ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୭୪ ତମ ବନ ମହୋତ୍ସବ ସପ୍ତାହରେ ବୃକ୍ଷ ରୋପଣ

ନର୍ଲା (ମନିସ) ନର୍ଲା ବ୍ଳକ ଅନ୍ତର୍ଗତ ଘଣ୍ଟମାଳ ବିଘ୍ନେଶ୍ୱର ଉଚ୍ଚ ବିଦ୍ୟାଳୟ ଠାରେ ୭୪ ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବୃକ୍ଷ ରୋପଣ କରାଯାଇଛି। କଳାହାଣ୍ଡି ଉତ୍ତର ବନଖଣ୍ଡ, ଶାନ୍ତପୁର ସେକ୍ସନ ଅଧିନ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ବେଳେ ଏଠାରେ ବନପାଳ ଭବାନୀ ଶଙ୍କର ପରିଛା, ବନରକ୍ଷୀ ଇନ୍ଦୁ ଭୂଷଣ ଧଙ୍ଗଡା ମାଝୀ, ବନରକ୍ଷୀ ତୁଲସୀ ସ୍ଵାଇଁ, ଆମ ଜଙ୍ଗଲ ଯୋଜନା ଦଳପତି ସୁବାଷ ଚନ୍ଦ୍ର ନାଏକ, ବିକାଶ ଅଧିକାରୀ ଉମେଶ ଚନ୍ଦ୍ର ଗଉଡ,ରୋମାଞ୍ଚଳ ବାଗ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲଳିତ କୁମାର ସାହୁ, ଘଣ୍ଟମାଳ ପଞ୍ଚାୟତର ସରପଞ୍ଚ ଦେବେନ୍ଦ୍ର ସା, ଶିକ୍ଷକ ତରୁଣ କୁମାର ନାଏକ, ଶତୃଘ୍ନ ସେଠୀ, ଧରଣୀଧର ପଧାନ, ପବିତ୍ର ପଧାନ ପ୍ରମୁଖ ସହ ଉପସ୍ଥିତ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରିଥିଲେ। ପରେ ଏକ ସଚେତନତା ସଭାରେ ଛାତ୍ର ଛାତ୍ରୀଙ୍କୁ ବୃକ୍ଷ ରୋପଣର ଉପକାରିତା ସମ୍ପର୍କରେ ଅବଗତ କରାଇବା ସହ ବର୍ଷାଋତୁରେ ବୃକ୍ଷ ରୋପଣ କରି ତାରି ଯତ୍ନ ନେବା ପାଇଁ ସୂଚନା ପ୍ରଦାନ କରାଯାଇଥିଲା।

ଦୀପକ ଠାକୁର/ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ଶିଳାନ୍ଯାସକୁ ନେଇ ହେଲା ସାମ୍ବାଦିକ ସମ୍ମିଳନୀ

masiha

ସାପ କାମୁଡାରେ ୮ ବର୍ଷ ର ନାବାଳିକା ଙ୍କ ମୃତ୍ୟୁ ସାପ କୁ ଧରି ମେଡିକାଲ ଆସିଲେ ପରିବାର ଲୋକେ

masiha

ବ୍ଳକ ସ୍ତରୀୟ ନବ ଭାରତ ସାକ୍ଷରତା ଅଭିଯାନ-୨୦୨୫-୨୬ “ଉଲ୍ଲାସ “କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!