ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁକୁନ୍ଦପୁର ରେ ବର୍ଷା, ଲୋକଙ୍କୁ ମିଳିଲା ଥଣ୍ଡା ପବନର ସ୍ୱର୍ଶ

କୋଲନରା :- ୩/୭ :ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମରେ ଆଜି ବର୍ଷା ହୋଇଥିବା ଦେଖିବାକୁ ମିଳିଛି | ଫଳରେ ଲୋକେ ଟିକେ ଆଶ୍ଵସ୍ଥ ଅନୁଭବ କରିଛନ୍ତି | ସାରା ରାଜ୍ୟରେ ପ୍ରବଳ ମାତ୍ରାରେ ଗ୍ରୀଷ୍ମ ଲହରୀ ଜାରି ରହିଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି | ଅନ୍ୟପଟେ ଗତ ସପ୍ତାହରେ ମୌସୁମୀ ପ୍ରବେଶ କରିଥିଲେ ମଧ୍ୟ ବର୍ଷାର ଦେଖା ମିଳି ନଥିଲା | ତେଣୁ ଚାଷୀ କୂଳ ବହୁତ ହଇରାଣ ହେଉଥିବା ଦେଖିବାକୁ ମିଳିଥିଲା | କାହିଁକି ନା ଏହି ଶ୍ରାବଣ ମାସରେ ଚାଷ କାର୍ଯ୍ୟ ଆରମ୍ଭ ହୋଇ ଧାନ ତୋଳି ବୁଣା ଯାଇଥାନ୍ତା | କିନ୍ତୁ ବୃଷ୍ଟିପାତର ଅଭାବରୁ ଧାନ ତୋଳି ବୁଣିବା ତ ଦୂରର କଥା ଚାଷ ଜମିରେ ଚାଷ ମଧ୍ୟ ହୋଇନାହିଁ | କିଛି ଚାଷୀ ଧାନ ବିହନ ବୁଣି ଦେଇଥିବା ବେଳେ ସୂର୍ଯ୍ୟ ଙ୍କ ର ପ୍ରଖର ଖରା ଏବଂ ପାଣିର ଅଭାବ ହେତୁ ଚାଷୀଙ୍କ ଧାନ ତୋଳି ମଧ୍ୟ ନଷ୍ଟ ହୋଇଯାଇଥିବା ଜଣାପଡିଛି | ତେବେ ଆଜିର ଏହି ବର୍ଷା ହେତୁ ଚାଷୀମାନେ ଚାଷ କାର୍ଯ୍ୟ ଆରମ୍ଭ କରିବାକୁ ଟୁପୁରୁ ଟାପୁର ହୋଇ ଖୁସି ପ୍ରକାଶ କରିଥିବା ଜଣାପଡିଛି | ପାଖାପାଖି ୨୦ ମିନିଟ ଧରି ପ୍ରବଳ ବର୍ଷିଥିବା ଯୋଗୁଁ ଶୁଖିଲା ଚାଷ ଜମିରେ କିଛି ପାଣି ହୋଇଥିବା ଦେଖାଯାଇଛି | ଅନ୍ୟପଟେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଗରମରେ ଅତିଷ୍ଟ ଲୋକେ ଟିକେ ଭିଜା ମାଟି ର ବାସନା ଅନୁଭବ କରିଥିବା ଦେଖିବାକୁ ମିଳିଛି ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ରେ ଆକାଶବାଣୀ କାର୍ଯ୍ୟକ୍ଷମ ପ୍ରତି କେନ୍ଦ୍ର ସରକାରଙ୍କ ଦୃଷ୍ଟି ପଡୁ

masiha

ସୁବାଷ ବୋଷ ଙ୍କ ଜୟନ୍ତୀ ପାଳିତ

Sunil Chandra Nayak

ନବରଙ୍ଗପୁର ଜିଲ୍ଲା ନାରୀ ଶକ୍ତି ଓ ୱାନ୍ ଷ୍ଟେପ୍ ସେଣ୍ଟର ପକ୍ଷରୁ ପହଲଗାମ ଠାରେ ପ୍ରାଣ ହରାଇଥିବା ଦିବଂଗତଙ୍କ ଅମର ଆତ୍ମାର ସଦ୍ ଗତି କାମନା କରିବା ସହ ଆତଙ୍କବାଦୀ ମାନଙ୍କ ଏପରି କାର୍ଯ୍ୟକଳାପକୁ କଲେ ଦୃଢ଼ ନିନ୍ଦା 

masiha

Leave a Comment

error: Content is protected !!