ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମ୍ୱାଦ’ ସାହିତ୍ୟ ଘର ରୁପ୍ରା ଶାଖା ଓ କେସିଙ୍ଗା ବନାଞ୍ଚଳର ମିଳିତ ସହଯୋଗରେ ବୃକ୍ଷ ରୋପଣ ଅନୁଷ୍ଠିତ 

ରୁପ୍ରା, ୭/୭ (ମନିସ) : କେସିଙ୍ଗା ବନାଞ୍ଚଳ ରୁପ୍ରାରୋଡ୍ ସେକ୍ସନ୍ ଅଧିନ ମୁସ୍କୁଟି ସ୍ଥିତ ଶ୍ରୀ ଭୂତେଶ୍ୱର ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ‘ସମ୍ୱାଦ’ ସାହିତ୍ୟ ଘର ରୁପ୍ରା ଶାଖା ଓ କେସିଙ୍ଗା ବନାଞ୍ଚଳର ମିଳିତ ସହଯୋଗରେ ଆଜି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ‘ସମ୍ୱାଦ’ ପ୍ରତିନିଧି ଅଜୟ କୁମାର ସେନାପତି ଓ ଆମ ଜଙ୍ଗଲ ଯୋଜନାର ଦଳପତି ହେମନ୍ତ ସାହୁଙ୍କ ପରିଚାଳନାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ କେସିଙ୍ଗା ଡେପୁଟି ରେଞ୍ଜର ଯୁଧିଷ୍ଠିର ଜାଲ୍ ଓ ରୁପ୍ରାରୋଡ୍ ଫରେଷ୍ଟର୍ ବିଶ୍ୱଜିତ ଠାକୁରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମୁଖ୍ୟଅତିଥି ଭାବରେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି (ମୁନା) ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥିଭାବେ ଯୋଡାବନ୍ଧ ବନ ସୁରକ୍ଷା ସମିତିର ସଭାପତି ତଥା ଉକ୍ତ ମହାବିଦ୍ୟାଳୟର ସଭାପତି ଦୁଲ୍ଲଭ ମାହାର, ମହାବିଦ୍ୟାଳୟର ସମ୍ପାଦକ ତଥା ରୁପ୍ରା ପେକ୍ସ୍ ସଭାପତି ସରୋଜ କୁମାର ରାଉତ, ମହାବିଦ୍ୟାଳୟର ଅଧ୍ୟକ୍ଷ ଅରବିନ୍ଦ ସାହୁ ଓ ମୁସ୍କୁଟି ପେକ୍ସ୍ ସଭାପତି ରିଙ୍କୁ ସାହୁ ପ୍ରମୁଖ ଯୋଗଦାନ କରିଥିଲେ। ମହାବିଦ୍ୟାଳୟର ଅଧ୍ୟାପକ ଟୁନା ଭୋଇ, ଅଧ୍ୟାପିକା ବିଜୟଲକ୍ଷ୍ମୀ ପ୍ରଧାନ ଓ ସୁନିତା ଚନ୍ଦନ, କର୍ମଚାରୀ ଦେବେନ୍ଦ୍ର ସାହୁ, ଧୃବଚରଣ ଧଙ୍ଗଡାମାଝୀ, ଗୁଣସାଗର ହାପି ସାହୁ,ପାର୍ଥବ ପୋଢଙ୍କ ସମେତ ଫରେଷ୍ଟର୍ ପାରିଜାତ ବାଗ, ଫରେଷ୍ଟ୍ ଗାର୍ଡ୍ ଫକିର ବିଶ୍ୱାଳ, ନିଗମ ସାହୁ ଓ ସନ୍ତୋଷ ଶିଖା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ମହାବିଦ୍ୟାଳୟର ଛାତ୍ରଛାତ୍ରୀ ପୂଜା ସାହୁ, ପ୍ରୀୟଙ୍କା ସାହୁ, ତରୁ କୁମାର, ଡଲି ମାଝୀ ଓ କ୍ଷୀରସିନ୍ଧୁ ସାହୁଙ୍କ ସମେତ ଭରତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ‘ସମ୍ୱାଦ’ ପ୍ରତିନିଧି ଅଜୟ କୁମାର ସେନାପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ପାପଡାହାଣ୍ଡି ବ୍ଲକର ଅତିରିକ୍ତ ଦାୟିତ୍ବ ଗ୍ରହଣ

ପୀଡିତା ନାବାଳିକାଙ୍କୁ ସୁବ୍ୟବସ୍ଥିତ କରିବାକୁ କ. ବି. ପ. ଅଧ୍ୟକ୍ଷା ସୁନୀତି ମୁଣ୍ଡ ଙ୍କ ଦାବୀ

ଠିକାଦାରଙ୍କ ଭୂଲ ପାଇଁ ବିଜେପି ନେତା ଙ୍କ ଜୀବନ ଗଲା

Sunil Chandra Nayak

Leave a Comment

error: Content is protected !!