ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ା ବ୍ଲକରେ ନୂତନ ଶିକ୍ଷାଧିକାରୀ ସୁଦୀପ୍ତ କୁମାର ଦାଶ

ରାୟଗଡ଼ା ତା ୭/୭/୨୦୨୩ //  ରାୟଗଡ଼ା ବ୍ଲକରେ ସୁଦୀପ୍ତ କୁମାର ଦାଶ ନୂତନ ଶିକ୍ଷାଧିକାରୀ ରୂପେ ନିଯୁକ୍ତ ହୋଇଛନ୍ତି । ଗତ ଜୁନ ୨୩ ତାରିଖରେ ଦାଇତ୍ୱ ନେବା ପରେ ବ୍ଲକ ଓ ଜିଲ୍ଲା ଶିକ୍ଷକ ସଂଘ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଯୁବ ଶିକ୍ଷାଧିକାରୀ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଦିଗରେ ଗଠନ ମୂଳକ ପଦକ୍ଷେପ ଆରମ୍ଭ କରିଛନ୍ତି । ସମସ୍ତ ସିଆରସିସିଙ୍କ ବୈଠକ ଆୟୋଜନ କରି ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ କାର୍ଯ୍ୟକ୍ରମ, ବିଦ୍ୟା ପ୍ରବେଶ, ଶିକ୍ଷଣ ପରିପୂରକ କାର୍ଯ୍ୟକ୍ରମ, ବାର୍ଷିକ ଶିକ୍ଷା କେଲେଣ୍ଡର ଅନୁସାରେ ଶିକ୍ଷାଦାନ ଆଦିର ପ୍ରୟୋଗାତ୍ମକ ଦିଗ ଉପରେ ଆଲୋଚନା କରିଥିଲେ। ପ୍ରକୃତିପ୍ରେମି ଶ୍ରୀ ଦାଶ ନିଜ କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣରୁ ନିଜ ଅଭିଯାନ ପ୍ରାରମ୍ଭ କରିଥିଲେ । 

ଗୁରୁବାର ଦିନ କାମ୍ପ ମାଲିଗାଁ କ୍ଲଷ୍ଟରର ବିଦ୍ୟାଳୟ ପରିଦର୍ଶନ ସମୟରେ କାମ୍ପ ମାଲିଗାଁ ଉଚ୍ଚ ବିଦ୍ୟାଳୟରେ ବୃକ୍ଷରୋପଣ ଓ ପିଲାଙ୍କୁ ପୋଷାକ ବଣ୍ଟନ କରିଥିଲେ । କନ୍ଧ ମାଳିଗାଁ, ଅଡପତିଗୁଡ଼ା, କାଶିଲି, କତାଗୁଡ଼ା ଆଦି ବିଦ୍ୟାଳୟ ପରିଦର୍ଶନ କରିଥିଲେ । ପିଲାଙ୍କ ଗହଣରେ ଶ୍ରେଣୀ ଗୃହରେ ବସି ଶିକ୍ଷାଦାନ ମାଧ୍ୟମରେ ଶିକ୍ଷଣର ଅଗ୍ରଗତି ଅନୁଧ୍ୟାନ କରିଥିଲେ । ପରିଦର୍ଶନ ସମୟରେ ଏବିଇଓ ଛବିଲାଲ ସିଂ, ସିଆରସିସି ହୃଦୟାନନ୍ଦ ଅଚାର୍ଯ୍ୟ ଉପସ୍ଥିତ ଥିଲେ ।

     ପ୍ରତି ବିଦ୍ୟାଳୟ ପରିବେଶକୁ ସବୁଜ, ସ୍ୱଚ୍ଛ ଓ ସୁନ୍ଦର ରଖିଲେ ପିଲାଏ ଆକୃଷ୍ଟ ହେବେ ଓ ପିଲାଙ୍କ ଗୁଣାତ୍ମକ ବିକାଶ ଦ୍ଵାରା ହିଁ ଶିକ୍ଷାର ବିକାଶ ସମ୍ଭବ । ପିଲାଙ୍କ ନ୍ୟୁନତମ ଶିକ୍ଷଣ ସ୍ତର ହାସଲ ନିମନ୍ତେ ସମସ୍ତ ଶିକ୍ଷକ ବ୍ରତି ହେବାପାଇଁ ଶ୍ରୀ ସୁଦୀପ୍ତ କୁମାର ଦାଶ ସେ ଆହ୍ବାନ ଦେଇଛନ୍ତି ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ଙ୍କ ଦାୟିତ୍ଵ ଗ୍ରହଣ 

masiha

ବିକାଶର ଧାରା, ଓଡ଼ିଶା ସାରା କାର୍ଯ୍ୟକ୍ରମର ଚତୁର୍ଥ ଦିବସରେ “ସ୍ୱାବଲମ୍ବୀ ଯୁବା, ସମୃଦ୍ଧ ଓଡ଼ିଶା ସମାବେଶ” ଅନୁଷ୍ଠିତ 

Sunil Chandra Nayak

ନୂଆପଡାରେ ଅବକାରୀ ବିଭାଗର ସମୀକ୍ଷା ବୈଠକ; ଚୋରା ମଦ ଦୋକାନ ଉଚ୍ଛେଦ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ 

Sunil Chandra Nayak

Leave a Comment

error: Content is protected !!