ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରିଣତ ବୟସ ରେ ହାର ମାନୁନାହାନ୍ତି ବୃଦ୍ଧା ରୁକୁଣୀ

ତେନ୍ତୁଳିଖୁଣ୍ଟି: ୦୪/୦୭/୨୩ // ପରିଣତ ବୟସ ରେ ହାର ମାନୁନାହାନ୍ତି ବୃଦ୍ଧା ! ନିଜ କାମ ନିଜେ କରିବା ମନୁଷ୍ୟ ଜୀବନ ମୂଲ୍ୟବାନ ଯେ ନିଜେ ଯାହା କରିବୁ ସେହି କାମ ଅନ୍ୟ କେହି କରିବେନି ଅନ୍ୟ ମାନେ ଯେଉଁ କାମ କରୁଛନ୍ତି ମୁଁ ସେ କାମ କରିପାରିବି ନାହିଁ।ମୋ ଜୀବନ ଦୁଃଖ ସୁଖ ଦେଖି ଆସିଛି।ସମୟ କଣ ଥିଲା ଏବେକାର ସମୟ କଣ ଅଛି ବୋଲି।ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଉଦୟପୁର ନିକଟସ୍ଥ ଇଚ୍ଛାପୁର ଗ୍ରାମର ରୁକୁଣୀ ମୁଦୁଲି( 85) ସ୍ୱାମୀଓ ତିନି ଛୁଆ ସହ ହସ ଖୁସିର ସଂସାର ଚାଲିଥିଲା । ଭାଗ୍ୟ ର ବିଡମ୍ବନା ଯେ ବଡ଼ ପୁଅ ସଡକ ଦୁର୍ଘଟଣା ରେ ପ୍ରାଣ ହରାଇ ଥିବା ବେଳେ ସ୍ୱାମୀ ମଧ୍ୟ ରୁକୁଣୀ କୁ ଛାଡି ଆରପରିକୁ ଚାଲି ଯାଇଥିଲେ।ଝିଅ କୁ ବାହା ଦେବା ପରେ ସାନପୁଅ କୁ ମଧ୍ୟ ବିବାହ କରିଥିଲେ ସାନ ପୁଅ ବିବାାହ ର କିଛି ବର୍ଷପରେ ତାହାବି ଦଇବ ସହିନ ପାରି ସାନପୁଅ ମଧ୍ୟ ଆରପରିକୁ ଚାଲି ଯାଇଥିଲା।ସାନପୁଅ ର  6ବର୍ଷ ପୁଅ ଓ ବୋହୁ ସହିତ  ରୁକୁଣୀ ଜୀବନ ବିତାଉଛନ୍ତି।ରୁକୁଣୀ ସରକାର ଯୋଜନା ରେ ଆବାସ, ଭତ୍ତା 500ଟଙ୍କା ରାସନ କାର୍ଡ ରହିଛି। 

ନିଜ ଚାଷ ଜମି ମଧ୍ୟ ଅଳ୍ପ ରହିଛି।ହେଲେ ବର୍ଷ ଯାକ ରୁକୁଣୀ ନିଜ ଚାଷ ଜମି ରେ ନିଜ ସୁଖ ଦୁଃଖ ବାଣ୍ଟୁ ଛନ୍ତି ।କାଜୁ ସମୟରେ କାଜୁ ବଗିଚା ରେ ଟାଣ ଖରାରେ ମଧ୍ୟ ଜଗି ବସୁଛନ୍ତି, ଧାନ ଚାଷ ସମୟରେ କୋଦାଳ ଧରି ଜମି ହିଡ ଘାସ ସଫା କରିବା ଧାନ ତଳି ପକେଇବାରେ ବେଡ଼  କରିବା ତେନ୍ତୁଳିଖୁଣ୍ଟି ବ୍ଲକ ପାହାଡ଼ିଆ ଅଂଚଳ ହେତୁ ଡଙ୍ଗର ଜମି ହିଡ କରି ଚାଷ କରିବା ଭଳି ଦୃଶ୍ୟ ଦେଖିଲେ ଆଜିକା ମନୁଷ୍ୟ ଜୀବନକୁ ଏକ ଉଦାହରଣ ହେଉଛି ରୁକୁଣୀ।

କିନ୍ତୁ ସରକାର ପଂଚାୟତ ଠାରୁଆରମ୍ଭ କରି ଜିଲ୍ଲା ପର୍ଯ୍ୟନ୍ତ। ଆଦିବାସୀ ଅଂଚଳ ଆଦିବାସୀ ପାଇଁ ପଦ ପଦବୀ ସଂରକ୍ଷଣ ଥିବା ବେଳେ ଚାଷ ଓ ଚାଷୀ ପାଇଁ ସରକାର  ପ୍ରତେକ ଚାଷ କାମ ଯନ୍ତ୍ରପାତି 50 % ସବସିଡ଼ି  ।ହେଲେ ପରିତାପର ବିଷୟ ଆଦିବାସୀ ବିକାଶ ନାରେ ରାଜ୍ୟ ସରକାର ଡିମ ଡିମା ପିଟୁଥିବା ବେଳେ ଯୋଜନା ସବୁ କାଂଥବାଡ଼ ଓ ବ୍ୟାନର ସୀମିତ ରହୁଛି ।ରୁକୁଣୀ ଭଳି ନିରୀହ ଆଦିବାସୀ କଥା କିଏ ଭାବୁଛି । ।ବିଗତ ଦିନରେ ନବରଙ୍ଗପୁର ଜିଲ୍ଲା ଆଦିବାସୀ ଉନ୍ନୟନ ସଂସ୍ଥା ରେ ଜମି ମରାମତି ପାଇଁ ଫର୍ମ ପୂରଣ କରିଥିଲେ ଆଜି ଯାଏ ଅଧିକାରୀ ଙ୍କ ଦେଖା ନାହିଁ। ପଂଚାୟତ ବ୍ଲକ ରେ ଜମି ମରାମତି  ଯୋଜନା ନ କହିବା ଭଲ ବ୍ଲକ ଓ ପଂଚାୟତ ରେ ବ୍ୟକ୍ତିଗତ ଯୋଜନା କୁ ଅଧିକାରୀ ଗୁରୁତ୍ୱ ଦେଉନ ଥିବା ବେଳେ ସାମୁହିକ ଯୋଜନା ରେ ଠିକାଦାର ଙ୍କୁ କାମ ଦେବା ପାଇଁ ଅଧିକାରୀ ମାନେ ତରତର ହେଉଥିବା କହିଛନ୍ତି ରୁକୁଣୀ। ସରକାର କରୁଥିବା ଯୋଜନା ରେ  ଚାଷ ଓ ଚାଷୀ ପାଇଁ ଆସୁଥିବା ଯୋଜନା ରେ ସାମିଲ କରିବାକୁ ଜିଲ୍ଲା ପ୍ରଶାସନ କୁ ନିବେଦନ କରିଛନ୍ତି ରୁକୁଣୀ ।

ଗୋବର୍ଦ୍ଧନ ସାହୁ,ତେନ୍ତୁଳିଖୁଣ୍ଟି

Related posts

ନିଶା କାରବାର ରୋକିବାରେ ସଫଳ ଥାନା ଅଧିକାରୀ ସମ୍ବର୍ଦ୍ଧିତ

Sunil Chandra Nayak

ଜାତୀୟ ଗଣମାଧ୍ୟମ ଦିବସରେ ସମ୍ମାନିତ ହେଲେ ସାମ୍ବାଦିକ କ୍ଷମାନିଧି ମହାଖୁଡ଼

masiha

ମୁନିଗୁଡାରେ ରାୟଗଡ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!