ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବର୍ଷାରେ ଭୁଷୁଡ଼ି ଗଲା ଗାଈ ଗୁହାଳ

ଗୋଲାମୁଣ୍ଡା /5/7/ନିର୍ଭୟ, ନିରପେକ୍ଷ ମସିହା, // ଗତକାଲି ମଙ୍ଗଳବାର ଅପରାହ୍ନ ଛଅ ଘଣ୍ଟିକା ସମୟରେ ବର୍ଷା ଯୋଗୁଁ ଗାଈ ଗୁହାଲ ଭୂଷଡ଼ି ଯାଇଥିଲା । ଫଳରେ ପନ୍ଦର ଗୋଟି ଗାଈ ଉପେର କାଠ ବାଉଁଶ ଓ ଖପର ପଡିବା ଦ୍ୱାରା ଏକ ଗର୍ଭବତୀ ଗାଈର ଅଣ୍ଟା ରେ ମାଡ ହେତୁ ଅସୁସ୍ଥ ହୋଇ ପଡ଼ିଛି ବୋଲି ଗାଈ ମାଲିକ ମଙ୍ଗଳ ରାମ ଘି ପ୍ରକାଶ କରିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସ୍ଥିତ ଫରଙ୍ଗ ପଂଚାୟତର ଅମଠା ଗ୍ରାମର ମଙ୍ଗଳ ରାମ ଘି ପିତା ସତ୍ୟା ନିଧି ଘି ଙ୍କ ର ଗାଈ ଗୁହାଳରେ ।.ବର୍ଷାରେ ଭୁଶୁଡି ଯିବା ଦ୍ୱାରା 15ଟି ଗାଈ ଉପରେ କାଠ, ବାଉଁଶ ଓ ଖପର ପଡି ଯାଇ ଥିଲା, ଯାହାଦ୍ୱାର ଗର୍ଭବତୀ ଗାଈର ଅଣ୍ଟାରେ ମାଡ଼ ହୋଇ ଥିବାରୁ ଅସୁସ୍ଥ ହୋଇଛି ବୋଲି ପ୍ରକାଶ କରି ଥିଲେ । ଗାଈ ଗୁହାଲ ପାଇଁ ଗତ 21/22, ମସିହାରେ ଫରଙ୍ଗ ପିଇଓ ତ୍ରିଲୋଚନ ନାଇକ ଙ୍କୁ ଅନେକ ଥର ଲିଖିତ ଭାବେ ଜଣାଇ ଥିଲେ ସୁଦ୍ଧା ମୋତେ ଗୁହାଳ ନ ଦେଇ ଯେଉଁ ମାନଙ୍କର ଗାଈ ନାହିଁ ସେହି ମାନ ଙ୍କୁ ଠାରୁ ଟଙ୍କା ଲାଞ୍ଚ ନେଇ ଗୁହାଳ ଦେଇଛନ୍ତି ବୋଲି ମେଡିଆ ସଂମ୍ମୁଖରେ  ପ୍ରକାଶ କରିଛନ୍ତି । ତୁରନ୍ତ ବିଭାଗୀୟ ଅଧିକାରୀ ତଦନ୍ତ କରି ଗୁହାଳ ଯୋଗାଇ ଦେବା ପାଇଁ ମଙ୍ଗଳ ରାମ ଘି, ଜଳନ୍ଧର ଘି ପ୍ରମୁଖ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି, ଏହି ସମ୍ପର୍କ ରେ ସ୍ଥାନୀୟ ସରପଞ୍ଚ ଙ୍କୁ ଅବଗତ କରା ଯାଇଛି ।

ଗୋଲାମୁଣ୍ଡା ବ୍ଲକରୁ ରାମ କୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ଇସ୍ପାତ ସାହିତ୍ୟ ସଂସଦ ଆନୁକୂଲ୍ୟରେ ରଜ ସାହିତ୍ୟ ଆସର

Sunil Chandra Nayak

ବନ୍ଧୁଗାଁ ବ୍ଲକସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମ 

masiha

ଖଣି ସହର ରେ ପ୍ରତିଦିନ ଘଣ୍ଟା ଘଣ୍ଟା ଅଘୋଷିତ ବିଦ୍ୟୁତ କାଟ,ସମସ୍ୟା ଭୋଗିଲେ ବିଦ୍ୟାର୍ଥୀ କାଲିଠାରୁ ପରୀକ୍ଷା ଆରମ୍ଭ

masiha

Leave a Comment

error: Content is protected !!