ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦଶପୁର ସରପଞ୍ଚ ଙ୍କ ମହାନତା ଅଂଚଳରେ ଭୁରି ଭୁରି ପ୍ରଶଂସା

ଗୋଲାମୁଣ୍ଡା /7/7/23/ନିର୍ଭୟ /ନିରପେକ୍ଷ ମସିହା /କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତି ବର୍ଷ ଜୁଲାଇ ପହିଲା ମାସରେ ବନିକରଣ ଆରମ୍ବ କରିଥିବା ବେଳେ ଜଣେ ଉଦାର ବ୍ୟାକ୍ତି ମଧ୍ୟ ନିଜସ୍ୱ ଖର୍ଚରେ ହଜାର ହଜାର ବୃକ୍ଷ ବନିକରଣ କରିବାର ଉଦ୍ୟମ ଜାରି ରଖିଥିବା ଦୃଶ୍ୟ ଅଞ୍ଚଳରେ  ଦେଖିବାକୁ ମିଳୁଛି, ସେ ଆଉ କେହି ନୁହନ୍ତି, ଅତି ଆପଣାର ଜଣା ଶୁଣା ସମାଜ ସେବୀ ହେଉଛନ୍ତି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସ୍ଥିତ ଦଶପୁର ଗ୍ରାମ ପଂଚାୟତର ନବ ନିର୍ବାଚିତ ଯୁବ ସରପଞ୍ଚ ଶ୍ରୀ ମାନ ରଞ୍ଜନ କୁମାର ସାହୁ, ତାଙ୍କର ଉଦ୍ୟମ ହେଉଛି ଗଛଟିଏ ମନୁଷ୍ୟ ଟିଏ, ବୃକ୍ଷ ହେଉଛି ମନୁଷ୍ୟର ସବୁଠାରୁ ପୁରୁଣା ସାଥୀ, ସାଙ୍ଗ, ମଇତ୍ର ଓ ଶ୍ରେଷ୍ଠ ବନ୍ଧୁ,ଭାବରେ ପରିଚିତ, ହେଲେ ପ୍ରତି ଦିନ ଅରଣ୍ୟ ଧ୍ୱଂସହେବାରୁ ବୃକ୍ଷ କମିବା ଦ୍ୱାରା ଜଙ୍ଗଲରେ ଥିବା ଜୀବ ଜନ୍ତୁ ଧୀରେ ଧୀରେ ଲୋପ ପାଇବାକୁ ବସିଛି,ପରିବେଶ ଅସନ୍ତୁଳନ ଦେଖାଦେଇଛି,ଏହି ଅବସରେ ଭାରତ ସରକାର 1950ମସିହାରେ ବନ ମହୋତ୍ସବ କାର୍ଯ୍ୟ କ୍ରମ ହାତକୁ ନେଇ ପ୍ରତିବର୍ଷ ର ଜୁଲାଇ ମାସର ପ୍ରଥମ ସପ୍ତାହରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିବା ବେଳେ ଏହି କାର୍ଯ୍ୟ କ୍ରମରେ ଅନେକ ଅନୁଷ୍ଠାନ ସରକାରୀ, ବେସରକାରୀ ଓ ଗଣମାଧ୍ୟମ ଜରିଆରେ ଚଳିତ ବର୍ଷ 74ତମ ବନ ମହୋତ୍ସବ ପାଳିତ ହେଉଥିବା ବେଳେ ଦଶପୁର ନବ ନିର୍ବାଚିତ ସରପଞ୍ଚ ବାବୁ ମଧ୍ୟ ଅନେକ ଆଶା ଆଂକ୍ଷକ ନେଇ.ଏକ ବର୍ଷର ସରପଞ୍ଚ ଦରମାକୁ ନେଇ ସରପଞ୍ଚ ବାବୁ ବିଭିନ୍ନ ପ୍ରକାର ହଜାର ହଜାର ବୃକ୍ଷ କ୍ରୟ କରି ରୋପଣ କରିବାରେ ଯେଉଁ ଉଦେଶ୍ୟ ରଖିଛନ୍ତି ତାହାକୁ ନେଇ ଅଂଚଳ ବାସି ସାଧୁ ବାଦ ଜଣାଇଛନ୍ତି,ସରପଞ୍ଚ ବାବୁ ସହିତ ଅଂଚଳର ସ୍ଵେଛା ସେବୀ ବନ୍ଧୁ ଗଣ ହାତକୁ ହାତ ମିଲାଇ ଶପଥ ନେବାଯେ ଗଛ ଟିଏ ଲଗାଇବା ଓ ତାର ସୁରକ୍ଷା କରିବା ଏବଂ ଉଜୁଡା ଜଙ୍ଗଲ କୁ ରକ୍ଷା କରିବା ସହିତ.ସରପଞ୍ଚ ବାବୁଙ୍କ ବିଚାର ଧାରାରେ ସାମିଲ ହେବା ।

ଗୋଲାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ପ୍ରଗତିଶୀଳ ମସିହା

Related posts

ରାଇରଙ୍ଗପୁର ଆରଟିଓ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ବାଇକ୍ ପିକଅପ୍ ଭେନ୍ ମୁହାଁମୁହିଁ; ଦୁଇ ମୃତ ; ବାଇକ୍ ଜଳିଗଲା

masiha

ମିଳିତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟର ୫୫ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ

masiha

ନବରଙ୍ଗପୁର ଜିଲ୍ଲାରେ ପହଂଚି ପ୍ରଥମେ ଅଧିଷ୍ଠାତ୍ରୀ ଦେବୀ ମା ଭଣ୍ଡାର ଘରଣୀ ଙ୍କୁ ଦର୍ଶନ ଭିକ୍ଷା କରି ଆଶିର୍ବାଦ ନେଇ:ଡଃ ଶୁଭଙ୍କର ମହାପାତ୍ର ଆଜି ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ଵ ଗ୍ରହଣ କଲେ         

masiha

Leave a Comment

error: Content is protected !!