ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦାଦନ ଗଡରେ ବଢି ଚାଲିଛି ଦାଦନ ମୃତ୍ୟୁ ! ନିଦାବିଷ୍ଣୁ ଶ୍ରମ ବିଭାଗ

ଦାଦନ ଗଡରେ ବଢି ଚାଲିଛି ଦାଦନ ମୃତ୍ୟୁ ! ନିଦାବିଷ୍ଣୁ ଶ୍ରମ ବିଭାଗ

ବଲାଙ୍ଗୀର ,୨୯/୦୨, ପୁଲିସ, ପ୍ରଶାସନ ଓ ଶ୍ରମ ବିଭାଗର ବାରମ୍ବାର ସଚେତନ‌ତା ସତ୍ତ୍ୱେ ଦାଦନ ସମସ୍ୟା ସମାଧାନ ହେଉନାହିଁ । ବିଶେଷ କରି ନିର୍ଯାତନାର ଶିକାର ହେଉଥ‌ିବା ଶ୍ରମିକ ବିନା ପଞ୍ଜୀକରଣରେ ଯାଉଥିବା ଜଣାପଡ଼ିଛି । ଶ୍ରମ ଅଧିକାରୀ ଓ ବିଭାଗୀୟ କର୍ମଚାରୀଙ୍କ ଅବହେଳା କାରଣରୁ ଅସାଧୁ ସର୍ଦ୍ଦାରମାନେ ଏହାର ଭରପୁର ଫାଇଦା ଉଠାଉଛନ୍ତି। ଅଣ ପଞ୍ଜିକୃତ ଶ୍ରମିକଙ୍କୁ ପ୍ରଲୋଭିତ କରି ରାଜ୍ୟ ବାହାରକୁ ପଠାଉଥିବା ଅଭିଯୋଗ ହେଉଛି । ମାଲିକ ପାଖରେ କିଛି ଦିନ କାମ କଲାପରେ ମାଲିକ ଅତ୍ୟଧିକ କାମ ଆଦାୟ ସହ ନିର୍ଯାତନା ଦେବା ଆରମ୍ଭ କରିଦେଉଛି । ଫଳରେ ଅନେକ ଶ୍ରମିକ ଜୀବନ ହରାଉଥିବା ମଧ୍ୟ ଉଦାହରଣ ରହିଛି । ଶ୍ରମିକ ସମ୍ବନ୍ଧୀୟ ତଥ୍ୟ ଜିଲା ଶ୍ରମ ବିଭାଗ ପାଖରୁ ସହଜରେ ଉପଲବ୍ଧ ହେଉ ନଥିବା ବେଳେ କୌଣସି ଖବର ପ୍ରକାଶିତ ହେଲେ ଜିଲା ଶ୍ରମ ଅଧୂକାରୀ ଗରଗର ହେଉଥ‌ିବା ସୂଚନା ମିଳିଛି । ଜିଲାରୁ ରାଜ୍ୟ ବାହାରକୁ ଯାଉଥିବା ଶ୍ରମିକଙ୍କ ପଞ୍ଜୀକରଣ ବାଧ୍ୟତାମୂଳକ କରିବାକୁ ଶ୍ରମ ବିଭାଗ ସୁନିଶ୍ଚିତ କରିବା ଆବଶ୍ୟକ କିନ୍ତୁ ଏବେ ମଧ୍ୟ ତାହା ହେଉନାହିଁ । ଗତ କିଛି ଦିନ ଆଗରୁ ବେଲପଡ଼ା ବ୍ଲକ ସୁଲେକେଲା ଗ୍ରାମର କାହ୍ନୁ ମଲ୍ଲିକ ହାଇଦ୍ରାବାଦ ସାତନଗର ଅଞ୍ଚଳକୁ ଦାଦନ ଖଟିବାକୁ ଯାଇଥିଲେ । ଅତ୍ୟଧିକ କାମ ହେବାରୁ ତାଙ୍କ ସ୍ବାସ୍ଥ୍ୟ ଖରାପ ହୋଇଥିଲା । ପରେ ଇଟାଭାଟି ମାଲିକ ତାଙ୍କ ଝିଅକୁ ବନ୍ଧକ ରଖି କାହ୍ନୁ କୁ ଚିକିତ୍ସା ନ କରି ଘରକୁ ପଠାଇ ଦେଇଥିଲେ। ଫଳରେ କାହ୍ନୂର୍ ମୃତ୍ୟୁ ଘଟିଥିଲା। ବର୍ତମାନ ଏହି ବେଲପଡ଼ା ବ୍ଲକ ବେଛୁବାହାଲି ଗ୍ରାମର ରୂପଧର ମାଝି ବୟସ (୨୪) ଦାଦନ ଖଟିବାକୁ ସାତନଗର ହାଇଦ୍ରାବାଦକୁ ଯାଇଥିଲେ । ସେଠି କାର୍ଯ୍ୟରତ ଥିବା ସମୟରେ ତାଙ୍କ ପେଟରେ ଦରଦ ହେବା ଫଳରେ ତାଙ୍କୁ ଡାକ୍ତରଖାନା ନିଆ ଯାଇଥିଲା । ସେଠି ତାଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ସ୍ତ୍ରୀ ଏବଂ ୨ ଛୁଆ ଏକ ଆମ୍ବୁଲାନ୍ସ ସାହାଯ୍ୟରେ ହାଇଦ୍ରାବାଦରୁ ତାଙ୍କ ସବ ନେଇ ବେଛୁବାହାଲି ପହଞ୍ଚିଛନ୍ତି । ରୁପଧର ମାଝି ଗତ ବର୍ଷ ନୂଆଖାଇ ସରିଲା ପରେ ଦାଦନ ଖଟିବା ପାଇଁ ହାଇଦ୍ରାବାଦ ସାତନଗର ଅଂଚଳର ଏକ ଇଟା ଭାଟି କୁ ଯାଇଥିଲେ । ସେ ପ୍ରଥମ ଥର ପାଇଁ ଦାଦନ ଖଟିବାକୁ ବାହାର ରାଜ୍ୟ ଯାଇଥିଲେ । ସେଠି ଅତ୍ୟଧିକ କାମ ହୋଇ ଯିବାରୁ ଦିନକୁ ଦିନ ତାଙ୍କ ଦେହ ଖରାପ ହେବାରେ ଲାଗିଲା । ପରେ ତାଙ୍କ ମୃତ୍ୟୁ ଘଟିଥିଲା। ଏଭଳି ଅନେକ ଦାଦନ ବାହାର ରାଜ୍ୟକୁ ଯାଇ ସବ ହୋଇ ଫେରୁଛନ୍ତି । ହେଲେ ହାତ ବାନ୍ଧି ବସିଛି ଶ୍ରମ ବିଭାଗ। ଏହି ଦାଦନ କାଗଜ ପତ୍ର କରି ବାହାର ରାଜ୍ୟକୁ ଚାଲାଣ କରାଯାଇଥିଲା ନା ବେଆଇନ ଭାବରେ ଚାଲାଣ କରାଯାଇଥିଲା ତାହା ତଦନ୍ତ ସାପେକ୍ଷ ଅଟେ । ବର୍ତ୍ତମାନ୍ ଘଟଣା ସ୍ଥଳରେ ବେଲପଡା ପୋଲିସ ପହଞ୍ଚିଥିବା ଦେଖିବାକୁ ମିଲିଛି । ପରିବାର ଲୋକେ ସହାୟତା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି।

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ  ଙ୍କ ରିପୋର୍ଟ୍ 

Related posts

ଡାବୁଗାଁ ବିଧାୟକଙ୍କ ସମୀକ୍ଷା ବୈଠକ 

masiha

ଅଖିଳ ଭାରତୀୟ ତେରପନ୍ଥ ମହିଳା ମଣ୍ଡଳ ଙ୍କ ନିର୍ଦ୍ଦେଶ ଅନୁଯାୟୀ ତେରପନ୍ଥ ମହିଳା ମଣ୍ଡଳ ନବରଙ୍ଗପୁର ଦ୍ୱାରା ଅବଚେତନ ମନ ର ଶକ୍ତି କାର୍ଯ୍ୟକ୍ରମ 

masiha

ଲୁହାଶିଳା ପଂଚାୟତ ର ସରପଞ୍ଚ ଉପନିର୍ବାଚନ କେବେ?  ୬ ମାସ ପରେଵି ହେଉନି ସରପଞ୍ଚ ପାଇଁ ଉପନିର୍ବାଚନ?

masiha

Leave a Comment

error: Content is protected !!