ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୭୪ତମ ବନମହୋତ୍ସବ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହ ଗଛ ଲଗେଇ ବଞ୍ଚାଇବା ପାଇଁ ଶପଥ ପାଠ 

ରୁପ୍ରା, ୫/୭ (ମନିସ) : କଳାହାଣ୍ଡି ଉତ୍ତର ବନଖଣ୍ଡ କେସିଙ୍ଗା ବନାଞ୍ଚଳ ରୁପ୍ରାରୋଡ୍ ସେକ୍ସନ୍ ଗିଗିନା ଗ୍ରାମ ପଞ୍ଚାୟତ ଅଧିନ ଯୋଡାବନ୍ଧ ସ୍ଥିତ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ପରିସରରେ କେସିଙ୍ଗା ବନାଞ୍ଚଳ ଅଧିନ ରୁପ୍ରାରୋଡ୍ ସେକ୍ସନ୍ ତରଫରୁ ୭୪ତମ ବନମହୋତ୍ସବ ଉପଲକ୍ଷେ ଆଜି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କେସିଙ୍ଗା ଡେପୁଟି ରେଞ୍ଜର ଯୁଧିଷ୍ଠିର ଜାଲ୍ ଓ ରୁପ୍ରାରୋଡ୍ ଫରେଷ୍ଟର୍ ବିଶ୍ୱଜିତ ଠାକୁରଙ୍କ ନେତୃତ୍ୱରେ ଅନୁଷ୍ଠିତ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଆମ ଜଙ୍ଗଲ ଯୋଜନାର ଦଳପତି ହେମନ୍ତ ସାହୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୋଡାବନ୍ଧ ବନ ସୁରକ୍ଷା ସମିତିର ସଭାପତି ଦୁଲ୍ଲଭ ମାହାର ଓ ସାମ୍ବାଦିକ ଅଜୟ କୁମାର ସେନାପତି ପ୍ରମୁଖ ଅତିଥି ଭାବରେ ଯୋଗଦାନ କରି ସହଯୋଗ କରିଥିଲେ। ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଫକୀର ମହାନନ୍ଦଙ୍କ ସମେତ ଶିକ୍ଷକ ଓମ୍ ପ୍ରକାଶ ବାବୁ, ରଞ୍ଜିତ ମାଝୀ, କେ ହରିଶ୍, ଶ୍ରୀଧର ବେହେରା ଓ ଶିକ୍ଷୟିତ୍ରୀ ପ୍ରଭାଶିନୀ ପ୍ରଧାନ ଓ ଫରେଷ୍ଟର୍ ପାରିଜାତ ବାଗଙ୍କ ସମେତ ଫରେଷ୍ଟ ଗାର୍ଡ ନିଗମ ସାହୁ, ଫକୀର ବିଶ୍ୱାଳ ଓ ସନ୍ତୋଷ ଶିଖା, ଆମ ଜଙ୍ଗଲ ଯୋଜନାର ଇନ୍ଦ୍ରମଣି ମାଝୀ ଓ ହେମନ୍ତ ସାହୁ ପ୍ରମୁଖ ସହଯୋଗ କରିଥିଲେ। ଉକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ମଧ୍ୟ ବୃକ୍ଷ ରୋପଣ କରିବା ସହିତ ଜଙ୍ଗଲ ସୁରକ୍ଷା ଓ ଚାରା ଟିଏ ରୋପଣ କରିବା ପାଇଁ ସମସ୍ତେ ଶପଥ ପାଠ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ରୁପ୍ରାରୋଡ୍ ଫରେଷ୍ଟର୍ ବିଶ୍ୱଜିତ ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ଗରଗାବ ସେକ୍ସନର ଡୋକା ଡଙ୍ଗରୀଜଙ୍ଗଲରେ ବନ ମହୋତ୍ସବ ପାଳିତ

ଚିଲିଗୁଡା ଦଶହରାରେ ମନ ମୋହୁଛି ସାଂସ୍କୃତିକ କାର୍ଯ୍ୟକ୍ରମ 

masiha

ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଉପରେ ଆଧାରିତ ପ୍ରାରମ୍ଭ ତାଲିମ ପ୍ରଦାନ ସମାପନ

Sunil Chandra Nayak

Leave a Comment

error: Content is protected !!