ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୭୪ ତମ ବନ ମହୋତ୍ସବ ପାଳନ ଉପଲକ୍ଷେ ଗୁଡ଼ାରୀ ବନାଞ୍ଚଳ ପକ୍ଷରୁ ଦୁଇଟି ସ୍ଥାନରେ ୧୦୦ ଚାରା ରୋପଣ

ଶିରିଗୁଡ଼ା ପଞ୍ଚାୟତର ପ୍ରାଇମେରୀ ସେବାଶ୍ରମ ଶିରିଗୁଡ଼ା ପରିସରରେ ଓ କଦମା ପଞ୍ଚାୟତ କଦମା ହାଇସ୍କୁଲ୍ ଖେଳପଡିଆ ରେ ଚାରାରୋପଣ କରାଯାଇଥିଲା। ଗୁଡ଼ାରୀ ବନାଞ୍ଚଳ ଅଧିକାରୀ ଶ୍ରୀ ଗଙ୍ଗାଧର ମିଶ୍ର ଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ଯକ୍ରମରେ ବନପାଳ ଦିଲୀପ କୁମାର ମହାପାତ୍ର, ନରସିଂହ ଶତପଥୀ, ସୁଶିଳା ମଲିକ ଶିରିଗୁଡ଼ା ସରପଞ୍ଚ ଭାରତୀ ସ୍ରାମ୍ବୁଟିକା, କଦମା ସରପଞ୍ଚ ରାମ ମୁତୁରାଙ୍ଗ ଓ ଅସଡା ସରପଞ୍ଚ ସୁଦାମ ଶବର ବିଦ୍ଯାଳୟର ପ୍ରଧାନ ଶିକ୍ଷକ ନୀଳକଣ୍ଠ ଶବର, ଶିରିଗୁଡ଼ା ସ୍କୁଲ ସଭାପତି ମଝି ପରିଛା, ଶିକ୍ଷକ ମନୋଜ କୁମାର ଡାକୁଆ, CRCC ରତ୍ନାକର ତୁଳ, କଦମା ଗ୍ରାମସେବକ ଭୀମସେନ ଲିମା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ବନ ମହୋତ୍ସବ ପାଳନ ସମ୍ପର୍କରେ ଉପସ୍ଥିତ ଗ୍ରାମବାସୀ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଯାଇ ପରିବେଶ ସୁରକ୍ଷାରେ ପ୍ରତୋକ ବ୍ୟକ୍ତି ଅନ୍ତତଃ ଦଶଟି ଚାରା ରୋପଣ ପାଇଁ ବୁଝିଥିଲେ l ଏହି କାର୍ଯ୍ୟକ୍ରମରେ ବନବିଭାଗ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ସେହିପରି ଗୁଡ଼ାରୀ ବନାଞ୍ଚଳ ରେ କଦମା, ଗୁ୍ମ୍ମି, ନାଇରା, ଗୁମୁଡା ଏବଂ କେନ୍ଦୁଗୁଡା ଠାରେ ୨ଲକ୍ଷ ସଂଖ୍ୟକ ଚାରା ଉତ୍ପାଦନ କରାଯାଉଛି ଏବଂ ପ୍ରତ୍ୟେକ ଚାରା ପିଛା ୧ ଟଙ୍କା ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି l କାଜୁ, ଶିରିଶି,କରଞ୍ଜ,ଶିଶୁ ଭଳି ବିଭିନ୍ନ ପ୍ରକାର ଚାରା ଉପଲବ୍ଧ ହେଉଥିବାର ସୂଚନା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ପରିଚାଳନାରେ ଗୁଡ଼ାରୀ ବନାଞ୍ଚଳ ସମସ୍ତ କର୍ମଚାରୀମାନେ ସହଯୋଗ କରିଥିଲେ।

ରାୟଗଡ଼ ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସଂସ୍କୃତ ମହାବିଦ୍ୟାଳୟରେ ନିଶାମୁକ୍ତ ଯୁବ–ବିକଶିତ ଭାରତ ସଂକଳ୍ପ ଅଭିଯାନ

Sunil Chandra Nayak

ଜନ ସମ୍ପର୍କ ଯାତ୍ରା ଜରିଆରେ ଗାଁ ର ସମସ୍ୟା, ଲୋକଙ୍କ ସମସ୍ୟା ଶୁଣିଲେ ଧର୍ମଗଡ ବିଧାୟକ

Sunil Chandra Nayak

କଳସୀଯାତ୍ରାର ଶେଷ ଦିନରେ ବିଧାୟକଙ୍କ ବିଭିନ୍ନ ଗ୍ରାମ ଗସ୍ତ ଓ ମା ଠାକୁରାଣୀ ଶେଷ ଦର୍ଶନ

masiha

Leave a Comment

error: Content is protected !!