ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନେଗିଗୁଡା ଠାରେ ମୁଖ୍ୟମନ୍ତ୍ରୀ ସଡକ ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଧର୍ମଗଡ ବିଧାୟକ ଓ ଜନ ପ୍ରତିନିଧି

କୋକସରା,୪/୭ // କଳାହାଣ୍ଡି ଜିଲ୍ଲ କୋକସରା ବ୍ଲକରୁ ଧର୍ମଗଡ ବ୍ଲକକୁ ଯୋଡିବ ମୁଖ୍ୟମନ୍ତ୍ରୀ ସଡକ ଯୋଜନା । ରବିବାର କୋକସରା ବ୍ଲକ ସାନ ପୋଡ଼ାଗୁଡା ପଞ୍ଚାୟତ ନେଗିଗୁଡା ଠାରେ ମୁଖ୍ୟମନ୍ତ୍ରୀ ସଡକ ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ମୋୖଷଧି ବାଗ ଯୋଗଦେଇ ଥିବା ବେଳେ ମୁଖ୍ୟବକ୍ତା ଭାବେ ପୁର୍ବତନ ମନ୍ତ୍ରୀ ତଥା ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ସମ୍ମାନିତ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଆମପାଣି ଯୋନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ଧର୍ମଗଡ ବ୍ଲକ ଜିଲ୍ଲା ପରିଷଦ ସଭ୍ୟ ଶଙ୍କର ଜୁଏଡ, ଧର୍ମଗଡ ବ୍ଲକ ବିଜେଡି ସଭାପତି ଟିକମନ ଯାଦବ,।କୋକସରା ବିଜେଡି ବ୍ଲକ ସଭାପତି ସୁଶାନ୍ତ କୁମାର ବେହେରା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମଗଡ ବଳରାମ ପୁଝାରି, ଯୁବନେତା ମାନସ ରଞ୍ଜନ ବାଗ, ପୋଡ଼ାଗୁଡା ସରପଞ୍ଚ ଜୟରାମ ନାଗ, ସମିତି ସଭ୍ୟ ରାଜୀବ ଖମାରି, ଯୁବ ନେତା ଋତୁରାଜ ମାଝୀ ଓ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ। ନେଗିଗୁଡା ଠାରୁ ନୂନପାଣି ମୁଖ୍ୟମନ୍ତ୍ରୀ ସଡକ ଯୋଜନା ଅଟକଳ ୪ କୋଟି ରହିଥିବା ବେଳେ ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ରାସ୍ତା ନିର୍ମାଣ କାର୍ଯ୍ୟ ହେବ। ଏହି ରାସ୍ତା ହେବା ଫଳରେ ଦୀର୍ଘ ବର୍ଷର ଅଞ୍ଚଳବାସୀଙ୍କ ଏକ ମୁଖ୍ୟ ସମସ୍ୟାର ଅନ୍ତ ହେବ ବୋଲି ଉପସ୍ଥିତ ଅତିଥିମାନେ ମତ ଦେଇଥିଲେ। ଏହି ଅବସରରେ ଏକ ମିଶ୍ରଣ ପର୍ଵ ଅନୁଷ୍ଠିତ ହୋଇଥିବା ବେଳେ ୩୦ ରୁ ଉର୍ଦ୍ଧ କର୍ମୀମାନେ ବିଜେଡି ଦଳରେ ସାମିଲ ହୋଇଥିଲେ। ମଞ୍ଚ ପରିଚାଳନାରେ କ୍ଷୀରସିନ୍ଧୁ ବାଣୁଆ ସହଯୋଗ କରିଥିବା ବେଳେ ଧନ୍ୟବାଦ ଅର୍ପଣ ପ୍ରଶାନ୍ତ ତିୱାରି କରିଥିଲେ। ସାନ ପୋଡ଼ାଗୁଡା, ନେଗିଗୁଡା ଗ୍ରାମବାସୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

ମସିହା ନିୟୂଜ୍ ସର୍ଭିସ୍ 

Related posts

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ଆଇନ ସଚେତନତା କର୍ମଶାଳା 

Sunil Chandra Nayak

ଏକତ୍ର ଆୟୋଜିତ ରଙ୍ଗମଞ୍ଚର ନାଟ୍ୟ ପଠନ 

masiha

ଵିଜାତଳା ଵ୍ଳକ! ବାଘିଆଟାଙ୍ଗରରେ ନୂତନ ବସଷ୍ଟାଣ୍ଡ ନିର୍ମାଣ ,ଚଢେଇପାହାଡି-ସାରସକଣା ସଂଯୋଗୀକରଣ,ତାଣ୍ଡିପାଣି- ବଡବିଲ- ଗୋରୁମହିଷାଣୀ ସଂଯୋଗୀକରଣ ରାସ୍ତା ନିର୍ମାଣ ଶିଳାନ୍ୟାସ ଶୁଭାରମ୍ଭ କଲେ ବିଧାୟକ ଭାଦବ ହାଁସଦାଃ  

Leave a Comment

error: Content is protected !!