ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଦ୍ବାରା ଆମ୍ବାବାଡି ଆଦିବାସୀ ଝିଅ ସମ୍ମାନିତ

ଗୁଣପୁରର ଅମୂଲ୍ୟ ଭାରତ ସଙ୍ଗୀତ କଳା ପରିଷଦ ମହାବିଦ୍ୟାଳୟର ୩ୟ ବର୍ଷର ଆଦିବାସୀ ଛାତ୍ରୀ ବିରାଜିନୀ ଶବର କଲିକତାରେ ସଙ୍ଗୀତ ପରିବେଷଣ କରି ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷଙ୍କ ଦ୍ବାରା ପୁରସ୍କୃତ ହୋଇଛନ୍ତି ।ଶୁକ୍ରବାର ସନ୍ଧ୍ୟାରେ କଲିକତା ରେ ଗଣେଶ ବନ୍ଦନା ଓ ବଙ୍ଗାଳୀ ଗୀତ ଗାଇ IPAF କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l

ସେଠାରେ ପଶ୍ଚିମବଙ୍ଗ ର ରାଜ୍ୟପାଳ ସି.ଭି. ଆନନ୍ଦ ବୋଷ, ପଦ୍ମଶ୍ରୀ ବାଉଲ ସମ୍ରାଟ,ସଞ୍ଜୟ ଝୁନ୍‌ଝୁନ ୱାଲା(Owner of Mani Group), IPAF ର CEO ଏବଂ ପ୍ରତିଷ୍ଠାତା ଶ୍ୟାମ ପାଣ୍ଡେ ଉପସ୍ଥିତ ଥିଲେ l

ବିରାଜିନୀ କହିଛନ୍ତି କି ରାଜ୍ୟସଭା MP ଡ. ଅମର ପଟ୍ଟନାୟକ(IAS) ତାଙ୍କୁ IPAF କାର୍ଯ୍ୟକ୍ରମ ରେ ସାମିଲ କରିଛନ୍ତି l ତାଙ୍କ ଏହି ସ୍ଥାନରେ ପହଞ୍ଚିବା ପଛରେ ଅମୂଲ୍ୟ ଭାରତ ସଂଗୀତ କଳା ପରିଷଦ ମହାବିଦ୍ୟାଳୟ, ଗୁଣୁପୁର ର Chairman ଶ୍ରୀଯୁକ୍ତ ପଞ୍ଚାନନ ଚୌଧୁରୀ ଓ ତାଙ୍କ ପତ୍ନୀ ଶ୍ରୀମତୀ ଅନିତା ସାହୁ ଙ୍କ ହାତ ରହିଛି l

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଓଡ଼ିଶା ପଛୁଆ ର ସର୍ଭେ

Sunil Chandra Nayak

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ଜାତୀୟ ବିଜ୍ଞାନ ଦିବସ ପାଳନ 

masiha

ସମ୍ଭାବ୍ୟ ବାତ୍ୟା “ମୋନ୍ଥା” ର ସଫଳ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ର ପ୍ରସ୍ତୁତି 

Sunil Chandra Nayak

Leave a Comment

error: Content is protected !!