ୍ଥ ବିଶୋଇ – ରାଇରଙ୍ଗପୁର ରାଜ୍ୟ ରାଜପଥ ୫୦ ନମ୍ବର କୁନ୍ଦୁଳିଆ ପାଖରେ ବିବିସି ଅଧିନରେ ଏକ ନବ ନିର୍ମିତ ପୋଲ ଦୁଇମାସ ହେଲା ନିର୍ମାଣ କରାଯାଇଛି । କିନ୍ତୁ ନିମ୍ନମାନର କାମ ଯୋଗୁଁ ପୋଲ ପାର୍ଶ୍ବ ଭାଙ୍ଗି ଯିବା ସହ ଦଵି ଗଲାଣି ।ଏହି ରାସ୍ତା ଦେଇ ଦୈନିକ ଶହ ଶହ ପରିବହନ,ଯାତ୍ରୀବାହୀ ଗାଡ଼ି ଯିବା ଆସିବା କରୁଛି ।ଏହା ମଧ୍ଯ‌ ଟାଟା ରାଞ୍ଚି ରାସ୍ତା ସହିତ ମିଶିଛି ।କାମ ନିମ୍ନମାନର ଯୋଗୁଁ ପୋଲ ଭାଙ୍ଗିଯିବା ଓ ପାର୍ଶ୍ଵ ରାସ୍ତା ଦଵିଯିବା ଯୋଗୁଁ ବିପଦ ସଙ୍କୁଳ ହୋଇଛି । ଏହାକୁ ନେଇ ଗ୍ରାମବାସୀ ବାରମ୍ବାର ଠିକାଦାର,ମନ୍ତ୍ରୀ,ପୂର୍ତ୍ତ ବିଭାଗକୁ ଜଣାଇଲେ ମଧ୍ୟ କେହି କର୍ଣ୍ଣପାତ କରୁ ନାହାନ୍ତି ।ସାଧାରଣ ଜନତା,ଯାତ୍ରୀ ଓ ପରିବହନ ଗାଡ଼ିର ସୁରକ୍ଷା ପାଇଁ ଏହା ବିପଦ ପୁର୍ଣ ହୋଇଛି ।ତୁରନ୍ତ ଯଦି ପୂର୍ତ ବିଭାଗ ଏବଂ ପ୍ରଶାସନ କାମକୁ ଠିକ୍ ଭାବରେ ନ କରନ୍ତି ତାହାହେଲେ ଆଗାମି ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ସତ୍ୟ ନାରାୟଣ ମହାପାତ୍ର ଓ ଧ୍ୟାନାନନ୍ଦ ପଣ୍ଡା ସିନିଅର ଫେଲୋସିପ ପାଇଁ ମନୋନୀତ

Sunil Chandra Nayak

ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୂର ସଂଘ ର ଜିଲ୍ଲା ସ୍ତରୀୟ ବୈଠକ 

masiha

ଜୟଦୁର୍ଗା ହାଇସ୍କୁଲ, ନର୍ଲା ରୋଡରେ ୭୭ତମ ଗଣତନ୍ତ୍ର ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!